Christmas-Day:କେରଳ କିମ୍ବା ଚେନ୍ନାଇ, ଭାରତରେ କେଉଁଠାରୁ ଆରମ୍ଭ ହୋଇଥିଲା ଖ୍ରୀଷ୍ଟଧର୍ମ ...
Advertisement
Article Detail0/zeeodisha/odisha2024266

Christmas-Day:କେରଳ କିମ୍ବା ଚେନ୍ନାଇ, ଭାରତରେ କେଉଁଠାରୁ ଆରମ୍ଭ ହୋଇଥିଲା ଖ୍ରୀଷ୍ଟଧର୍ମ ...

ବଡଦିନ ଆସୁଛି। ଦେଶର ବିଭିନ୍ନ ସ୍ଥାନରେ ଚର୍ଚ୍ଚଗୁଡିକ ସଜାଇ ହେଉଛନ୍ତି। ଏମିତିରେ ମନକୁ ପ୍ରଶ୍ନ ଆସେ ଯେ, ଭାରତକୁ ଖ୍ରୀଷ୍ଟ ଧର୍ମ କେମିତି ଆସିଲା ଓ କେବେ ଆସିଲା। ନାଗାଲାଣ୍ଡ, ମିଜୋରାମ, ମେଘାଳୟ, ମଣିପୁର ଓ ଅରୁଣାଚଳ ପ୍ରଦେଶ...

SOCIAL MEDIA

Christmas-Day:

ବଡଦିନ ଆସୁଛି। ଦେଶର ବିଭିନ୍ନ ସ୍ଥାନରେ ଚର୍ଚ୍ଚଗୁଡିକ ସଜାଇ ହେଉଛନ୍ତି। ଏମିତିରେ ମନକୁ ପ୍ରଶ୍ନ ଆସେ ଯେ, ଭାରତକୁ ଖ୍ରୀଷ୍ଟ ଧର୍ମ କେମିତି ଆସିଲା ଓ କେବେ ଆସିଲା। ନାଗାଲାଣ୍ଡ, ମିଜୋରାମ, ମେଘାଳୟ, ମଣିପୁର ଓ ଅରୁଣାଚଳ ପ୍ରଦେଶ... ଏହି ସବୁ ରାଜ୍ୟଙ୍କ ମଧ୍ୟରେ  ଗୋଟିଏ ସମାନତା ରହିଛି। ତାହା ହେଉଛି ଯେ, ଏହି ସବୁ ରାଜ୍ୟ ଗୁଡିକ ହେଉଛନ୍ତି ଖ୍ରୀଷ୍ଟିଆନ ବହୁଳ।  ତଥାପି ଜନସଂଖ୍ୟା ଦୃଷ୍ଟିରୁ ଖ୍ରୀଷ୍ଟିଆନ ବହୁଳ ରାଜ୍ୟ ତାଲିକାରେ କେରଳ ଆଗରେ ରହିଛି। ଦୁନିଆରେ ଖ୍ରୀଷ୍ଟିଆନଙ୍କର ସର୍ବାଧିକ ଜନସଂଖ୍ୟା ଆମେରିକୀୟ ଦେଶମାନଙ୍କରେ ରହିଛି । ଏହା ପରେ ୟୁରୋପ ଓ ଅନ୍ୟ ମହାଦେଶଙ୍କ ସ୍ଥାନ । କେରଳରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ଏମିତି ଖାଲି  ଅଧିକ ନୁହେଁ। ଏହା ପଛରେ ରହିଛି ଏକ  ଐତିହାସିକ ଘଟଣା ଯେଉଁଥିପାଇଁ ଏହା ଖ୍ରୀଷ୍ଟିଆନ ବହୁଳ ହେବା ସହିତ  ଭାରତର ଅନ୍ୟଭାଗକୁ  ଖ୍ରୀଷ୍ଟିଆନ ଧର୍ମ ବ୍ୟାପିଥିଲା। 

କେରଳ, ଗୋଆ, ମିଜୋରାମ... ଏହି ସବୁ ରାଜ୍ୟରେ ଭାରତର ଅଧିକାଂଶ ଖ୍ରୀଷ୍ଟିଆନ  ବସବାସ କରନ୍ତି । ଏବେ ଆସନ୍ତୁ ଜାଣିବା ଭାରତରେ ଖ୍ରୀଷ୍ଟ ଧର୍ମ କେବେ ଓ କିପରି ଆରମ୍ଭ ହୋଇଥିଲା ।

ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାଦଶ ଶିଷ୍ୟ ଭାରତ ଆସିଥିଲେ

ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠାତା ଯୀଶୁ ଖ୍ରୀଷ୍ଟଙ୍କ ୧୨ ଜଣ ଶିଷ୍ୟ ଥିଲେ, ଯେଉଁମାନେ ଏହି ଧର୍ମକୁ ବିଶ୍ୱକୁ ପ୍ରସାରିତ କରିବା ପାଇଁ ୧୧ଟି ଭିନ୍ନ ଭିନ୍ନ ମାର୍ଗରେ ଯାତ୍ରା କରିଥିଲେ । ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପ୍ରସାର ପାଇଁ ତାଙ୍କ ଦ୍ୱାଦଶ ଶିଷ୍ୟ ସେଣ୍ଟ(ସନ୍ଥ) ଥୋମାସ ୫୨ ଖ୍ରୀଷ୍ଟାବ୍ଦରେ ସମୁଦ୍ର ପଥରେ ଭାରତର ଦକ୍ଷିଣ ଉପକୂଳରେ ପହଞ୍ଚିଥିଲେ ।

ସେ ଭାରତ ଆସିବା ସମୟରେ କେରଳରେ ଚୋଳ ବଂଶର ଶାସନ ଥିଲା। କେରଳର ମାଲାବାର ଉପକୂଳରୁ ତାଙ୍କର ଭାରତ ଯାତ୍ରା ଆରମ୍ଭ ହୋଇଥିଲା। ସେ କେରଳ ଓ ତାମିଲନାଡୁରେ ୨୦ ବର୍ଷ ରହିଥିଲେ। ସେଣ୍ଟ ଥୋମାସ ଭାରତର ପାଲାୟୁରରେ ଏକ ଚର୍ଚ୍ଚ ପ୍ରତିଷ୍ଠା କରିଥିଲେ ଏବଂ ଏହାକୁ ଏକ ଉପାସନା ସ୍ଥଳ ଭାବରେ ପ୍ରଚାର କରିଥିଲେ । ଏହି ଚର୍ଚ୍ଚ ସେଣ୍ଟ ଥୋମାସ ଚର୍ଚ୍ଚ ନାମରେ ଜଣାଶୁଣା । ଏହାକୁ ବିଶ୍ୱର ସବୁଠାରୁ ପୁରାତନ ଚର୍ଚ୍ଚର ମାନ୍ୟତା ମିଳିଥାଏ । ଏହାପରେ ସେ ଭାରତରେ ଆଉ ୬ଟି ଚର୍ଚ୍ଚର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯାହା ଖ୍ରୀଷ୍ଟିଆନମାନଙ୍କର ପ୍ରସିଦ୍ଧ ପ୍ରାର୍ଥନା ସ୍ଥଳ ଭାବରେ ପରିଚିତ ଥିଲା ।

ଦକ୍ଷିଣର ଏହି ରାଜ୍ୟରେ ବିରୋଧ ହୋଇଥିଲା

କୁହାଯାଏ ଯେ ଭାରତରେ ଧର୍ମପ୍ରଚାର କରିବା ପରେ ସେ ଭାରତର ପୂର୍ବ ଉପକୂଳରେ ପହଞ୍ଚିଥିଲେ ଏବଂ ସେଠାରୁ ଚୀନକୁ ଯାତ୍ରା କରିଥିଲେ।  କିଛି ସମୟ ପରେ ସେ ଭାରତ ଫେରି ଚେନ୍ନାଇରେ ବସବାସ କରିଥିଲେ । ସେଠାରେ ଲୋକମାନଙ୍କ ମଧ୍ୟରେ ସେ  ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରିବା ଆରମ୍ଭ କରିଥିଲେ।  କିନ୍ତୁ ସେଠାକାର ଲୋକମାନେ ଏହାକୁ ବିରୋଧ କରିଥିଲେ । ଚେନ୍ନାଇର ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନଥିଲେ ।

ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ସେଠାକାର ଲୋକ ସେଣ୍ଟ ଥୋମାସଙ୍କୁ ନିର୍ଯାତନା ଦେଇଥିଲେ। ତାଙ୍କୁ ଏକ ଗୁମ୍ଫାରେ ହତ୍ୟା କରାଯାଇଥିଲା। ଚେନ୍ନାଇର ସେହି ଗୁମ୍ଫାକୁ ଥୋମାସ ମାଉଣ୍ଟ କୁହାଯାଏ । ୧୫୨୩ ମସିହାରେ ପର୍ତ୍ତୁଗିଜ ତାଙ୍କ କବର ଉପରେ ଏକ ଚର୍ଚ୍ଚ ନିର୍ମାଣ କରିଥିଲେ । ଯେଉଁଠି ଖ୍ରୀଷ୍ଟିଆନମାନେ ବହୁ ସଂଖ୍ୟାରେ ପହଂଚିଥାନ୍ତି ।

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଯେତେବେଳେ ସେଣ୍ଟ ଥୋମାସ ଭାରତକୁ ଆସିଥିଲେ, ସେତେବେଳେ ୟୁରୋପର ଦେଶମାନଙ୍କରେ ମଧ୍ୟ ଖ୍ରୀଷ୍ଟ ଧର୍ମ ନଥିଲା । ୟୁରୋପୀୟ ଦେଶମାନଙ୍କ ପୂର୍ବରୁ ଖ୍ରୀଷ୍ଟ ଧର୍ମ ଭାରତରେ ପ୍ରସାରିତ ହୋଇଥିଲା । ଦେଶର ଚର୍ଚ୍ଚଗୁଡ଼ିକରେ ପୁଣି ଥରେ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ପ୍ରକାରର ଖ୍ରୀଷ୍ଟମାସ ଚା' ଠାରୁ ଆରମ୍ଭ କରି କେକ୍ ବଜାରରେ ଉପଲବ୍ଧ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ପାଇଁ ସାଜସଜ୍ଜା ଜାରି ରହିଛି।