ଆଗ ପାଠପଢା, ପରେ ପରୀକ୍ଷା, ଘୁଞ୍ଚିଲା ବୋର୍ଡ ପରୀକ୍ଷା
Advertisement

ଆଗ ପାଠପଢା, ପରେ ପରୀକ୍ଷା, ଘୁଞ୍ଚିଲା ବୋର୍ଡ ପରୀକ୍ଷା

ପରୀକ୍ଷାକୁ ନେଇ ଆଶ୍ବସ୍ତି । ଘୁଞ୍ଚିଲା ବୋର୍ଡ ପରୀକ୍ଷା । ରାଜ୍ୟରେ ଚଳିତ ଶିକ୍ଷାବର୍ଷର ମାଟ୍ରିକ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବିଳମ୍ଭରେ ହେବା ନେଇ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ (Samir Ranjan Dash) ।

 ଆଗ ପାଠପଢା, ପରେ ପରୀକ୍ଷା, ଘୁଞ୍ଚିଲା ବୋର୍ଡ ପରୀକ୍ଷା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ପରୀକ୍ଷାକୁ ନେଇ ଆଶ୍ବସ୍ତି । ଘୁଞ୍ଚିଲା ବୋର୍ଡ ପରୀକ୍ଷା । ରାଜ୍ୟରେ ଚଳିତ ଶିକ୍ଷାବର୍ଷର ମାଟ୍ରିକ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବିଳମ୍ଭରେ ହେବା ନେଇ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାଶ (Samir Ranjan Dash) । କୋରୋନା ମହାମାରୀ (Corona Pandemic) ମହାକୋପରେ ବିଦ୍ୟାଳୟ ଖୋଲିବା ନେଇ ଏବେବି ଅନିଶ୍ଚିତତା ଲାଗି ରହିଥିବା ବେଳେ ଡିସେମ୍ବର (December) ୩୧ ପର୍ଯ୍ୟନ୍ତ ସରକାର ବନ୍ଦ ଘୋଷଣା କରିରାସିଛନ୍ତି । ହେଲେ ଏବେ ବୋର୍ଡ ପରୀକ୍ଷା ନେଇ ସାମାନ୍ୟ ଆଶ୍ବସ୍ତିକର ଖବର ଦେଇଛନ୍ତି ମନ୍ତ୍ରୀ ।

ଅଧିକ ପଢନ୍ତୁ : ଶିବରାଜଙ୍କ 'ଗୋ-କ୍ୟାବିନେଟ'ରୁ କେତେ ସୁରକ୍ଷିତ ହେବ ଗାଈ-ଗୋରୁ?

ଚିରାଚରିତା ଭାବେ ପ୍ରତିବର୍ଷ ଜାନୁଆରୁ ଓ ଫେବୃଆରୀ ମାସରୁ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଆସୁଥିବା ବେଳେ ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାକୁ ନେଇ ଏକ ପ୍ରକାର ଆଶା ଆଶଙ୍କା ଦେଖାଦେଇଥିଲା । କୋରୋନା କୋପରେ ଶ୍ରେଣୀ ଗୃହ ପାଠପଢା ଏଯାବତ ସ୍ବାଭାବିକ ଅବସ୍ଥାକୁ ଫେରିନଥିବା ବେଳେ ପରୀକ୍ଷା ଭବିଷ୍ୟତକୁ ନେଇ ଦ୍ବନ୍ଦ୍ୱରେ ପଡିଯାଇଥିଲେ ଛାତ୍ରଛାତ୍ରୀ । ହେଲେ ଏଥିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ବିଭାଗୀୟ ମନ୍ତ୍ରଙ୍କ ଘୋଷଣା ମୁତାବକ ଚଳିତ ଶିକ୍ଷାବର୍ଷ ପାଇଁ ଉଭୟ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ହେବ କିନ୍ତୁ ବିଳମ୍ବ ହୋଇପାରେ । ଏହାପୂର୍ବରୁ ପ୍ରଥମେ ସର୍ବନିମ୍ନ ୩ ମାସ ପାଠପଢ଼ା ହେବ ଏବଂ  ତା'ପରେ ପରୀକ୍ଷା ବ୍ୟବସ୍ଥା କରାଯିବ । ତେବେ ଯଦି ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ବନ୍ଦ ପାଇଁ ନିଷ୍ପତି ହୁଏ, ତାହେଲେ ପରୀକ୍ଷା ହୁଏତ ବନ୍ଦ ହୋଇପାରେ କିନ୍ତୁ ରାଜ୍ୟ ସରକାର ନିଜ ଆଡୁ ପରୀକ୍ଷା ବନ୍ଦ କରିବେ ନାହିଁ ମନ୍ତ୍ରୀ କହିଛନ୍ତି । ସେପଟେ ଡିସେମ୍ବର ୩୧ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ଉପରେ ଆଲୋଚନା କରାଯିବା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ନବୀନଙ୍କ ବିରୋଧରେ ମେଣ୍ଟ ସଜାଡି଼ବେ ପୁରନ୍ଦେଶ୍ୱରୀ !

ଅପରପଟେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଏହାକୁ ସ୍ୱାଗତ କରିବା ସହ ଶ୍ରେଣୀଗୃହ ପାଠପଢାର ସୁଯୋଗ ପାଇବେ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ବୋଲି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବାକୁ ଥିବା ଭୁବନେଶ୍ବର ସ୍ଥିତି ପୁରୁଣା ଏଜି କଲୋନୀର ଛାତ୍ରୀ ପ୍ରଜ୍ଞା ନିବେଦିତା ସାହୁ କହିଛନ୍ତି । ତେବେ ବେଶୀ ବିଳମ୍ବ ହେଲେ ଉଚ୍ଚତର ପାଠପଢା ଏବଂ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ଉପରେ ପ୍ରଭାବ ପକାଇପାରେ, ତେଣୁ ସର୍ବଭାରତୀୟ ଓ ରାଜ୍ୟ ସ୍ତରରେ ବିଭିନ୍ନ ପରୀକ୍ଷାକୁ ବିଚାର କରି ଛାତ୍ରଛାତ୍ରୀ ମାନଙ୍କ ହିତ ଅନୁଯାଇ ନିଷ୍ପତ୍ତି ନେବାକୁ କହିଛନ୍ତି ଯୁକ୍ତ ଦୁଇ ଛାତ୍ରୀ ସ୍ମୃତି ନିବେଦିତା ସାହୁ  । ସେପଟେ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବୋର୍ଡ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି । ତେବେ ବୋର୍ଡ ପରୀକ୍ଷା ହେତୁ ଯଦି କୋରୋନା ପ୍ରକୋପ ନ କମେ ତଥାପି ଚଳିତ ବର୍ଷର ବିଭିନ୍ନ ବିକଳ୍ପ ମାଧ୍ୟମକୁ ବିଚାରକୁ ନେଇ ପରୀକ୍ଷା କରାଇବାକୁ ସେ କହିଛନ୍ତି ।

ଅଧିକ ପଢନ୍ତୁ: ବିଜେପି ପାଇଁ ବିପଦ ଲେଖାଶ୍ରୀ!

ଏବେ ସବୁକିଛି ନିର୍ଭର କରୁଛି ବିଦ୍ୟାଳୟ ଖୋଲିବା ଉପରେ । ଡିସେମ୍ବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିଛି ସତ ତା ପରେ କୋରୋନା ସଂକ୍ରଣର ସ୍ଥିତିକୁ ଦେଖି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ମୋଟାମୋଟି ଭାବେ କହିବାକୁ ଗଲେ ବର୍ତ୍ତମାନ ମନ୍ତ୍ରୀଙ୍କ ଘୋଷଣା ମୁତାବକ ଯଦି ଜାନୁଆରୀରେ ବିଦ୍ୟାଳୟ ଖୋଲେ ତେବେ ସମ୍ଭବତଃ ମାର୍ଚ୍ଚ ମାସ ପରେ ହିଁ ଉଭୟ ବୋର୍ଡ ପରୀକ୍ଷା ହେବାର ଆଶଙ୍କା । ନଚେତେ ଏବେବି ନିର୍ଦ୍ଧିଷ୍ଟ ଭାବେ ବିଦ୍ୟାଳୟ ଖୋଲିବା ଓ ପରୀକ୍ଷା କରିବା ନିଷ୍ପତ୍ତି ଓ ତାରିକ ଦ୍ବନ୍ଦ୍ୱରେ ରହିଛି ।