କୋରୋନା ହଟସ୍ପଟ ପାଲଟିଛି ଗଞ୍ଜାମ, ଡୋରଟୁଡୋର ସ୍କ୍ରିନିଂ ଆରମ୍ଭ
Advertisement
Article Detail0/zeeodisha/odisha708572

କୋରୋନା ହଟସ୍ପଟ ପାଲଟିଛି ଗଞ୍ଜାମ, ଡୋରଟୁଡୋର ସ୍କ୍ରିନିଂ ଆରମ୍ଭ

ଗଞ୍ଜାମ ଜିଲ୍ଲା ରାଜ୍ୟରେ କୋରୋନା ହଟସ୍ପଟ ପାଲଟିଛି। ଦୈନିକ ଶତାଧିକ ସଂଖ୍ୟାରେ କୋରୋନା ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଜିଲ୍ଲାରେ ୩ ହଜାରରୁ ଊର୍ଦ୍ଧ୍ୱ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ପୁଣି ଗଞ୍ଜାମ ଜିଲ୍ଲାରେ ୩ ଜଣଙ୍କ ମୁଣ୍ଡ ନେଇଛି ଅଦୃଶ୍ୟ ଶକ୍ତି କୋରୋନା। ଜିଲ୍ଲାରେ ପରିସ୍ଥିତି ଦିନ କୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ଜୀବନଜୀବିକ

କୋରୋନା ହଟସ୍ପଟ ପାଲଟିଛି ଗଞ୍ଜାମ, ଡୋରଟୁଡୋର ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରାଜ୍ୟରେ କୋରୋନା ହଟସ୍ପଟ ପାଲଟିଛି। ଦୈନିକ ଶତାଧିକ ସଂଖ୍ୟାରେ କୋରୋନା ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଜିଲ୍ଲାରେ ୩ ହଜାରରୁ ଊର୍ଦ୍ଧ୍ୱ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ପୁଣି ଗଞ୍ଜାମ ଜିଲ୍ଲାରେ ୩ ଜଣଙ୍କ ମୁଣ୍ଡ ନେଇଛି ଅଦୃଶ୍ୟ ଶକ୍ତି କୋରୋନା। ଜିଲ୍ଲାରେ ପରିସ୍ଥିତି ଦିନ କୁ ଦିନ ଜଟିଳ ହେବାରେ ଲାଗିଥିବା ବେଳେ ଜୀବନଜୀବିକା ଉପରେ ଲଗାମ ଲଗାଇ ଘରକୁ ଘର ବୁଲି ଆରମ୍ଭ ହୋଇଛି କୋରୋନା ଖୋଜା। 

କୋରୋନା ମୁକାବିଲା ପାଇଁ ଘରକୁ ଘର ବୁଲି ସ୍କ୍ରିନିଂ କରିବା ଆରମ୍ଭ କରିଛି ପ୍ରଶାସନ। ଏହି କାର୍ଯ୍ୟକ୍ରମ ଆଗାମୀ ୫ଦିନ ଧରି ଚାଲିବ। ସେପଟେ ପ୍ରଶାସନ ପକ୍ଷରୁ ୫ଦିନିଆ ସହରାଞ୍ଚଳକୁ ସଟ ଡାଉନ କରିଦିଆଯାଇଛି। ଯାହାକି କୋରୋନାର ଚେନକୁ ଭାଙ୍ଗିବାରେ ସହାୟକ ହେବ ବୋଲି ଆଶା ବାନ୍ଧିଛି ପ୍ରଶାସନ।

ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସୁରକ୍ଷା ଦେବାଲାଗି ଦିନରାତି ଏକ କରିଦେଇଛି ପୋଲିସ ଓ ପ୍ରଶାସନ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ଘର କୁ ଘର ବୁଲି ଚାଲିଛି କୋରୋନା ସଂକ୍ରମିତଙ୍କ ଖୋଜା। ଡାକ୍ତରୀ ଟିମ ସହରାଞ୍ଚଳରେ ଦ୍ୱାରଦ୍ୱାର ବୁଲି ପ୍ରତ୍ୟେକଟି ବ୍ୟକ୍ତିଙ୍କ କରୁଛନ୍ତି ସ୍ବାସ୍ଥ୍ୟ ପରୀକ୍ଷା। ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଜିଲ୍ଲାର ସହରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି। 

ଏହା ସହ ଆରମ୍ଭ ହୋଇଛି ମେଗା ସ୍କ୍ରିନିଂ କାର୍ଯ୍ୟକ୍ରମ। ଜିଲ୍ଲାର ୧୬ଟି ଏନଏସି, 5ଟି ବ୍ଲକ ମୁଖ୍ୟାଳୟ ସହିତ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ବ୍ରହ୍ମପୁର ମହାନଗର ନିଗମରେ ଏହି ମେଗା ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପାଖାପାଖି ଦେଢ ଲକ୍ଷ ପରିବାରର ୭ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାଲାଗି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିବା ବେଳେ ପ୍ରତ୍ୟେକଟି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ଯାଞ୍ଚ କରାଯିବ। ଯାହା ଦ୍ୱାରା କୋରୋନାର ଚେନକୁ ସହଜରେ ଭାଙ୍ଗି ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।