ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୦୩୪ କୋରୋନା ସଂକ୍ରମିତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୦୩୪ କୋରୋନା ସଂକ୍ରମିତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୨୭ ହଜାର ୨୨୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୦୩୪ କୋରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଭୂତାଣୁ (Coronavirus) ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ରାଜ୍ୟରେ ୩୦୩୪ ଜଣ କୋରୋନା ସଂକ୍ରମିତ (COVID-19 Positive) ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୯୯,୩୯୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଋଷ

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ, ମୟୂରଭଞ୍ଜରୁ ୨୪୨ ଜଣ, ବରଗଡ଼ରୁ ୧୬୮ ଜଣ, ଗଞ୍ଜାମରୁ ୧୫୪ ଜଣ, କଟକରୁ ୧୫୦ ଜଣ, ରାୟଗଡାରୁ ୧୩୯ ଜଣ, ବାଲେଶ୍ୱରରୁ ୯୭ ଜଣ, ସୁନ୍ଦରଗଡ଼ରୁ ୯୭ ଜଣ, କେନ୍ଦୁଝରରୁ ୯୫ ଜଣ, ସମ୍ୱଲପୁରରୁ ୮୩ ଜଣ, କେନ୍ଦ୍ରାପଡାରୁ ୮୦ ଜଣ, ଯାଜପୁରରୁ ୭୯ ଜଣ, କୋରାପୁଟରୁ ୭୯ ଜଣ, ଝାରସୁଗୁଡାରୁ ୭୦ ଜଣ, ମାଲକାନଗିରିରୁ ୬୮ ଜଣ, ପୁରୀରୁ ୫୮ ଜଣ, ଜଗତସିଂହପୁରରୁ ୫୭ ଜଣ, ଢେଙ୍କାନାଳରୁ ୫୬ ଜଣ, ଅନୁଗୋଳରୁ ୪୯ ଜଣ, ବଲାଙ୍ଗୀରରୁ ୪୬ ଜଣ, ଭଦ୍ରକରୁ ୪୨ ଜଣ, କନ୍ଧମାଳରୁ ୪୦ ଜଣ, ସୁବର୍ଣ୍ଣପୁରରୁ ୪୦ ଜଣ, ନବରଙ୍ଗପୁରରୁ ୩୫ ଜଣ, ନୟାଗଡାରୁ ୩୧ ଜଣ, ଗଜପତିରୁ ୨୬ ଜଣ, କଳାହାଣ୍ଡିରୁ ୨୩ ଜଣ, ବୌଦ୍ଧରୁ ୨୧ ଜଣ, ନୂଆପଡାରୁ ୧୨ ଜଣ ଏବଂ ଦେଓଗଡ଼ରୁ ୫ ଜଣ ସଂକ୍ରମିତ ସୁସ୍ଥ ଲାଭ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ବିଗ୍ ବସ୍-14ରେ ନଜର ଆସିବେ ଏହି ସମସ୍ତ କଳାକାର ! ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୨୭ ହଜାର ୨୨୧ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୫୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୯୬,୩୬୪ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୩୦,୯୧୯ ସକ୍ରିୟ ସଂକ୍ରମିତ ମାମଲା ରହିଛି ।