ଗତ ୭ ତାରିଖରେ କ୍ରିଷ୍ଣା କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚାଲାଣ କରାଯାଇଥିବା ନେଇ ଝାରସୁଗୁଡା ଥାନା ଏକ ଲିଖିତ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କର ପତ୍ନୀ ୧୫ ଦିନ ହେବ କିରଣ ସେଠିଙ୍କ ସହ ଭୁଲିଆଟିକରାରେ ରହୁଥିଲେ।
Trending Photos
ଝାରସୁଗୁଡା: ଘରୋଇ କଳିର ଫାଇଦା ଉଠାଉଛନ୍ତି ମାନବ ଚାଲାଣକାରୀ ଦଲାଲ। ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ବିବାହିତ ମହିଳା ମଧ୍ୟପ୍ରଦେଶରୁ ଉଦ୍ଧାର ହୋଇଛନ୍ତି। ମାନବ ଚାଲାଣ ଅଭିଯୋଗରେ ଦୁଇ ଜଣ ମହିଳା ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ତଦନ୍ତ ପାଇଁ ଦୁଇଟି ଟିମ ଗଠନ କରିଯାଇଥିବା ଝାରସୁଗୁଡା ଏସପି ବିକାଶ ଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି।
ମଧ୍ୟପ୍ରଦେଶର ନୀମୁଚ ଜିଲ୍ଲା ଅନ୍ତର୍ଗତ ରାମପୁରରୁ ଝାରସୁଗୁଡାରୁ ଚାଲାଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ମାମଲାରେ ଦଲାଲଙ୍କ ସମେତ ପାଞ୍ଚ ଜଣଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି। ଗିରଫମାନେ ହେଲେ- କିରଣ ସେଠି ଓରଫ ପୁଷ୍ପାଞ୍ଜଳି ବେହେରା, ହୃଶିକେଶ ସେଠି, ଦାନିଶ ବେହେରା ଓରଫ ଆକାଶ, ମନୋଜ ପ୍ରଜାପତି ଓ ସୁପ୍ରିୟା ପ୍ରଜାପତି ଓରଫ ରଜନୀ ବାଇ। ମନୋଜ ଓ ସୁପ୍ରିୟା ମଧ୍ୟପ୍ରଦେଶର ମଣ୍ଡସୌର ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ଘର ଝାରସୁଗୁଡାର ବ୍ରଜରାଜନଗର ଓ ଭୁଲିଆଟିକରା ଅଞ୍ଚଳରେ ଥିବା ଜଣା ପଡିଛି।
Also Read: ମାରାତ୍ମକ ତ୍ରିକୋଣୀୟ ପ୍ରେମ; ପ୍ରେମିକା ଓ ସାଙ୍ଗ ନାଁରେ ସୁଇସାଇଡ୍ ନୋଟ୍ ଲେଖିଲେ ଦିଗବିଜୟ
ପୋଲିସର ସୂଚନା ଅନୁସାରେ, ଗତ ୭ ତାରିଖରେ କ୍ରିଷ୍ଣା କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଚାଲାଣ କରାଯାଇଥିବା ନେଇ ଝାରସୁଗୁଡା ଥାନା ଏକ ଲିଖିତ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ତାଙ୍କର ପତ୍ନୀ ୧୫ ଦିନ ହେବ କିରଣ ସେଠିଙ୍କ ସହ ଭୁଲିଆଟିକରାରେ ରହୁଥିଲେ। ଆଉ କିରଣ ତାଙ୍କୁ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। କ୍ରିଷ୍ଣା କୁମାରଙ୍କ ଅଭିଯୋଗ ଆଧାରରେ ଥାନାଧିକାରୀ ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରି ମାମଲାର ତଦନ୍ତ କରାଯାଇଥିଲା।
ଗତ ୭ ତାରିଖରେ ହୃଶିକେଶ, କିରନ ଓ ଦାନିଶ ଗିରଫ ହୋଇଥିଲେ। ୧୩ ତାରିଖରେ ମଧ୍ୟପ୍ରଦେଶରୁ ମନୋଜ ପ୍ରଜାପତି ଓ ସୁପ୍ରିୟା ପ୍ରଜାପତିଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିବା ସହ ଚାଲାଣ ମହିଳାଙ୍କୁ ଉଦ୍ଧାର କରିଥିଲା। ସୁପ୍ରିୟା ପ୍ରଜାପତି ମୂଲଚାଲ କରିଥିବା ବେଳେ ମନୋଜ ପ୍ରଜାପତି ପୀଡିତାଙ୍କୁ ଦେଢ ଲକ୍ଷ ଟଙ୍କାରେ କିଣିଥିଲେ। ଗିରଫ ପରେ ପୋଲିସ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶର ମାନସା JMFCରେ ହାଜର କରି ସେଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଝାରସୁଗୁଡା ଆଣିଥିଲା। ତେବେ ପୀଡିତା ବିବାହିତା ଓ ତାଙ୍କର ସନ୍ତାନ ଅଛି ବୋଲି ଜଣିନଥିବା ଅଭିଯୁକ୍ତ ମନୋଜ ପ୍ରଜାପତି କହିଛନ୍ତି।
Also Read: ଭୁବନେଶ୍ବରରେ ବୁଲୁଛନ୍ତି ବାଂଲାଦେଶୀ ଲୁଟେରା; ଏଟିଏମ ଲୁଟ ଘଟଣାରେ ରହିଛି ହାତ
ସେପଟେ ଝାରସୁଗୁଡା ପୋଲିସ ଦୁଇଟି ଟିମ ଗଠନ କରି ମାମଲାର ଅଧିକ ଖୋଳତାଡ କରୁଛି। ଗୋଟିଏ ଟିମ ରାଜସ୍ଥାନ ଓ ଅନ୍ୟଟି ମଧ୍ୟପ୍ରଦେଶର ନୀମୁଚ ଗସ୍ତ କରିଛନ୍ତି। ପୀଡିତାଙ୍କୁ ତେବେ ମନୋଜ ପ୍ରଜାପତି ଜବଦସ୍ତି ବିବାହ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ପ୍ରତୃତରେ କେଉଁ ଉଦ୍ଦେଶ୍ୟରେ ବିବାହିତ ମହିଳାଙ୍କୁ ଚାଲାଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏହା ଏକ ରାକେଟ ନୁହେଁ ତ? ଅଭିଯୁକ୍ତମାନେ ପୂର୍ବରୁ ଏପରି କୌଣସି ମାମଲାରେ ସମ୍ପୃକ୍ତ ଅଛନ୍ତି କି? ଏମାନଙ୍କୁ କିଏ ପରିଚାଳନା କରୁଛି? ଏଭଳି ଅନେକ ପ୍ରଶ୍ନ ଉପରୁ ପରଦା ହଟିବା ବାକି ଅଛି।