ଆଲର୍ଟ! ବ୍ୟାଙ୍କ ଆକାଉଣ୍ଟରେ ୩୪୨ ଟଙ୍କା ରଖିବା ଜରୁରୀ, ନଚେତ୍ କ୍ଷତି ହେବ ୪ ଲକ୍ଷ ଟଙ୍କା
Advertisement

ଆଲର୍ଟ! ବ୍ୟାଙ୍କ ଆକାଉଣ୍ଟରେ ୩୪୨ ଟଙ୍କା ରଖିବା ଜରୁରୀ, ନଚେତ୍ କ୍ଷତି ହେବ ୪ ଲକ୍ଷ ଟଙ୍କା

PMSBY: ୫୦ ବର୍ଷ ବୟସ ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତିମାନେ ପ୍ରିମିୟମ ଦେୟ ଉପରେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ ବିପଦ ଉପରେ କଭରେଜ୍ ପାଇପାରିବେ । ମୃତ୍ୟୁର କାରଣ ଯାହା ବି ହେଉ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ଦେୟ ଉପରେ ୨ ଲକ୍ଷ ଟଙ୍କା ଜୀବନ ବୀମା କଭର ମିଳିଥାଏ ।

ସାଙ୍କେତିକ ଫଟୋ

Pradhan Mantri Suraksha Bima Yojana: ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ୩୪୨ ଟଙ୍କା ନାହିଁ, ତେବେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ । ବାସ୍ତବରେ, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା (PMJJBY) ର ବାର୍ଷିକ ରିନ୍ୟୁ ପାଇଁ ଶେଷ ତାରିଖ ୩୧ ମଇ ରହିଛି । ଯଦି ଆପଣ ଏହି ଦୁଇଟି ଯୋଜନାକୁ ରିନ୍ୟୁ ନ କରନ୍ତି, ତେବେ ଆପଣ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିବା ବୀମା ଠାରୁ ବଞ୍ଚିତ ହୋଇପାରନ୍ତି ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା
ଏହି ଯୋଜନା ଅଧୀନରେ କୌଣସି କାରଣରୁ ମୃତ୍ୟୁ ହେଲେ କଭରେଜ୍ ଦିଆଯାଇଥାଏ । ଏହି ଯୋଜନାରେ ଯୋଗଦେବା ପାଇଁ ବୟସ ସୀମା ୧୮-୫୦ ବର୍ଷ ଅଟେ । ୫୦ ବର୍ଷ ବୟସ ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇଥିବା ବ୍ୟକ୍ତିମାନେ ପ୍ରିମିୟମ ଦେୟ ଉପରେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ ବିପଦ ଉପରେ କଭରେଜ୍ ପାଇପାରିବେ । ମୃତ୍ୟୁର କାରଣ ଯାହା ବି ହେଉ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ଦେୟ ଉପରେ ୨ ଲକ୍ଷ ଟଙ୍କା ଜୀବନ ବୀମା କଭର ମିଳିଥାଏ ।

ରେଜିଷ୍ଟ୍ରେସନ ପ୍ରକ୍ରିୟା: ଯୋଜନା ଅନୁସାରେ ରେଜେଷ୍ଟ୍ରେସନ ପାଇଁ ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କର ୱେବସାଇଟ୍ ଭିଜିଟ କରି କିମ୍ବା ଡାକଘର ଭିଜିଟ କରି କରି ଏହି ଯୋଜନା ଅନ୍ତର୍ଗତ ରେଜିଷ୍ଟ୍ରେସନ କରିପାରିବେ। ଏହି ଯୋଜନା ଅଧୀନରେ ଗ୍ରାହକଙ୍କ ଦ୍ୱାରା ଥରେ ରଖାଯାଇଥିବା ଅର୍ଡର ଉପରେ ଆଧାର କରି ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ଦ୍ୱାରା ପ୍ରିମିୟମ୍ ପ୍ରଦାନ କରାଯାଇପାରିରେ । ଏହାର ବିସ୍ତୃତ ସୂଚନା ପାଇଁ, ଆପଣ ୱେବସାଇଟ୍ ଲିଙ୍କ୍ https://jansuraksha.gov.in ଭିଜିଟ କରିପାରିବେ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

ଏହି ଯୋଜନାରେ ଦୁର୍ଘଟଣା ଯୋଗୁଁ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମତା ପାଇଁ କଭରେଜ୍ ପ୍ରଦାନ କରାଯାଏ । ଏହି ଯୋଜନାରେ ଯୋଗଦେବା ପାଇଁ ବୟସ ୧୮ରୁ ୭୦ ବର୍ଷ ହେବା ବୟସ୍କ । ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କା (ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା) ଏକ ଆକସ୍ମିକ ମୃତ୍ୟୁ କମ ଅକ୍ଷମତା କଭର ମଧ୍ୟ ଅଛି ।

ରେଜିଷ୍ଟ୍ରେସନ ପ୍ରକ୍ରିୟା: ଏହି ଯୋଜନା ଅନ୍ତର୍ଗତ ପଞ୍ଜିକାରଣ ଶାଖା / ବିସି ପଏଣ୍ଟ କିମ୍ବା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କର ୱେବସାଇଟ୍ ଭିଜିଟ କରି କିମ୍ବା ଡାକଘର ଭିଜିଟ କରି କରି ଏହି ଯୋଜନା ଅନ୍ତର୍ଗତ ରେଜିଷ୍ଟ୍ରେସନ କରିପାରିବେ । ଏହି ଯୋଜନା ଅଧୀନରେ ଗ୍ରାହକଙ୍କ ଦ୍ୱାରା ଥରେ ରଖାଯାଇଥିବା ଅର୍ଡର ଉପରେ ଆଧାର କରି ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ଦ୍ୱାରା ପ୍ରିମିୟମ୍ ପ୍ରଦାନ କରାଯାଇପାରେ । ଆପଣ ଏହି ଲିଙ୍କ୍କୁ https://jansuraksha.gov.in ଯାଇ ରେଜିଷ୍ଟ୍ରେସନ କରିପାରିବେ ।

ଏହା ବି ପଢ଼ନ୍ତୁ: ୟୁକ୍ରେନ ସହ ଯୁଦ୍ଧରେ ପରାସ୍ତ ହୋଇଛି ଋଷ, ଜାଣନ୍ତୁ ଏପରି କାହିଁକି କହୁଛନ୍ତି ବିଶେଷଜ୍ଞ?

ଏହା ବି ପଢ଼ନ୍ତୁ: ପେଙ୍ଗୋଙ୍ଗରେ ଚୀନ୍‌ର ବ୍ରିଜ ନିର୍ମାଣକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ; ଜାଣନ୍ତୁ କ'ଣ...