ଜାପାନୀ କାରକୁ ଝୁରିବ ଭାରତ, ଜାଣନ୍ତୁ କାହିକିଁ?
Advertisement

ଜାପାନୀ କାରକୁ ଝୁରିବ ଭାରତ, ଜାଣନ୍ତୁ କାହିକିଁ?

ଚେନ୍ନାଇ ସହରରେ ଥିବା ରିନଲ୍ଟ ନିସାନ ଅଟୋମୋଟିଭ ଇଣ୍ଡିଆ ପ୍ରାଇଭେଟ୍ ଲମିଟେଡ୍‌ ବନ୍ଦ ହୋଇଛି । ଏହା ସହିତ ନିସାନ ଇଣ୍ଡିଆର ଡାଟସନ ରେଡି-ଗୋ'ର ପ୍ରଡକ୍ସନ ପ୍ଲାଣ୍ଟ ବନ୍ଦ ହୋଇଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତ ବଜାରରେ ତିଷ୍ଠି ରହିବା ପାଇଁ ଏବେ ଅନେକ ବିଶ୍ୱସ୍ତରୀୟ ବ୍ରାଣ୍ଡ ସଂଘର୍ଷ କରୁଛନ୍ତି । ଭାରତୀୟ ବିଦେଶ ବାଣିଜ୍ୟ ନୀତି ବିଦେଶୀ ବ୍ରାଣ୍ଡକୁ ଭାରତ ମାଟିରେ ବ୍ୟବସାୟ ପାଇଁ ପର୍ଯ୍ୟାପ୍ତ ସୁବିଧା ପ୍ରଦାନ ସତ୍ତ୍ୱେ ଅନେକ ବ୍ରାଣ୍ଡ ଫେଲ ମାରୁଛନ୍ତି । ଏପରିକି ନିକଟରେ ଜାପାନ ଅଟୋମୋବାଇଲ କମ୍ପାନୀ ନିସାନ, ଭାରତରେ ଡାଟସନ ବ୍ରାଣ୍ଡକୁ ବନ୍ଦ କରିବାକୁ ଘୋଷଣା କରିଛି । ଭାରତ ବଜାରରେ ତୀବ୍ର ପ୍ରତିଯୋଗିତାରେ ଏହି ଜାପାନୀ ବ୍ରାଣ୍ଡ ହାରିଯାଇଛି । ସ୍ୱତନ୍ତ୍ର ବୈଶିଷ୍ଠ୍ୟ ନଥିବା ଅଟୋମୋବାଇଲ ପ୍ରଡକ୍ଟ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିପାରୁନାହିଁ । ଯାହା ଫଳରେ ବ୍ୟବସାୟରେ ମାନ୍ଦା ସ୍ଥିତି ଦେଖାଯିବା ସହ କମ୍ପାନୀ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।

ଚେନ୍ନାଇ ସହରରେ ଥିବା ରିନଲ୍ଟ ନିସାନ ଅଟୋମୋଟିଭ ଇଣ୍ଡିଆ ପ୍ରାଇଭେଟ୍ ଲମିଟେଡ୍‌ ବନ୍ଦ ହୋଇଛି । ଏହା ସହିତ ନିସାନ ଇଣ୍ଡିଆର ଡାଟସନ ରେଡି-ଗୋ'ର ପ୍ରଡକ୍ସନ ପ୍ଲାଣ୍ଟ ବନ୍ଦ ହୋଇଛି । ଜୁଲାଇ ୨୦୧୩ରେ ଭାରତୀୟ ଅଟୋମୋବାଇଲ ବଜାରରେ ଏହି ଜାପାନୀ ବ୍ରାଣ୍ଡ ପ୍ରବେଶ କରିଥିଲା । ପ୍ରାରମ୍ଭିକ କାଳରେ କମ୍ପାନୀର ନିସାନ ଡାଟସନ ବ୍ରାଣ୍ଡ ଖୁବ ଭଲ ବ୍ୟବସାୟ କରିଥିଲା । ଭାରତ ବଜାରରେ ପ୍ରଥମେ ହାଚବ୍ୟାକ ଡେଟସନ- ଗୋ ଲଞ୍ଚ କରିଥିଲା । ଡେଟସନ- ଗୋ ଓ କମ୍ପାକ୍ଟ ମଲଟି ପର୍ପୋଜ ଭାଇକଲ ଗୋ ପ୍ଲସ୍‌ ପ୍ରତିଯୋଗିତାରେ ପଛରେ ପଡ଼ିଯାଇଥିଲା ।

Also Read: ଖରା ଦିନେ Chyawanprash ଖାଇବା ଉଚିତ୍ କି ?

ଉନ୍ନତ ଜ୍ଞାନକୌଶଳ ସତ୍ତ୍ୱେ କମ୍ପାନୀ (Nissan) ର ଗ୍ଲୋବାଲ ଟ୍ରାନ୍ସଫର୍ମେସନ ଷ୍ଟ୍ରାଟେଜି ସଫଳ ହୋଇପାରିନଥିଲା । ୨୦୨୦ରେ ଋଷରେ ନିସାନ କମ୍ପାନୀ ବନ୍ଦ ହୋଇଥିଲା । ପରେ ପରେ ଦକ୍ଷିଣ ପୂର୍ବ ଏସୀୟ ଦେଶରେ ମଧ୍ୟ ବ୍ୟବସାୟ ପ୍ରଭାବିତ ହୋଇଥିଲା । କମ୍ପାନୀ (Japan Auto Company) ପ୍ରଡକ୍ସନ ପ୍ଲାଣ୍ଟ ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା (Soth Africa) ସହ ଅନ୍ୟ ଦେଶ ଗୁଡ଼ିକରେ ବନ୍ଦ ହୋଇଥିଲା ।

ଯଦି ଆପଣଙ୍କ ପାଖରେ ନିସାନ ବ୍ରାଣ୍ଡ କାର୍ ରହିଛି, ତେବେ ଆପଣ କମ୍ପାନୀ ସେବା ପାଇବା ନେଇ ସନ୍ଦିହାନ ଥିବେ ନିଶ୍ଚୟ। କିନ୍ତୁ କମ୍ପାନୀର ନୂଆ ଘୋଷଣା ଆପଣଙ୍କୁ ନିଶ୍ଚୟ ଆଶ୍ୱସ୍ତ କରିବ । କାରଣ ଦେଶରେ ଥିବା ସମସ୍ତ ସର୍ଭିସ ସେଣ୍ଟର (Sevice Center) ପୂର୍ବପରି ସେବା ଯୋଗାଇବା ନେଇ କମ୍ପାନୀ ଘୋଷଣା କରିଛି । କ୍ରୟ ଚୁକ୍ତି ଅନୁସାରେ ସର୍ଭିସ ସହିତ ୱାରେଣ୍ଟି ବି ମିଳିବ ।