social media app koo : ବନ୍ଦ ହେବ ଭାରତର ଦେଶୀ ଟୁଇଟର୍‌ ‘କୁ’
Advertisement
Article Detail0/zeeodisha/odisha2320761

social media app koo : ବନ୍ଦ ହେବ ଭାରତର ଦେଶୀ ଟୁଇଟର୍‌ ‘କୁ’

Koo, India's Twitter : ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ଵିଟର କୁ ଟକ୍କର ଦେବା ପାଇଁ ଭାରତରେ ଲଞ୍ଚ ହୋଇଥିବା ଦେଶୀ ଆପ ‘କୁ' ଏବେ ବନ୍ଦ ହେବ। ଏହି ଆପ୍ଲିକେସନକୁ ବନ୍ଦ କରିବାକୁ ଏହାର ସଂସ୍ଥାପକ ନିଷ୍ପତ୍ତ ନେଇଛନ୍ତି।

social media app Koo

social media app koo : ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ କରାଯାଇଥିଲା।ସେତେବେଳ ସମୟରେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ଲାଟଫର୍ମ ବନ୍ଦ ହୋଇଯାଇଛି।  ୪ ବର୍ଷ ପୂର୍ବେ ଲଞ୍ଚ କରାଯାଇଥିବା  ଏବି ଆପ୍ ୟୁଜରଙ୍କୁ ଆକର୍ଷିତ କରିପାରିଲାନି। ଏଣୁ ଗତ ୪ ବର୍ଷ ହେଲା ମାର୍କେଟ୍‌ରେ ରହିବା ପାଇଁ ଆପ୍ କୁ ବହୁତ୍ ସଂଘର୍ଷ କରିବାକୁ ପଡିଛି। ପାର୍ଟନର୍‌ଶିପ୍‌ କଥାବାର୍ତ୍ତା ବିଫଳତା ଏବଂ ଟେକ୍ନୋଲୋଜି ମୂଲ୍ୟରେ ବିପୁଳ ଖର୍ଚ୍ଚ ହେତୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବନ୍ଦ ହୋଇଯାଇଛି ବୋଲି କମ୍ପାନୀର ପ୍ରତିଷ୍ଠାତାମାନେ ନିଜେ ଏହା ଘୋଷଣା କରି କହିଛନ୍ତି।

'କୁ’ ଆପ୍‌ର ସହ-ପ୍ରତିଷ୍ଠାତା ମୟଙ୍କ ବିଡାୱାଟ୍‌କା ଲିଙ୍କଡିନ୍‌ରେ ଏକ ପୋଷ୍ଟରେ ‘କୁ’ ଆପ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ବଡ଼ ଇଣ୍ଟରନେଟ୍ କମ୍ପାନୀ, ଗ୍ରୁପ ଓ ମିଡିଆ ହାଉସ୍ ମାନଙ୍କ ସହିତ ଏ ନେଇ ଆମେ ଆଲୋଚନା କରିଥିଲୁ। ହେଲେ ଏଥିରେ ସେପରି ପରିଣାମ ମିଳି ନାହିଁ ଯେପିର ଆମେ ଚାହୁଁଥିଲୁ।

୨୦୨୦ ମସିହାରେ ଲଞ୍ଚ ହୋଇଥିବା ‘କୁ’ ଆପ୍ ପ୍ରଥମ ଭାରତୀୟ ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଥିଲା ଯାହା ୟୁଜରଙ୍କ ନିମନ୍ତେ ୧୦ଟି ଅଲଗା ଅଲଗା ଭାଷାରେ ଉପଲବ୍ଧ ଥିଲା। ଏ ପର୍ଯ୍ୟନ୍ତ ଏହି ଆପକୁ ୬୦ ମିଲିୟନ ଅର୍ଥାତ ୬ କୋଟି ବାର ଡାଉନଲୋଡ କରାଯାଇସାରିଲାଣି। ତେବେ ଏହି ଆପକୁ ବନ୍ଦ କରିବା ପୂର୍ବରୁ କମ୍ପାନୀର ସହ ସ୍ଥାପକ ଆପ ସମ୍ପର୍କରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ସେୟାର କରିଛନ୍ତି, ଯେପରି 'କୁ' ଆପ୍‌ରେ ପ୍ରତି ମାସ ସରେ ୧୦ ନିୟୁତ ଆକ୍ଟିଭ ୟୁଜର, ୨.୧ ନିୟୁତ ଡେଲି ଆକ୍ଟିଭ ୟୁଜର, ପ୍ରତିମାସରେ ୧୦ ନିୟୁ — ପୋଷ୍ଟ ଓ ୯ ହଜାରରୁ ଅଧିକ ଭିଆଇପି ଆକାଉଣ୍ଟସ୍ ସମ୍ପର୍କରେ ସୂଚିତ କରିଛନ୍ତି।

ଗତ କିଛି ମାସ ହେଲା 'କୁ' ଆପରେ କର୍ମଚାରୀ ଛଟେଇ ଚାଲିଥିଲା। ଏପ୍ରିଲ ୨୦୨୩ରେ କମ୍ପାନୀ ପାଖାପାଖିଏକ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା। କୁ ‘ଆକସେଲ’ ଓ ଟାଇଗର ଗ୍ଲୋବାଲ ଭଳି ନିବେଶକଙ୍କଠୁ ୬୦ ମିଲିୟନ ଡଲାରରୁ ଅଧିକ ନିବେଶ ଯୋଗାଡ କରିଥିଲା। ହେଲେ ଏହା ସତ୍ତ୍ବେ କମ୍ପାନୀ ଲୋକଙ୍କ ମନରେ ସେପରି ସ୍ଥାନ ସୃଷ୍ଟି କରିପାରିନଥିଲା ଯେପରି ଟ୍ଵିଟରର ରହିଛି। ବୋଧେ ଏହି କାରଣରୁ ଟ୍ଵିଟରକ ଟକ୍କର ଦେବାକୁ ।କୁ ଲଞ୍ଚ ହୋଇଥିବା କୁ ଆପ୍ ଏବେ ବନ୍ଦ ହେବାକୁ ଯାଉଛି।

 ଏହି ପ୍ଲାଟଫର୍ମରେ ୯୦୦୦ ରୁ ଅଧିକ ଭିଆଇପି ଲୋକଙ୍କର ଆକାଉଣ୍ଟ ମଧ୍ୟ ଥିଲା। ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ରାଜନେତା, ବଲିଉଡ୍‌ ତାରକା ଏହି ଆପ୍‌ ବ୍ୟବହାର କରୁଥିଲେ।