SCBକୁ ଫେରିଲା ଶିଶୁକନ୍ୟା: କଟକରେ ଚାଲିଛି ପିଲା ଚୋରି ରାକେଟ, ଟାର୍ଗେଟରେ ହସ୍ପିଟାଲ!
Advertisement
Article Detail0/zeeodisha/odisha1370240

SCBକୁ ଫେରିଲା ଶିଶୁକନ୍ୟା: କଟକରେ ଚାଲିଛି ପିଲା ଚୋରି ରାକେଟ, ଟାର୍ଗେଟରେ ହସ୍ପିଟାଲ!

Cuttack SCB new born missing: SCBକୁ ଫେରିଲା ଶିଶୁକନ୍ୟା: କଟକରେ ଚାଲିଛି ପିଲା ଚୋରି ରାକେଟ, ଟାର୍ଗେଟରେ ହସ୍ପିଟାଲ!

SCBକୁ ଫେରିଲା ଶିଶୁକନ୍ୟା: କଟକରେ ଚାଲିଛି ପିଲା ଚୋରି ରାକେଟ, ଟାର୍ଗେଟରେ ହସ୍ପିଟାଲ!

Cuttack SCB new born missing, କଟକ: କଟକ ବଡ ମେଡିକାଲରେ ପିଲା ଚୋରି ଘଟଣାରେ ଏକ ନୂଆ ଟୁଇଷ୍ଟ ଆସିଛି। ନିଖୋଜ ଶିଶୁକନ୍ୟାଙ୍କୁ ଉଦ୍ଧାର ହୋଇଛନ୍ତି। ଏସସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳାବାଗ ଥାନାରେ ମାମଲା ରୁଜୁ କରାଯାଇଛି। ଶୁଶି ଚୋରି ଅଭିଯୋଗରେ କଟକ ପ୍ରତାପ ନଗରୀ ମହିଳାଙ୍କ ସହଦୁଇ ଅଟକ କରାଯାଇଛି। ଶିଶୁକନ୍ୟା ଫେରିବା ପରେ ତାର ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛି ବୋଲି ମଙ୍ଗଳବାର ଏସସିବି ମେଡ଼ିକାଲର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ସୂଚନା ଦେଇଛନ୍ତି।

ଦୀର୍ଘ ଛଅ ଦିନ ପରେ କଟକ ବଡ ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାପାସ ହୋଇଛି। ନିଖୋଜ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ କଟକ ପ୍ରତାପ ନଗରୀ ଅଞ୍ଚଳର ଦମ୍ପତି ସମେତ ତିନି ଜଣଙ୍କୁ ପୋଲିସ ଅଟକ ରଖଇ ପଚରାଉଚରା କରୁଛି। ଅଭିଯୁକ୍ତ କହିଛନ୍ତି ଯେ, ସେମାନେ ଭୁଲରେ ଶିଶୁକନ୍ୟାକୁ ନେଇଯାଇଥିଲେ। ତାଙ୍କ ପୁଅ ମେଡିକାଲରେ ରହିଛି ଓ ସେମାନେ ଭୁଲରେ ଝିଅକୁ ନେଇ ଚାଲି ଯାଇଥିଲେ। ଏହି ଘଟଣା ପରେ ମେଡିକାଲ୍ ପରିସରରେ ମଙ୍ଗଳାବାଗ ଥାନା ଅଧିକାରୀ ଓ ଥାନାର କର୍ମଚାରୀମାନେ ପହଞ୍ଚି ୬ ଘଣ୍ଟା ଧରି ଆଲୋଚନା ଓ ତଦନ୍ତ କରିଥିଲେ। 

Also Read: ଶ୍ରୀମନ୍ଦିର ପରିଚାଳନା କମିଟିର ସିନ୍ଦୁକରେ ରତ୍ନଭଣ୍ଡାର ପ୍ରସଙ୍ଗ! ଜାଣନ୍ତୁ, କ'ଣ କହିଲେ ଗଜପତି ମହାରାଜ

ସେପଟେ ସୋମବାର ମଧ୍ୟରାତ୍ରୀରେ ଏହି ଘଟଣାକୁ କଟକ ବଡ଼ ମେଡିକାଲର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ସଂପୃକ୍ତ ମହିଳା ଜଣଙ୍କର କୌଣସି ପୁତ୍ର ସନ୍ତାନ କଟକ ବଡ ମେଡିକାଲରେ ଜନ୍ମ ହୋଇନାହିଁ କିମ୍ବା ତାଙ୍କର ପିଲା ମଧ୍ୟ ଏଠାରେ ନାହିଁ। ସେ ଗତ ଆଠ ଦିନ ହେବ କଟକ ବଡ ମେଡିକାଲର ଏହି ଆଇସିୟୁ ପାଖାପାଖି ବୁଲି କିଭଳି ପିଲା ଚୋରି କରିବେ ସେ ନେଇ ଅନୁଧ୍ୟାନ କରୁଥିଲେ। ଆଉ ସୁବିଧାର ସୁଯୋଗ ନେଇ ଆଇସିୟୁରୁ ପିଲାଟିକୁ ନେଇ ଚାଲିଯାଇଥିଲେ। ପିଲା ଚୋରି ଘଟଣାରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିବା ମେଡିକାଲର ପ୍ରଶାସନିକ ଅଧିକାରୀ କହିଛନ୍ତି।

ପିଲା ଚୋରି ଘଟଣାକୁ ନେଇ କଟକ ଡିସିପି ପିନାକ ମିଶ୍ର ମଙ୍ଗଳବାର ଏକ ପ୍ରେସମିଟ କରିଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି। ପିଲା ଚୋରି କରୁଥିବା ମହିଳା ଜଣଙ୍କ ଦାଖଲ କରିଥିବା ସମସ୍ତ କାଗଜପତ୍ର ଫର୍ଜରୀ ବୋଲି ଜଣାପଡିଛି। ଏଥିରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥାଇପାରେ। ତେବେ ଫର୍ଜରୀ ଡକ୍ୟୁମେଣ୍ଟ କିଭଳି ପ୍ରସ୍ତୁତ ହେଲା, ପୁରା ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ ଚାଲିଛି। ଘଟଣାରେ ଯାହାର ବି ସମ୍ପୃକ୍ତି ସାମ୍ନାକୁ ଆସିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Also Read: Heart Attack: ହାର୍ଟ ଆଟାକର ୧ ମାସ ପୂର୍ବରୁ ଶରୀରରେ ଦେଇଥାଏ ଏସବୁ ସଙ୍କେତ, ରହନ୍ତୁ ସତର୍କ!

ଗତ ୨୨ ତାରିଖରେ କଟକ ଏସସିବିରେ ପୁରୀ ବାସେଳୀସାହିର ତିଳୋତମା ଯାଆଁଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ହେବାର ଅଧଘଣ୍ଟା ପରେ ଏସଏନସିୟୁରୁ ଗୋଟିଏ ଶିଶୁ କନ୍ୟା ଗାଏବ୍ ହୋଇଯାଇଥିଲେ। ଶୁଶୁକନ୍ୟା ଚୋରି ହୋଇଥିବା ବୋଲି ତିଳୋତମାଙ୍କ ସ୍ୱାମୀ ମଙ୍ଗଳାବାଗ୍ ଥାନାରେ ଏତଲା ଦେଇଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜଣେ ବ୍ୟକ୍ତି ପିଲାଟିକୁ ନେଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ସୋମବାର ଶିଶୁଟି ତିଳୋତମାଙ୍କ କୋଳକୁ ଫେରିଛି।