PNB ଗ୍ରାହକମାନଙ୍କୁ ଝଟକା! ୧ ସେପ୍ଟେମ୍ବରରୁ ବ୍ୟାଙ୍କ କରିବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ
Advertisement

PNB ଗ୍ରାହକମାନଙ୍କୁ ଝଟକା! ୧ ସେପ୍ଟେମ୍ବରରୁ ବ୍ୟାଙ୍କ କରିବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ନିଜର ଆକାଉଣ୍ଟଧାରୀମାନଙ୍କୁ ୧ ସେପ୍ଟେମ୍ବରରୁ ଏକ ବଡ ଝଟକା ଦେବାକୁ ପ୍ରସ୍ତୁତ ହୋଇଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (Punjab National Bank- PNB) ଗ୍ରାହକ ଅଟନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ ବ୍ୟାଙ୍କ ଏହାର ଆକାଉଣ୍ଟଧାରୀମାନଙ୍କୁ ଏକ ବଡ଼ ଝଟକା ଦେବା ପାଇଁ ପ୍ରସ୍ତୁତି ଚଳାଇଛି । ବ୍ୟାଙ୍କ ଗ୍ରାହକ ମାନଙ୍କ ସଞ୍ଚୟକୁ ହ୍ରାସ କରିବାକୁ ଯାଉଛି ଅର୍ଥାତ ସଞ୍ଚୟ ଆକାଉଣ୍ଟରେ (Savings accounts) ସୁଧ ହାର ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧ ସେପ୍ଟେମ୍ବର ୨୦୨୧ ରୁ ସଞ୍ଚୟ ଆକାଉଣ୍ଟ ଜମା ଉପରେ ସୁଧ ହାର (Interest rate) ହ୍ରାସ କରିବାକୁ ଯାଉଛି । ଏହି ସୂଚନା ବ୍ୟାଙ୍କର ଅଫିସିଆଲ୍ ୱେବସାଇଟରୁ ଗ୍ରହଣ କରାଯାଇଛି ।

ଜାଣନ୍ତୁ କ’ଣ ହେବ ନୂଆ ସୁଧ ହାର 
ସଞ୍ଚୟ ଆକାଉଣ୍ଟରେ ସୁଧ ହାର ବାର୍ଷିକ ୩ ପ୍ରତିଶତରୁ ୨.୯୦ ପ୍ରତିଶତକୁ ହ୍ରାସ କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ବ୍ୟାଙ୍କର ଏହି ନିଷ୍ପତ୍ତି ଉଭୟ ନୂତନ ଓ ପୁରୁଣା ଗ୍ରାହକଙ୍କୁ ପ୍ରଭାବିତ କରିବ ।

ଅଧିକ ପଢ଼ନ୍ତୁ: କାବୁଲ ବିସ୍ଫୋରଣର ବଡ଼ ଖୁଲାସା, ଷଡଯନ୍ତ୍ରରେ ସାମିଲ ଥିବା IS-KP ମୁଖ୍ୟଙ୍କ ରହିଛି ପାକିସ୍ତାନୀ ଲିଙ୍କ୍

SBI​ ମଧ୍ୟ ହ୍ରାସ କରିଛି ସୁଧ ହାର
ନିକଟରେ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସଞ୍ଚୟ ଖାତାର ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । SBI ନିଜର ବାର୍ଷିକ ସୁଧ ହାରକୁ ୨.୭୦ ପ୍ରତିଶତକୁ ହ୍ରାସ କରିଛି ।

ସରକାରୀ ବ୍ୟାଙ୍କଗୁଡ଼ିକ ସଞ୍ଚୟ ଆକାଉଣ୍ଟରେ ଦେଉଥିବା ସୁଧ ହାର
IDBI ବ୍ୟାଙ୍କ - ୩ ରୁ ୩.୪ % 
କାନାଡ଼ା ବ୍ୟାଙ୍କ - ୨.୯୦ ରୁ ୩.୨୦ %
ବ୍ୟାଙ୍କ ଅଫ୍ ବରୋଦା - ୨.୭୫ ରୁ ୩.୨୦ %
ପଞ୍ଜାବ ଏବଂ ସିନ୍ଦ ବ୍ୟାଙ୍କ - ୩.୧୦ %

ଅଧିକ ପଢ଼ନ୍ତୁ: ଅଶ୍ୱିନଙ୍କୁ Playing 11 ରୁ କାହିଁକି ବାରମ୍ବାର ବାଦ ଦେଉଛନ୍ତି କୋହଲି? ଖୁଲାସା କଲେ ଶାମି

ଏହି ଘରୋଇ ବ୍ୟାଙ୍କଗୁଡିକ ଦେଉଛନ୍ତି ୪ ରୁ ୬ ପ୍ରତିଶତ ସୁଧ
ଆଇସିଆଇସିଆଇ ବ୍ୟାଙ୍କ - ୩ ରୁ ୩.୫ % 
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ - ୩.୫% ରୁ ୪%
ୱିଣ୍ଡସଇଣ୍ଡ ବ୍ୟାଙ୍କ - ୪ ରୁ ୬ %

ଅଧିକ ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟୀରେ ସାମିଲ ହେବେ କି ସୋନୁ ସୁଦ? ନିଜେ ଅଭିନେତା ଦେଲେ ଏହି ଜବାବ

ଏହି ବ୍ୟାଙ୍କଗୁଡିକ ଦିଅନ୍ତି ୭ ପ୍ରତିଶତ ସୁଧ 
ଉଜ୍ଜିବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ - ୭% 
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ - ୭% 
ସୂର୍ଯ୍ୟୋଦୟ ସ୍ମଲ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ - ୬.୨୫ ରୁ ୭%