ଶିକ୍ଷା କ୍ଷେତ୍ରରେ ଜିଡ଼ିପିର ୬ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବ: ମନ୍ତ୍ରୀ
Advertisement
Article Detail0/zeeodisha/odisha730279

ଶିକ୍ଷା କ୍ଷେତ୍ରରେ ଜିଡ଼ିପିର ୬ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବ: ମନ୍ତ୍ରୀ

new education policy: ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରି ବିଭିନ୍ନ ବର୍ଗର ମତାମତ ନେଉଛି।

ଶିକ୍ଷା କ୍ଷେତ୍ରରେ ଜିଡ଼ିପିର ୬ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେବ: ମନ୍ତ୍ରୀ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର 

new education policy: ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରି ବିଭିନ୍ନ ବର୍ଗର ମତାମତ ନେଉଛି। ଶିକ୍ଷା ଉଦ୍ୟୋଗୀ, ଶିକ୍ଷା ସଙ୍ଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତଙ୍କ ମତାମତ ନିଆଯାଇଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଜାତୀୟ ଶିକ୍ଷାନୀତି ୨୦୨୦ କେନ୍ଦ୍ର କ୍ୟାବିନେଟ ଦ୍ଵାରା ଅନୁମୋଦିତ ହେବା ସହ ୬୭ ପୄଷ୍ଠାର ନିର୍ଯ୍ୟାସ ବାହରିଛି। 

ଆର୍ଟ କଲଚର, ହ୍ୟୁମାନ ରିସୋର୍ସ ଶାଖା ତରଫରୁ ୪ଟି ସେମିନାର କରାଯାଇଛି। ଯେଉଁ ଶିକ୍ଷାନୀତି ଆସିଛି ସେଥିରେ କଣ ଗ୍ୟାପ ରହୁଛି ସେ ନେଇ ମତାମତ ମଗାଯାଉଛି। ଶିକ୍ଷାନୀତିରେ କଣ ସବୁ ରହିଛି ଆଉ ବର୍ତ୍ତମାନ ସ୍ଥିତିରେ କଣ ସବୁର ଆବଶ୍ୟକତା ରହିଛି ସବୁ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉଛି। ଏ ସବୁ ମତାମତକୁ ନେଇ ରିପୋର୍ଟ ପ୍ରସ୍ତୁତ ହେବ। 

ଜିଡିପିର ଛଅ ପ୍ରତିଶତ ଏବଂ ତାଠୁ ଅଧିକ ଖର୍ଚ୍ଚ କରିବା ପାଇଁ ବିଭିନ୍ନ ସ୍ତରରୁ ମତାମତ ଆସୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶିକ୍ଷା ହିଁ ସୁସ୍ଥ ସମାଜ ଗଠନର ମୂଳପିଣ୍ଡ ହୋଇଥିବାରୁ ଏକ ଭଲ ନିଷ୍ପତ୍ତି ଆଡକୁ ସରକାର ବଢ଼ୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ୟୁଜି ପିଜି ଶେଷ ସେମିଷ୍ଟର ପରୀକ୍ଷା ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ବିକଳ୍ପ ମୂଲ୍ୟାୟନ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସୁପ୍ରିମକୋର୍ଟରେ ଏ ସମ୍ପର୍କରେ ମାମଲା ଚାଲିଛି। ରାୟକୁ ଅପେକ୍ଷା ରହିଛି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।