ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି! ଆଜି ପୁଣି ସ୍ଥିର ରହିଲା ପେଟ୍ରୋଲ-ଡିଜେଲ ଦର
Advertisement
Article Detail0/zeeodisha/odisha1150971

ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି! ଆଜି ପୁଣି ସ୍ଥିର ରହିଲା ପେଟ୍ରୋଲ-ଡିଜେଲ ଦର

ପ୍ରତିଦିନ ପରି ସରକାରୀ ତୈଳ କମ୍ପାନୀ ଗୁଡିକ ବୁଧବାର ପାଇଁ ପେଟ୍ରୋଲ ଡିଜେଲ ଦର ଜାରି କରିଛନ୍ତି। କିନ୍ତୁ ଏଥର ମଧ୍ୟ ତୈଳ ଦରରେ କୌଣସି ବୃଦ୍ଧି ହୋଇନାହିଁ। ଗତ ଏପ୍ରିଲ ୬ ତାରିଖରୁ ଦେଶରେ ପୋଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ମହଙ୍ଗା ମାଡରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଲଗାତର ଅଷ୍ଟମ ଦିନରେ ପୋଟ୍ରୋଲ ଜିଡେଲ ଦରରେ ବ୍ରେକ ଲାଗିଛି। ବୁଧବାର ମଧ୍ୟ ତୈଳ ଦର ଅପରିବର୍ତ୍ତିତ ରହିଛି। ସମସ୍ତ ମେଟ୍ରୋ ସହରରେ ପେଟ୍ରୋଲ ୧୦୦ ପାର କରିଥିବା ବେଳେ କେବଳ ଦିଲ୍ଲୀ ଓ କୋଲକାତାରେ ଡିଜେଲ ଶହେ ତଳେ ରହିଛି। 

ପ୍ରତିଦିନ ପରି ସରକାରୀ ତୈଳ କମ୍ପାନୀ ଗୁଡିକ ବୁଧବାର ପାଇଁ ପେଟ୍ରୋଲ ଡିଜେଲ ଦର ଜାରି କରିଛନ୍ତି। କିନ୍ତୁ ଏଥର ମଧ୍ୟ ତୈଳ ଦରରେ କୌଣସି ବୃଦ୍ଧି ହୋଇନାହିଁ। ଗତ ଏପ୍ରିଲ ୬ ତାରିଖରୁ ଦେଶରେ ପୋଟ୍ରୋଲ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ମାର୍ଚ୍ଚ ୨୨ ଠାରୁ ଯେଉଁ ଗତିରେ ତୈଳ ଦର ବୃଦ୍ଧି ହୋଇଛି ସମସ୍ତଙ୍କୁ ଆଚମ୍ବିତ କରିଥିଲା। କାରଣ ମାତ୍ର ୧୪ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୧୦ ଟଙ୍କା ଲେଖାଏ ବୃଦ୍ଧି ପାଇଛି।

Also Read: ଜଙ୍ଗଲ ଜାଳିବାରେ ବି ଓଡ଼ିଶା 'ନମ୍ବର ୱାନ୍'! ଜାଣନ୍ତୁ, ସର୍ବାଧିକ ନିଆଁ ଲାଗିବାର କାରଣ

 

ବର୍ତ୍ତମାନ ଦେଶର ଅନେକ ସହରରେ ଗୋଟିଏ ଲିଟର ପେଟ୍ରୋଲ ୧୨୦ ଟଙ୍କାରେ ମିଳୁଛି। ଡିଜେଲ ବି ଶତକ ମାରିଛି। ବୁଧବାର ଦେଶର ରାଜଧାନୀ ଦିଲ୍ଲୀରେ ପୋଟ୍ରୋଲ ଲିଟର ପିଛା ୧୦୫.୪୧ ଟଙ୍କା ଓ ଡିଜେଲ ୯୬.୬୭ ଟଙ୍କା ଅଛି। ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ, ଡିଜେଲ ଯଥାକ୍ରମେ ୧୨୦.୫୧ ଟଙ୍କା ଓ ୧୦୪.୭୭ ଟଙ୍କା ଅଛି। ସେହିପରି ଚେନ୍ନାଇରେ ଏହା ୧୧୦.୮୫ ଟଙ୍କା ଓ ୧୦୦.୯୪ ଟଙ୍କା ରହିଛି। 

ସେପଟେ ଖୁବଶୀଘ୍ର ସୀମିତ ସମୟ ପାଇଁ ପେଟ୍ରୋଲ ଓ ଡିଜେଲ ଦର କମବା ସମ୍ଭାବନା ରହିଛି। ସରକାର ତେଲରୁ ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି। ଯଦି ଏପରି ହୁଏ ତେବେ ଖାଉଟିଙ୍କୁ କିଛି ମାତ୍ରାରେ ମହଙ୍ଗା ତେଲରୁ ଆଶ୍ୱସ୍ତି ମିଳିବ। ଗତବର୍ଷ ଲୋକସଭାରେ ଦିଆଯାଇଥିବା ତଥ୍ୟାନୁସାରେ, ଉତ୍ପାଦ ଶୁଳ୍କ ବାବଦରେ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲରୁ ୨୭.୯୦ ଟଙ୍କା ଓ ଡିଜେଲରୁ ୨୧.୮୦ ଟଙ୍କା ଆଦାୟ କରୁଛନ୍ତି।

Also Read: ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...

ଆପଣଙ୍କ ସହରରେ କେତେ ଟଙ୍କା ଅଛି ପେଟ୍ରୋଲ-ଡିଜେଲ?

ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଏବଂ ସକାଳ ୬ଟାରେ ନୂଆ ଦର ଅପଡେଟ୍ ହୋଇଯାଏ। ଆପଣ ପେଟ୍ରୋଲ ଏବଂ ଡିଜେଲର ଦୈନିକ ମୂଲ୍ୟ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। IOL ଗ୍ରାହକମାନେ ୯୨୨୪୯୯୨୨୪୯ ନମ୍ବରରେ RSP ସ୍ପେସ୍ ପେଟ୍ରୋଲ୍ ପମ୍ପର କୋଡ୍ ଏବଂ BPCL ଗ୍ରାହକଙ୍କୁ ୯୨୨୩୧୧୨୨୨୨ ନମ୍ବରରେ RSP ଲେଖି ସେଣ୍ତ କରନ୍ତୁ। ସେହିପରି HPCL ର ଗ୍ରାହକମାନେ HPPrice ଲେଖି ଏହାକୁ ୯୨୨୨୨୦୧୧୨୨ ନମ୍ବରକୁ ପଠାଇ ପେଟ୍ରୋଲ-ଡିଜେଲ ମୂଲ୍ୟ ଜାଣିପାରିବେ।