Advertisement
Article Detail0/zeeodisha/odisha2304638
Zee OdishaZee Odishaମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମ ମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମ ମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଆଜି ଅପରାହ୍ନରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ। ପୁରୁଣା ବଜାରଠାରୁ ରୋଡ୍ ସୋ’ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। 

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମ ମାଟିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ପହଞ୍ଚିବା ପରେ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସାଧାରଣ ଲୋକ ପାଛୋଟି ନେଇଥିବା ଦେଖିବାକୁ ମିଳିଛି। ସେଠାରେ ହଜାର ହଜାର ଲୋକ ତାଙ୍କୁ ଦେଖାକରି ନିଜ ନିଜ ସମସ୍ୟା ଜଣାଇବାକୁ ଅପେକ୍ଷା କରିଛନ୍ତି।

ଆଜି ଅପରାହ୍ନରେ ପୁରୁଣା ସହର ଶ୍ରୀବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନ କରିବେ। ପୁରୁଣା ବଜାରଠାରୁ ରୋଡ୍ ସୋ’ରେ ଯାଇ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତାକାଲି ସକାଳେ ନିଜ ଗାଁ ରାଇକଳା ଯିବେ ମୁଖ୍ୟମନ୍ତ୍ରୀ। ରାଇକଳାରୁ ରୋଡ୍ ସୋ’ରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବେ ମୋହନ ମାଝୀ। ଝୁମ୍ପୁରା ବ୍ଲକ ଦୁର୍ଗା ପଡ଼ିଆରେ ଜନସମାବେଶକୁ ସମ୍ବୋଧିତ କରିବେ। ଅପରାହ୍ଣରେ ନିଜ ଗାଁରେ ପହଞ୍ଚିିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ। ଗାଁ ଲୋକଙ୍କ ସହ କଥା ହେବା ପରେ ସଂଧ୍ୟାରେ ଭୁବନେଶ୍ୱର ଫେରିଆସିବେ।

ଆଜି କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଆସନ୍ତାକାଲି ନିଜ ଗାଁ ରାଇକଳା ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରୁ ରୋଡ୍ ସୋ' କରି ମା' ତାରିଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବେ। ଏହା ପରେ କେନ୍ଦୁଝର ଯାତ୍ରା କରିବେ। ରିଜର୍ଭ ପୋଲିସ ପଡ଼ିଆରେ ଅବତରଣ ପରେ ସର୍କିଟ୍ ହାଉସ୍ରେ ବିଶ୍ରାମ ନେବେ।

Add Zee News as a Preferred Source
About the Author