ଭାରତର ପ୍ରଥମ କୋରୋନା ରୋଗୀଙ୍କୁ ପୁନର୍ବାର ହେଲା କୋରୋନା
Advertisement
Article Detail0/zeeodisha/odisha941331

ଭାରତର ପ୍ରଥମ କୋରୋନା ରୋଗୀଙ୍କୁ ପୁନର୍ବାର ହେଲା କୋରୋନା

Coronavirus: ଏହି ମହିଳା ଚୀନର ୱୁହାନ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ଓ ସେମିଷ୍ଟାର ଶେଷରେ ଛୁଟିକାଟିବା ପାଇଁ ୩୦ ଜାନୁୟାରୀ ୨୦୨୦ ରେ କେରଳରେ ଥିବା ନିଜ ଘରକୁ ଆସିଥିଲେ । ସେତେବେଳେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ କୋରୋନା ଭାଇରସ୍ (Coronavirus) ମାମଲା ହ୍ରାସ ପାଉଛି । ଏହା ସତ୍ତ୍ୱେ କେରଳ (Kerala) ସମେତ କେତେକ ରାଜ୍ୟରେ ପରିସ୍ଥିତି ଚିନ୍ତାଜନକ ରହିଛି । ବର୍ତ୍ତମାନ ଦେଶର ପ୍ରଥମ କୋରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁନର୍ବାର କୋରୋନା (Corona Positive) ହୋଇଛି ବୋଲି ଜଣାପଡିଛି । ସେ କେରଳର ଥ୍ରୀସୁରରୁ ଅଧିବାସୀ ଓ ଜଣେ ଡାକ୍ତରୀ ଛାତ୍ରୀ (Medical student) ଅଟନ୍ତି । ସେ ୩୦ ଜାନୁଆରୀ ୨୦୨୦ ରେ ଚାଇନାର ୱୁହାନରୁ (Wuhan) ଫେରିଥିଲେ। ଏବେ ତାଙ୍କ ଚିକିତ୍ସା ଘରେ ଚାଲିଛି।

ଥ୍ରିସୁର ମେଡିକାଲ ଅଫିସର ଡକ୍ଟର କେ.ଜେ ରେନା କହିଛନ୍ତି ଯେ ଡାକ୍ତରୀ ଛାତ୍ରୀ ପୁନର୍ବାର କୋରୋନା ସଂକ୍ରମଣରେ (Corona Positive) ଆକ୍ରାନ୍ତ ହୋଇଛନ୍ତି । ତାଙ୍କର RT-PCR ରିପୋର୍ଟ ପଜିଟିଭ ଓ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ଆସିଛି । ସେ ଲକ୍ଷଣହୀନ ସଂକ୍ରମିତା । ମହିଳା ଜଣକ ବର୍ତ୍ତମାନ ନିଜ ଘରେ ଅଛନ୍ତି ଓ ସେ ଭଲରେ ଅଛନ୍ତି ।

 ଅଧିକ ପଢ଼ନ୍ତୁ: ତୃତୀୟ ଲହରକୁ ନେଇ ଚିନ୍ତା ପ୍ରକଟକଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଦେଲେ ଏହି ବାର୍ତ୍ତା

ଏହି ମହିଳା ଚୀନର ୱୁହାନ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ଓ ସେମିଷ୍ଟାର ଶେଷରେ ଛୁଟିକାଟିବା ପାଇଁ ୩୦ ଜାନୁୟାରୀ ୨୦୨୦ ରେ କେରଳରେ ଥିବା ନିଜ ଘରକୁ ଆସିଥିଲେ । ସେତେବେଳେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଥିଲା ।

ସେ ପ୍ରାୟତଃ ସପ୍ତାହ ଧରି ଥ୍ରିସୁର ମେଡିକାଲ କଲେଜ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିଲେ । ସେଠାରେ ତାଙ୍କ ରିପୋର୍ଟ ଦୁଇଥର ନେଗେଟିଭ୍ ଆସିଥିଲା । ଏହା ପରେ ସେ ସୁସ୍ଥ ହେବା ପରେ ୨୦ ଫେବୃଆରୀ ୨୦୨୦ ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ଅଧିକ ପଢ଼ନ୍ତୁ: Viral Video: ଚର୍ଚ୍ଚାରେ ଦୁନିଆର ସବୁଠୁ ଛୋଟ ଗାଈ ରାଣୀ, ଦେଖିବାକୁ ଜମୁଛି ଅସମ୍ଭାଳ ଭିଡ଼

ସୋମବାର ଦିନ କେରଳରେ କୋରୋନା ଭୂତାଣୁ ସଂକ୍ରମଣର ୭,୭୯୮ ନୂତନ ମାମଲା ଆସିବାକୁ ଜୋରଦାର ଚର୍ଚ୍ଚା ହୋଇଛି । ଏଥି ସହ ମହାମାରୀ ଯୋଗୁଁ ଆଉ ୧୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଏହା ସହିତ ମୋଟ ସଂକ୍ରମଣ ମାମଲା ୩୦,୭୩,୧୩୪ କୁ ବୃଦ୍ଧି ପାଇଛି ଓ ମୃତକଙ୍କ ସଂଖ୍ୟା ୧୪,୬୮୬ ରେ ପହଞ୍ଚିଛି ।

ଥ୍ରିସୁରରେ ୧,୦୯୨ ନୂତନ ସଂକ୍ରମଣ, କୋଜିକୋଡେରେ ୭୮୦ ଓ କୋଲାମରେ ୭୭୪ ଜଣ ସଂକ୍ରମଣ ହୋଇଥିବା ଜଣାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ହାର ୯.୧୪ ପ୍ରତିଶତ ରହିଛି ।