ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ

ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୫୩୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୯୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ସାରା ଦେଶ ସମେତ ଓଡ଼ିଶାରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ଭୂତାଣୁ (Coronavirus) ମାମଲା ସାମ୍ନାକୁ ଆସୁଛି । ଏହାସହ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି । ଅନ୍ୟପଟେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି ଅର୍ଥାତ ସୋମବାର ଓଡ଼ିଶାରେ ରେକର୍ଡ ସଂଖ୍ୟକ ୪,୦୫୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ଯାଏ ୭୭,୨୮୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ସୂଚନାଯୋଗ୍ୟ, ଆଜି ରାୟଗଡାରୁ ସର୍ବାଧିକ ୬୦୮ ଜଣ, କଟକରୁ ୪୬୮ ଜଣ, ଖୋର୍ଦ୍ଧାରୁ ୩୭୦ ଜଣ, ଯାଜପୁରରୁ ୩୯୯ ଜଣ, ଗଞ୍ଜାମରୁ ୨୩୩ ଜଣ, ସୁନ୍ଦରଗଡ଼ରୁ ୨୧୭ ଜଣ, କୋରାପୁଟରୁ ୧୭୫ ଜଣ, ଭଦ୍ରକରୁ ୧୭୨ ଜଣ, କଳାହାଣ୍ଡିରୁ ୧୬୫ ଜଣ, ପୁରୀରୁ ୧୪୪ ଜଣ, ନୟାଗଡ଼ରୁ ୧୪୧ ଜଣ, ମୟୂରଭଞ୍ଜରୁ ୧୨୮ ଜଣ, ମାଲକାନଗିରିରୁ ୧୨୦ ଜଣ, ବରଗଡରୁ ୧୦୦ ଜଣ, ସମ୍ୱଲପୁରରୁ ୯୨ ଜଣ, ବାଲେଶ୍ୱରରୁ ୮୩ ଜଣ, କନ୍ଧମାଳରୁ ୭୯ ଜଣ, ଢେଙ୍କାନାଳରୁ ୬୬ ଜଣ, ବଲାଙ୍ଗୀରରୁ ୬୨ ଜଣ, ନବରଙ୍ଗପୁରରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, ଗଜପତିରୁ ୪୮ ଜଣ, ଜଗତସିଂହପୁରରୁ ୩୫ ଜଣ, ଝାରସୁଗୁଡାରୁ ୩୫ ଜଣ, କେନ୍ଦୁଝରରୁ ୨୯ ଜଣ, ଦେଓଗଡ଼ରୁ ୧୩ ଜଣ, ସୁବର୍ଣ୍ଣପୁରରୁ ୧୩ ଜଣ, ନୂଆପଡାରୁ ୯ ଜଣ, ବୌଦ୍ଧରୁ ୬ ଜଣ ଏବଂ ଅନୁଗୋଳରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ଦୁନିଆର ଏହି ୧୦ଟି ଦେଶରେ କୋରୋନା ସବୁଠାରୁ ଅଧିକ ମାରାତ୍ମକ

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୧ ଲକ୍ଷ ୩ ହଜାର ୫୩୬ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହୋଇଛନ୍ତି । ଏଥିରୁ ୪୯୨ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୭୩,୨୩୩ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୨୯,୭୫୮ ସଂକ୍ରିୟ ସଂକ୍ରମିତ ମାମଲା ରହିଛି ।