China firm troll:ମହିଳା କର୍ମଚାରୀଙ୍କୁ ଫାର୍ମର ଅଦ୍ଭୁତ ପରାମର୍ଶ,ପୁରୁଷ ସହକର୍ମୀଙ୍କୁ ପ୍ରେରିତ କରିବାକୁ ମେକଅପ୍ ନେଇ ଅଫିସ ଆସ !
Advertisement
Article Detail0/zeeodisha/odisha2035128

China firm troll:ମହିଳା କର୍ମଚାରୀଙ୍କୁ ଫାର୍ମର ଅଦ୍ଭୁତ ପରାମର୍ଶ,ପୁରୁଷ ସହକର୍ମୀଙ୍କୁ ପ୍ରେରିତ କରିବାକୁ ମେକଅପ୍ ନେଇ ଅଫିସ ଆସ !

ମହିଳା କର୍ମଚାରୀଙ୍କୁ ଫାର୍ମର ଅଦ୍ଭୁତ ପରାମର୍ଶ,ପୁରୁଷ ସହକର୍ମୀଙ୍କୁ ପ୍ରେରିତ କରିବାକୁ ମେକଅପ୍ ନେଇ ଅଫିସ ଆସ ! ଚୀନ୍‌ର ଶେନଜେନ୍‌ ସିଟିରେ ଅବସ୍ଥିତ ଏକ କମ୍ପାନୀ ସୋସିଆଲ ମିଡିଆରେ ବହୁ ସମାଲୋଚିତ ହେଉଛି। ଏହାର କାରଣ ହେଉଛି ମହିଳାମାନଙ୍କ ପାଇଁ କମ୍ପାନୀ ଦ୍ବାରା ଜାରି କରାଯାଇଥିବା କିଛି ବାର୍ତ୍ତା, ଯେଉଁଥିରେ କୁହାଯାଇଛି ଯେ ମହ

SOCIAL MEDIA

China firm troll:

ମହିଳା କର୍ମଚାରୀଙ୍କୁ ଫାର୍ମର ଅଦ୍ଭୁତ ପରାମର୍ଶ,ପୁରୁଷ ସହକର୍ମୀଙ୍କୁ ପ୍ରେରିତ କରିବାକୁ ମେକଅପ୍ ନେଇ ଅଫିସ ଆସ !

ଚୀନ୍‌ର ଶେନଜେନ୍‌ ସିଟିରେ ଅବସ୍ଥିତ ଏକ କମ୍ପାନୀ ସୋସିଆଲ ମିଡିଆରେ ବହୁ ସମାଲୋଚିତ ହେଉଛି। ଏହାର କାରଣ ହେଉଛି ମହିଳାମାନଙ୍କ ପାଇଁ କମ୍ପାନୀ ଦ୍ବାରା ଜାରି କରାଯାଇଥିବା କିଛି ବାର୍ତ୍ତା, ଯେଉଁଥିରେ କୁହାଯାଇଛି ଯେ ମହିଳାମାନେ ମେକ୍ ଅପ୍ ରେ କାମ କରିବାକୁ ଆସନ୍ତୁ, ଫଳରେ ପୁରୁଷ ସହକର୍ମୀମାନେ କାର୍ଯ୍ୟାଳୟରେ କାମ କରିବାକୁ ଉତ୍ସାହିତ ହେବେ ।

ଘଟଣା କଣ

'ସାଉଥ ଚାଇନା ମର୍ନିଂ ପୋଷ୍ଟ'ର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୩୦ ରେ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଲୁଓ ଓ୍ବି ଚାଟରେ ମହିଳା କର୍ମଚାରୀଙ୍କ ସହ ଏକ ବୈଠକ କରିଥିଲେ । ସେହି ବୈଠକରେ ସେ ସମସ୍ତ ମହିଳା କର୍ମଚାରୀଙ୍କୁ କହିଥିଲେ ଯେ ସେମାନଙ୍କୁ ଡିସେମ୍ବରରୁ ମେକ୍ ଅପ୍ ନେଇ ଅଫିସକୁ ଆସିବାକୁ ପଡିବ, ଯାହା ଦ୍ବାରା ସେମାନଙ୍କର ପୁରୁଷ ସହକର୍ମୀମାନେ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ।

ବୋନସ କାଟିବାର ଧମକ

କମ୍ପାନୀ କାର୍ଯ୍ୟନିର୍ବାହୀ ଲୁଓ ମହିଳା କର୍ମଚାରୀଙ୍କ ଦଳକୁ ପଠାଯାଇଥିବା ଏକ ବାର୍ତ୍ତାରେ ଲେଖିଛନ୍ତି - ଲେଡିଜ୍, ଆମ ଦଳକୁ ଉତ୍ସାହିତ କରିବା ପାଇଁ ଦୟାକରି ଡିସେମ୍ବରରୁ ମେକଅପ୍ ନେଇ ଅଫିସ୍ ଆସନ୍ତୁ । ଆମର ପୁରୁଷ ସହକର୍ମୀମାନେ ମହିଳାମାନଙ୍କୁ ଅପରାହ୍ନରେ ଚା ’ଯୋଗାଇବା ପାଇଁ ଭିଡ଼ ଜମାଇବେ । ଏହି ବାର୍ତ୍ତା ପରେ ମହିଳା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା, କିଛି ସମୟ ପରେ ଲୁଓ ଅନ୍ୟ ଏକ ବାର୍ତ୍ତା ପଠାଇଲେ ଯେ ମେସେଜ ପଢ଼ିଲା ପରେ ଦୟାକରି ଉତ୍ତର ନଚେତ୍ ତୁମର ବୋନସ କଟାଯିବ ।

ଭାଇରାଲ୍ ମେସେଜର ସ୍କ୍ରିନସଟ୍

ଯେତେବେଳେ ଲୁଓଙ୍କ ବାର୍ତ୍ତାର ସ୍କ୍ରିନସଟ ସୋସିଆଲ ମିଡିଆରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ସେୟାର କରାଯାଇଥିଲା, ଯିଏ ଦଳର ଜଣେ ମହିଳା ସହକର୍ମୀଙ୍କ ବନ୍ଧୁ ଥିଲେ । ଏହା ପରେ ସୋସିଆଲ ସାଇଟରୁ ଗଣମାଧ୍ୟମରେ ପହଞ୍ଚି କମ୍ପାନୀ ସମାଲୋଚିତ ହେଉଛି ।

କମ୍ପାନୀ ସ୍ପଷ୍ଟୀକରଣ ଦେଇଛି

କମ୍ପାନୀ ବିରୁଦ୍ଧରେ ଲୋକଙ୍କ କ୍ରୋଧ ଏବଂ ସମାଲୋଚନା ପରେ କାର୍ଯ୍ୟନିର୍ବାହୀ ଲୁଓ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ତାଙ୍କ ବାର୍ତ୍ତା ଭୁଲ ଉପାୟରେ ଉପସ୍ଥାପିତ ହୋଇଛି। ସେ କହିଛନ୍ତି - ଏହା କେବଳ ଥଟ୍ଟା ଥିଲା ଏବଂ ଆମେ ଏହାକୁ ହଟାଇଛୁ। ସମସ୍ତେ ଜାଣନ୍ତି ଯେ ସେଭଳି କିଛି ନାହିଁ । ଦଳରେ ଥଟ୍ଟା ଚାଲେ ଏବଂ କର୍ମଚାରୀମାନେ ପରସ୍ପର ସହିତ ମଜା କରନ୍ତି ।

ଏହି ଘଟଣା ଚାଇନାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନସାଧାରଣଙ୍କ ମଧ୍ୟରେ ଖୁବ୍ ପ୍ରତିକ୍ରିୟା କ୍ରୋଧର ଲହରୀ ଖେଳିଯାଇଛି । କିନ୍ତୁ ଉପଭୋକ୍ତାମାନେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଖାଇଛନ୍ତି । ଲୋକମାନେ କହିଛନ୍ତି ଯେ ଏହି ପ୍ରକାର ଆଚରଣ କର୍ମକ୍ଷେତ୍ରରେ ବ୍ୟାପକ ଲିଙ୍ଗଗତ ଅସମାନତା ଏବଂ ଯୌନ ସମ୍ପର୍କକୁ ସୂଚାଇଥାଏ । ଅନ୍ୟ ଜଣେ ଲେଖିଛନ୍ତି - ଯଦି ଆପଣ ଦଳକୁ ଉତ୍ସାହିତ କରିବାକୁ ଚାହାଁନ୍ତି, ତେବେ ପୁରୁଷ କର୍ମଚାରୀମାନଙ୍କୁ କାମ କରିବାକୁ କୁହନ୍ତୁ । ଅନ୍ୟ ଜଣେ ବ୍ୟବହାରକାରୀ କହିଛନ୍ତି, 'ଏଭଳି ଆଚରଣ କର୍ମକ୍ଷେତ୍ରରେ ଲିଙ୍ଗଗତ ଭେଦଭାବ ଏବଂ ଅସମାନତା ସମସ୍ୟାକୁ ସୂଚାଉଛି। ସମଗ୍ର ବିଶ୍ୱରେ, 'ସମାନତା' ଭଳି ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଛି ଯଥା ପୁରୁଷ ଏବଂ ମହିଳା ସମାନ ।