ଭୁବନେଶ୍ୱରରେ ପୂର୍ବରୁ ୫ ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ କୁ ମିଶାଇ ଟିକା କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ ।
Trending Photos
ସରୋଜ ବେହେରା, ଭୁବନେଶ୍ୱର: ରାତିପାହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ସମଗ୍ର ଦେଶରେ ଉଦଘାଟନ କରିବେ କୋରୋନା ବିରୋଧୀ ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ଓଡିଶାର ୧୬୧ ସମେତ ଦେଶର ମୋଟ ୩ ହଜାର ୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି । ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କେତୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିର୍ଦ୍ଦେଶନାମା ଗୁଡ଼ିକ ହେଲା;
ସେପଟେ ଓଡିଶାରେ କୋଭିସିଲ୍ଡ଼ (Covishield) ୪ ଲକ୍ଷ ୮ ହଜାର ଡୋଜ ଏବଂ ୨୦ହଜାର କୋଭାକ୍ସିନ ଡୋଜ (Covaxin Dose) ଆସିଥିବା ବେଳେ ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ (Bhubaneswar Capital Hospital) ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (Rourkela Ispat General Hospital) କୁ ମିଶାଇ ମୋଟ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ଟିକାକରଣ (Vaccination) ପାଇଁ ରାଜ୍ୟରେ ମୋଟ ୧୬୦ଟି ଟିକା କେନ୍ଦ୍ର( Vaccination Center) ସ୍ଥାପନ କରାଯାଇଥିବା ବେଳେ ଭୁବନେଶ୍ବର ବ୍ୟତୀତ ଅନ୍ୟ ସବୁଠି କୋଭିସିଲ୍ଡ଼ ଟିକା (Covishield Vaccine) ପ୍ରଦାନ କରାଯିବ ।
Also Read; ରାଜ୍ୟକୁ ପୁଣି ଫେରିଲାଣି ଥଣ୍ଡା; ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱରରେ ପୂର୍ବରୁ ୫ ଟି କେନ୍ଦ୍ର କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲ (AIIMS Hospital) କୁ ମିଶାଇ ଟିକା କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀ (Health worker) ପଞ୍ଜିକରଣ (Registration) କରିଛନ୍ତି । ୯ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର (BMC Commissioner) ।
ପ୍ରଥମ ଦିନରେ ମୋଟ୍ ୬୦୦ ଲୋକଙ୍କ ଟିକାକରଣ (Vaccination) କରାଯିବ । ରାଜଧାନୀରେ ପ୍ରସ୍ତୁତ ହୋଇଥିବା ସମସ୍ତ ଟିକାକେନ୍ଦ୍ର ବୁଲି ଦେଖିବା ପରେ କାର୍ଯ୍ୟର ଅଗ୍ରଗତିକୁ ନେଇ ଆଗକୁ ସୁଫଳ ମିଳିବ ବୋଲି ସମସ୍ତେ ଆଶା ରଖିଥିବା ବିଏମସି କମିଶନର କହିଛନ୍ତି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୬୧ଟି ସ୍ଥାନରେ ଟିକାକରଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାର( Odisha Government) ତତ୍ପରତା ପ୍ରକାଶ କରିଛନ୍ତି ।
Also Read; ଫାଇଜର ଟିକା ନେଇ ଚାଲିଗଲା ୧୩ ଜଣଙ୍କ ଜୀବନ !
ରାଜଧାନୀ ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬ଟି ହସ୍ପିଟାଲରେ ଆସନ୍ତାକାଲିଠୁ ଆରମ୍ଭ କରାଯିବ ଟୀକାକରଣ (Vaccination) । ସମୁଦାୟ ୯ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଟିକା ଦେବାକୁ ଯୋଜନା କରାଯାଇଛି ।
Edited; Zee Odisha News