Tokenisation: ସେପ୍ଟେମ୍ବର ୩୦ ପରଠାରୁ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ ପେମେଣ୍ଟ ନିୟମ ବଦଳିବାକୁ ଯାଉଛି। ଅଲାଇନ, ସେଲ୍ ପୋଏଣ୍ଟ କିମ୍ବା ଆପ୍ ଟ୍ରାଞ୍ଜାକସନକୁ ଟୋକନ (Tokenisation) ରେ କନଭର୍ଟ କରାଯିବ। ଡେବିଟ୍ ଓ କେଡଟ କାର୍ଡରେ ହେଉଥିବା କାରବାରର ତଥ୍ୟ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛି।
Trending Photos
Tokenisation, ନୂଆଦିଲ୍ଲୀ: ଆଗକୁ ଦଶହରା, ଦୀପାବଳୀ ସହ ଅନେକ ପର୍ବ ପର୍ବାଣୀ ଆସୁଛି। ଯାହାକୁ ନେଇ ଲୋକ ଖୁବ ଉତ୍ସାହିତ ଅଛନ୍ତି। ଆଉ ଏହି ପାର୍ବଣ ଋତୁକୁ ଆହୁରି ମଜାଦାର କରିବା ପାଇଁ ଲୋକେ କିଣାକିଣିରେ ବ୍ୟସ୍ତ ଅଛନ୍ତି। ଲୋକେ ଦୋକାନ ଯିବା ଅପକ୍ଷେ ଅଧିକ ଅନଲାଇନରେ ସପିଂ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ଫେଷ୍ଟିଭାଲ ସପିଂ ମଜା ଫିକା ପଡିପାରେ। କାରଣ ଅକ୍ଟୋବର ପହିଲାରୁ ଡେବିଟ ଓ କ୍ରେଡିଟ କାର୍ଡର ଅନଲାଇନ ପେମେଣ୍ଟ ନିୟମରେ ରିଜର୍ଭ ବ୍ୟାଙ୍କ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି।
ସେପ୍ଟେମ୍ବର ୩୦ ପରଠାରୁ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ ପେମେଣ୍ଟ ନିୟମ ବଦଳିବାକୁ ଯାଉଛି। ଅଲାଇନ, ସେଲ୍ ପୋଏଣ୍ଟ କିମ୍ବା ଆପ୍ ଟ୍ରାଞ୍ଜାକସନକୁ ଟୋକନ (Tokenisation) ରେ କନଭର୍ଟ କରାଯିବ। ଡେବିଟ୍ ଓ କେଡଟ କାର୍ଡରେ ହେଉଥିବା କାରବାରର ତଥ୍ୟ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛି। ଏଥିପାଇଁ ଜୁଲାଇ ଜୁଲାଇରେ ଲାଷ୍ଟ ଡେଟ୍ ଥିଲା କିନ୍ତୁ ପରେ ସେହି ଅବଧିକୁ ସେପ୍ଟେମ୍ବର ୩୦କୁ ବୃଦ୍ଧି କରାଯାଇଥିଲା। ଡେବିଟ ଓ କ୍ରେଡିଟ କାର୍ଡଙ୍କ ସୁରକ୍ଷାରେ ଆଉ ଗୋଟିଏ ସ୍ତର ସାମିଲ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। Tokenisation ଦ୍ୱାରା ଗ୍ରାହକଙ୍କ ଡିଜିଟାଲ ପେମେଣ୍ଟ ଅନୁଭୂତି ଆହୁରି ବୃଦ୍ଧି ପାଇବ ବୋଲି ବିଶ୍ୱାସ କରାଯାଉଛି।
Also Read: କଞ୍ଜୁସ୍ ଲକ୍ଷପତି ସଫେଇ କର୍ମଚାରୀ! ମୃତ୍ୟୁ ପର୍ଯ୍ୟନ୍ତ ଉଠାଇନଥିଲେ ଦରମା, ଟଙ୍କା ସରିବ ବୋଲି...
Tokenisation କଣ ଓ ଏହା କିପରି ଲାଭଦାୟକ?
ରିଜର୍ଭ ବ୍ୟାଙ୍କ ଅନୁସାରେ, Tokenisation ଆମ ଡେବିଟ ଓ କ୍ରେଡିଟ କାର୍ଡର ତଥ୍ୟକୁ ଗୋଟିଏ କୋଡରେ ପରିବର୍ତ୍ତିତ କରିଦେବ। ଏହାକୁ ଟୋକନ କୁହାଯାଏ। କୁହାଯାଉଛି ଯେ, ଏହି ଟୋକନାଇଜ୍ କାର୍ଡରେ କାରବାର କଲାବେଳେ କାର୍ଡର ତଥ୍ୟ ମର୍ଚ୍ଚାଣ୍ଟ ବା ଦୋକାନୀ ନିକଟକୁ ଯାଏ ନାହିଁ। କାରଣ ବର୍ତ୍ତମାନ ଅନେକ ଦୋକାନୀ ବା ମର୍ଚ୍ଚାଣ୍ଟ ଅଛନ୍ତି, ଯେଉଁମାନଙ୍କର ଚେନ ଷ୍ଟୋର ଅଛି। ସେମାନେ ଗ୍ରାହକଙ୍କ କାର୍ଡର ତଥ୍ୟ- ଯେପରି କାର୍ଡ ନମ୍ବର, ଏକ୍ସପାରୀ ଡେଟ୍ ସେୟାର କରନ୍ତି। ଫଳରେ ଆପଣଙ୍କ କାର୍ଡ ଅସୁରକ୍ଷିତ ହୋଇଯାଏ। ଆଉ ଆପଣଙ୍କ ବ୍ୟାଙ୍କ ତଥ୍ୟ ଚୋରି କିମ୍ବା ଅପବ୍ୟବହାର ହେବାର ଆଶଙ୍କା ବୃଦ୍ଧି ପାଏ। ଅନଲାଇନ କାରବାରରେ ମଧ୍ୟ ଠିକ ଏହି ଭଳି ସମସ୍ୟା ଦେଖାଯାଇଥାଏ।
ଡେବିଟ୍ କାର୍ଡକୁ କେମିତି Tokenisation କରିବେ?