ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମା’ ତାରିଣୀଙ୍କୁ କରିବେ ଦର୍ଶନ
Advertisement
Article Detail0/zeeodisha/odisha2304413

ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମା’ ତାରିଣୀଙ୍କୁ କରିବେ ଦର୍ଶନ

Chief minister: ସେଠାରୁ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ୧୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ୧୨ଟା ୪୫ ମିନିଟ୍‌ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରେ ଅପରାହ୍ନ ୧ଟା ୫ ମିନିଟ୍‌ରେ ପହଞ୍ଚିବେ। 

ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମା’ ତାରିଣୀଙ୍କୁ କରିବେ ଦର୍ଶନ

ଭୁବନେଶ୍ଵର: କେନ୍ଦୁଝର ସ୍ଥିତ ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୨୫ରେ ପହଞ୍ଚିବେ। ସେଠାରୁ ସେ ମା' ତାରିଣୀଙ୍କ ଦର୍ଶନ ପାଇଁ ଏକ ରୋଡ ସୋ' କରି ପୂର୍ବାହ୍ନ ୧୧ଟା ସମୟରେ ଘଟଗାଁ ମନ୍ଦିର ଯିବେ । ସେଠାରେ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିବେ। ସେଠାରୁ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ୧୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ୧୨ଟା ୪୫ ମିନିଟ୍‌ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରେ ଅପରାହ୍ନ ୧ଟା ୫ ମିନିଟ୍‌ରେ ପହଞ୍ଚିବେ। 

ସେଠାରୁ କାରରେ ସର୍କିଟ ହାଉସ୍ ଆସି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବଳଦେବଜୀଉ ମନ୍ଦିରରେ ପହଞ୍ଚି ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ସୋ'ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ନୂଆ କୋର୍ଟ ଓ ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ। ପରେ କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।