UP Safei Karmachari: କୌଣସି କାରଣ ପାଇ ଧିରଜ ଓ ତାଙ୍କ ବାପା ଦରମା ଟଙ୍କା ଉଠାଉନଥିଲେ। ଉଭୟ ମାଗିଯାଚି ଚଳୁଥିଲେ। ବାପାଙ୍କ ମୃତ୍ୟୁ ପରେ ବୁଢି ମାଆଙ୍କୁ ପେନସନ ଟଙ୍କା ମିଳୁଥିଲା, ଯେଉଁଥିରେ ତାଙ୍କର ଗୁଜୁରାଣ ମେଣ୍ଟି ଯାଉଥିଲା।
Trending Photos
ଲକ୍ଷ୍ନୌ: ବିପଦ ଆପଦ ସମୟରେ କାମରେ ଲାଗିବ ବୋଲି ମଣିଷ ଟଙ୍କା ସଞ୍ଚୟ କରିଥାଏ। କିନ୍ତୁ ଯେତେବେଳେ ଏହି ଟଙ୍କା କାମରେ ଲାଗିନଥାଏ ତେବେ ଧନ ସଞ୍ଚିବାର ଲାଭ କଣ। ଯକ୍ଷ୍ମା ରୋଗରେ ପଡି ଜଣେ କୃପଣ ସଫେଇ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ପରେ ଜଣା ପଡିଥିଲା ଯେ, ସେ ଜଣେ ଲକ୍ଷପତି। ଜୀବନ ସାରା ମାଗିଯାଚି ଚଳୁଥିଲେ, ଦଶ ବର୍ଷ ପର୍ଯ୍ୟନ୍ତ ଦରମା ଟଙ୍କାକୁ ହାତ ମଧ୍ୟ ମାରିନଥିଲେ। ସେ ଏଭଳି କଞ୍ଚୁସ୍ ଥିଲେ ଯେ ଚିକିତ୍ସା ପାଇଁ ମଧ୍ୟ ଟଙ୍କାଏ ଖର୍ଚ୍ଚ କଲେନାହିଁ। ଏହିଭଳି ଏହ ହୃଦୟବିଦାରକ ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜ ସହରରେ ଘଟିଛି।
ମିଳିଥିବା ସୂଚନାନୁସାରେ, କୃପଣ ବ୍ୟକ୍ତି ଜଣକର ନାମ ହେଉଛି ଧିରଜ। ସେ ପ୍ରୟାଗରାଜ ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟରେ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ। ବାପାଙ୍କ ମୃତ୍ୟୁ ପରେ ଧିରଜ ଏହି ଚାକିରି ପାଇଥିଲେ। ରବିବାର ଧିରଜଙ୍କ ମୃତ୍ୟୁ ହୋଇଛି। ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିବା ଜଣା ପଡିଛି। ତେବେ ଧିରଜଙ୍କ ମୃତ୍ୟୁ ପରେ ଏକ ଚଞ୍ଚଲ୍ୟକର ଖବର ସାମନାକୁ ଆସିଥିଲା। ଧିରଜଙ୍କ ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଥିଲା। ସେ ଦୀର୍ଘ ଦଶ ବର୍ଷ ପର୍ଯ୍ୟନ୍ତ ତାଙ୍କ ଦରମା ଉଠାଇନଥିବା ସୂଚନା ମିଳିଛି।
Also Read: ରାଜଧାନୀରେ ମହିଳା କଥା ଛାଡ଼ନ୍ତୁ ପୁରୁଷ ମଧ୍ୟ ଅସୁରକ୍ଷିତ! ୧୨ ବର୍ଷ ବାଳକକୁ ୪ ଜଣ କଲେ ଦୁଷ୍କର୍ମ
କୌଣସି କାରଣ ପାଇ ଧିରଜ ଓ ତାଙ୍କ ବାପା ଦରମା ଟଙ୍କା ଉଠାଉନଥିଲେ। ଉଭୟ ମାଗିଯାଚି ଚଳୁଥିଲେ। ବାପାଙ୍କ ମୃତ୍ୟୁ ପରେ ବୁଢି ମାଆଙ୍କୁ ପେନସନ ଟଙ୍କା ମିଳୁଥିଲା, ଯେଉଁଥିରେ ତାଙ୍କର ଗୁଜୁରାଣ ମେଣ୍ଟି ଯାଉଥିଲା। ଧିରଜ ଯକ୍ଷ୍ମା ରୋଗ ବିଭାଗରେ କାର୍ଯ୍ୟରତ ଥିଲେ। ଆଉ ସେ ମଧ୍ୟ ଯକ୍ଷ୍ମା ରୋଗରେ ପୀଡିତ ହେଲେ, କିନ୍ତୁ ଟଙ୍କା ସଞ୍ଚିବା ଲୋଭରେ ନିଜର ଚିକିତ୍ସା କରାଇଲେ କି ଯତ୍ନ ନେଲେ ନାହିଁ। ଆଉ ଶେଷରେ କୃପଣତା ପାଇଁ ତାଙ୍କର ଜୀବନ ଗଲା।
ଧିରଜଙ୍କ ଜଣେ ସାଙ୍ଗ କହିଛନ୍ତି ଯେ, "ଧିରଜ କେବେ ତାଙ୍କ ଦରମା ଟଙ୍କା ଉଠାଉ ନଥିଲେ। ତାଙ୍କ ମାଆକୁ ମିଳୁଥିବା ପେନସନ ଟଙ୍କାରେ ଘର ଚଳିଯାଉଥିଲା। ଯଦି ଅଧିକ ଟଙ୍କା ଦରକାର ପଡିଲେ ସେ ସାଙ୍ଗସାଥି, ସହକର୍ମୀ ଓ ବାହର ଲୋକଙ୍କୁ ମାଗନ୍ତି। ମୃତ୍ୟୁ ପରେ ଦେଖିଲା ବେଳେ ତାଙ୍କ ବ୍ୟାଙ୍କ ଖାତାରେ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଥିଲା। ଏହି ଟଙ୍କାରେ ଯଦି ସେ ନିଜର ଭଲ ଚିକିତ୍ସା କରିଥାନ୍ତେ, ତେବେ ନିଶ୍ଚିତ ଭାବେ ସୁସ୍ଥ ହୋଇଥାନ୍ତେ।"
Also Read: Metro Rail: ଟ୍ୱିନସିଟିରେ ଗଡିବ ମେଟ୍ରୋ ଟ୍ରେନ୍! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା
ସେ ପୁଣି କହିଛନ୍ତି, "କିଛି ମାସ ପୂର୍ବେ ଧିରଜଙ୍କ ଘରକୁ କିଛି ଅଧିକାରୀ ଆସିଥିଲେ। ସେମାନେ ତାଙ୍କ ଟଙ୍କା ପଇସା ବିଷୟରେ ପଚାରିଥିଲେ। ଆଉ ଧିରଜଙ୍କ ଉତ୍ତରରେ ଅଧିକାରୀମାନେ ସନ୍ତୁଷ୍ଟ ହୋଇଥିଲେ। ସେ ବିବାହ କରିନାହାନ୍ତି, କାରଣ ସ୍ତ୍ରୀ ଆସିଲେ ତାଙ୍କ ଟଙ୍କାର ଅପବ୍ୟବହାର କରିବ।" ଧିରଜ ଆୟକର ଦେଉଥିବା ତାଙ୍କ ସାଙ୍ଗ କହିଛନ୍ତି।