ଜଙ୍ଗଲ ହେଉଛି ଆଦିବାସୀଙ୍କ ମାଆ। ତେଣୁ ସେହି ଆଦିବାସୀ ସମ୍ପ୍ରଦାୟ ଲୋକ ଓ ତାଙ୍କ ଜନ ପ୍ରତିନିଧୀମାନଙ୍କୁ ନେଇ ବନ ବିଭାଗ ଏବେ ଏକ କମିଟି ଗଠନ କରିଛି। ଯାହାର ଫଳ ମଘ୍ୟ ଦେଖିବାକୁ ମିଳିଲା। ଗ୍ରାମବାସୀମାନେ ମିଳିତ ଭାବେ ବନ ବିଭାଗ ସହ ମିଶି ନିଆଁ ଯେଭଳି ନ ଲାଗେ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
Trending Photos
ଭୁବନେଶ୍ୱର: ଆସିଲା ଗ୍ରୀଷ୍ମ ଋତୁ। ଜଙ୍ଗଲରେ ନିଆଁଲାଗିବା ନେଇ ଆଶଙ୍କା ବଢୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ଯରେ ଛୋଟବଡ ନିଆଁ ଲାଗିବା ଘଟଣା ପୂର୍ବ ବର୍ଷଠାରୁ ୫୦% କମିଥିବା ବିଭାଗ କହିଛି। ଜଙ୍ଗଲ ନିଆଁ ରୋକିବାକୁ ବନ ବିଭାଗ ବିଭିନ୍ନ ଉପାୟ ଆପଣାଉଛି। ସରପଞ୍ଚଙ୍କୁ ନେଇ କମିଟି ମଧ୍ୟ ଗଠନ ହୋଇଛି। ଫାୟାର ବ୍ଲୋୟର ସଂଖ୍ୟା ବୃଦ୍ଧି କରାଯାଇଛି। ପ୍ରାୟ ସମସ୍ତ ଜଙ୍ଗଲ ନିଆଁ ମନୁଷ୍ଯକୃତ ହୋଇଥିବା ବେଳେ ଏହାକୁ ରୋକିବିକୁ ପ୍ରୟାସ ଚାଲିଛି।
ପ୍ରାୟ ଦୁଇ ବର୍ଷ ତଳେ ରାଜ୍ୟରେ ଶିମିଳିପାଳ, ଖଡିଆଳ, ଫୁଲବାଣୀ ଓ ନୀଳଗିରୀ ଆଦି ଜଙ୍ଗଲରେ ନିଆଁ ଲାଗିଥିଲା। ମାସ ମାସ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରୁନଥିଲା। ପରିସ୍ଥିତି ଏଭଳି ହେଲା ଯେ, ଓଡିଶାରେ ଜଙ୍ଗଲ ନିଆଁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ରହିଲା। ଯାହାକୁ ନେଇ ରାଜ୍ୟ ତଥା ଦେଶରେ ପରିବେଶବିତମାନେ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବାକୁ ଲାଗିଲେ। ଓଡିଶା ଦେଶରେ ଜଙ୍ଗଲ ନିଆଁରେ ଥିଲା ଏକ ନମ୍ବର ବୋଲି ତଥ୍ୟ ମଧ୍ୟ କହିଲା। ଶେଷରେ ଏହାକୁ ରୋକିବା ଲାଗି ବନ ବିଭାଗ ପଦକ୍ଷେପ ନେବା ଆରମ୍ଭ କଲା।
Also Read: Sariska Tiger Reserve Fire: ଅଞ୍ଜଳିଙ୍କ ପାଇଁ ଜଙ୍ଗଲକୁ ଦେଲେ ଜଳାଞ୍ଜଳି
ଜଙ୍ଗଲ ହେଉଛି ଆଦିବାସୀଙ୍କ ମାଆ। ତେଣୁ ସେହି ଆଦିବାସୀ ସମ୍ପ୍ରଦାୟ ଲୋକ ଓ ତାଙ୍କ ଜନ ପ୍ରତିନିଧୀମାନଙ୍କୁ ନେଇ ବନ ବିଭାଗ ଏବେ ଏକ କମିଟି ଗଠନ କରିଛି। ଯାହାର ଫଳ ମଘ୍ୟ ଦେଖିବାକୁ ମିଳିଲା। ଗ୍ରାମବାସୀମାନେ ମିଳିତ ଭାବେ ବନ ବିଭାଗ ସହ ମିଶି ନିଆଁ ଯେଭଳି ନ ଲାଗେ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। କେବଳ ଯେ, ଗ୍ରାମବାସୀଙ୍କୁ ନେଇ ବନ ବିଭାଗ ପଦକ୍ଷେପ ନେଇଛି ତାହା ନୁହଁ, ନିଜେ ରାଜ୍ୟ ସରକାରଙ୍କ ସହାୟତାରେ ଫାୟାର ବ୍ଲୋୟର ସଂଖ୍ୟା ବୃଦ୍ଧି କରି ଏହାକୁ ରୋକିବାକୁ ଚେଷ୍ଟା କରାଯାଉଥିବା ପିସିସିଏଫ ଶିଶିର ରଥ କହିଛନ୍ତି। ଲୋକଙ୍କ ସହଯୋଗ ମିଳିବାରୁ ପୂର୍ବ ବର୍ଷ ୪୭ ହଜାର ଛୋଟ ବଡ ନିଆଁ ଲାଗିବା ଘଟଣା ଘଟିଥିବା ବେଳେ ଏବେ ସେହି ସଂଖ୍ୟା କମି ୧୮ ହଜାରରେ ପହଂଚିଥିବା ପିସିସିଏଫ ସୂଚନା ଦେଇଛନ୍ତି ।
ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଲୋକଙ୍କୁ ମଧ୍ୟ ଦାୟୀ କରାଯାଇଛି। ୯୮ ପ୍ରତିଶତ ନିଆଁ ଲାଗିବା ଘଟଣାରେ ଲୋକଙ୍କ ସଂମ୍ପୃକ୍ତି ନେଇ ପ୍ରମାଣ ମିଳିଥିବା ବେଳେ ବଳକା ୨ ପ୍ରତିଶତରେ ଲୋକେ ଚାଷ କିମ୍ବା ଆନ୍ୟାନ୍ୟ କାରଣ ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳିଛି। ଲୋକଙ୍କ ଅସାବଧାନତାରୁ ଏପରି ଘଟଣା ଘଟୁଥିବା ପରିବେଶବିତମାନେ କହିଛନ୍ତି। ଏହାର ନିରାକରଣ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇବା ସହ ଫାୟାର ଲାଇନ କରିବାର ଆବଶ୍ୟକତା ରହିଛି। ଜଙ୍ଗଲରେ ନିଆଁ ଲାଗିବା ନେଇ ଗତ ବର୍ଷ ଦେଶରେ ପ୍ରଥମ ହୋଇଥିବା ବେଳେ ସବୁ ସଠିକ ଭାବରେ ହେଲେ ଜଙ୍ଗଲରେ ନିଆଁ ଲାଗିବା କମି ପାରିବ ଏବଂ ରାଜ୍ୟ ସରକାର ଯେଉଁ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ସିଷ୍ଟମ କରିଛନ୍ତି ତାକୁ ଆଉ ଟିକେ ସୁଦୃଢ କରିବା ଦରକାର ବୋଲି ପରିବେଶବିତ କହିଛନ୍ତି।
Also Read: ବିକାଶ ପଥେ ଓଡ଼ିଶା; ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ, ମୁଖ୍ୟମନ୍ତ୍ରୀ ଦେଲେ ଏହି ନିର୍ଦ୍ଦେଶ
ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ପୂର୍ବରୁ ଅନେକ ମାମଲା ଦେଖିବାକୁ ମିଳିଛି। ୨୦୨୦ ନଭେମ୍ବରରୁ ଜୁନ ୨୦୨୧ରେ ରାଜ୍ୟରେ ୫୧ ହଜାରରୁ ଅଧିକ ନିଆଁ ଲାଗିଥିଲା। ଯାହା ଅନ୍ୟ ରାଜ୍ୟଠାରୁ ଯଥେଷ୍ଟ ଅଧିକ ରହିଥିଲା। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ବିଭାଗ ଅନୁଯାୟୀ, ନଭେମ୍ବର ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ଓଡିଶାରେ ୫୧୯୬୮ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ସମଗ୍ର ଦେଶରେ ସମୁଦାୟ ୩୪୫୯୮୯ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ ଓଡିଶାର କ୍ଷୟକ୍ଷତି ମନ୍ତ୍ରଣାଳୟର ମୂଲ୍ୟାଙ୍କନ କରାଯାଇନାହିଁ। ଓଡିଶା ପରେ ମଧ୍ୟପ୍ରଦେଶରେ ୪୭୭୯୫ ଜଙ୍ଗଲ ଅଗ୍ନିକାଣ୍ଡ, ଛତିଶଗଡରେ ୩୮୧୦୬, ମହାରାଷ୍ଟ୍ର ୩୪୦୨୫, ଝାଡଖଣ୍ଡ ୨୧୭୧୩, ଉତ୍ତର ପ୍ରଦେଶ ୨୧୪୮୭, ଆନ୍ଧ୍ରପ୍ରଦେଶ ୧୯୩୨୮, ତେଲେଙ୍ଗାନା ୧୮୨୩୭, ମିସୋରାମ ୧୨୮୪୬ ଜଙ୍ଗଲରେ ନିଆଁ ଲାଗିଥିଲା।
ପ୍ରାକୃତିକ ଏବଂ ଆନ୍ଥ୍ରୋପୋଜେନିକ୍ କାରଣରୁ ପ୍ରତିବର୍ଷ ଗ୍ରୀଷ୍ମ ସମୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥାଏ। ଦେଶର ଅଧିକାଂଶ ଜଙ୍ଗଲ ଅଗ୍ନିକାଣ୍ଡ ଭୂତଳ ଅଗ୍ନିକାଣ୍ଡ ଯେଉଁଥିରେ ସ୍ୱଳ୍ପ ଉଦ୍ଭିଦ ମଧ୍ୟ ଜଳିଯାଇଥାଏ। ୨୦୧୭ରେ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସଂଗଠନ 'ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ' (FSI) ଏକ ଜାତୀୟ ସ୍ତରରେ ଜଙ୍ଗଲ ଅଗ୍ନିକାଣ୍ଡର ପ୍ରଭାବଶାଳୀ ନୀରିକ୍ଷଣ ପାଇଁ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଉପଗ୍ରହ ଆଧାରିତ 'ଜଙ୍ଗଲ ଫାୟାର ମନିଟରିଂ ଏବଂ ଆଲର୍ଟ ସିଷ୍ଟମ' ବିକଶିତ କରିଛି । ଏହା ସହ ରାଜ୍ୟ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀଙ୍କୁ ଏସଏମଏସ ଏବଂ ଇମେଲ ମାଧ୍ୟମରେ ଫାୟାର ଆଲର୍ଟ ବିସ୍ତାର କରାଯାଇଛି। ବର୍ତ୍ତମାନ ଦେଶରେ ସେବା ପାଇଁ ପ୍ରାୟ ଲକ୍ଷେ ୩୦ ହଜାର ପଞ୍ଜୀକୃତ ଉପଭୋକ୍ତା ରହିଥିବା ଜଣାପଡିଛି।