ଗାଡ଼ିଆ ପୋତି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି
Advertisement
Article Detail0/zeeodisha/odisha964936

ଗାଡ଼ିଆ ପୋତି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି

କୁଦୋପାଲିରେ ପାଖାପାଖି ଦେଢ ଶହ ପରିବାର ବସବାସ କରୁଥିବା ବେଳେ ଏହି ଗାଁର ଜନସଂଖ୍ୟା ପ୍ରାୟ ଦେଢ ହଜାର। ଏହି ଗାଡ଼ିଆ ପାଖରେ ଅନେକ ଜନବସତି ରହିଥିବାରୁ ମଶା ବଂଶ ବୃଦ୍ଧି ହେଉଥିବାର ଅଭିଯୋଗ କରାଯାଇଛି। ଏବେ ସାଧାରଣତଃ ଡେଙ୍ଗୁ ବ୍ୟାପୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଗଡ଼ିଆ ପାଇଁ ଆତଙ୍କ ସୃଷ୍ଟି ହେଉଛି।

 ଗାଡ଼ିଆ ପୋତି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି

ସମ୍ବଲପୁର: ଅସନା ଗାଡ଼ିଆ ପୋତି କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩୯ ନମ୍ବର ୱାର୍ଡ କୁଦୋପାଲିର ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଏହି ଗଡ଼ିଆଟି ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ ଏହି ଗାଡ଼ିଆକୁ ପୋତି ଏହି ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ କଲେ ସ୍ଥାନୀୟ ବାସିନ୍ଦା ଉପକୃତ ହୁଅନ୍ତେ।

କୁଦୋପାଲିରେ ପାଖାପାଖି ଦେଢ ଶହ ପରିବାର ବସବାସ କରୁଥିବା ବେଳେ ଏହି ଗାଁର ଜନସଂଖ୍ୟା ପ୍ରାୟ ଦେଢ ହଜାର। ଏହି ଗାଡ଼ିଆ ପାଖରେ ଅନେକ ଜନବସତି ରହିଥିବାରୁ ମଶା ବଂଶ ବୃଦ୍ଧି ହେଉଥିବାର ଅଭିଯୋଗ କରାଯାଇଛି। ଏବେ ସାଧାରଣତଃ ଡେଙ୍ଗୁ ବ୍ୟାପୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଗଡ଼ିଆ ପାଇଁ ଆତଙ୍କ ସୃଷ୍ଟି ହେଉଛି। ସନ୍ଧ୍ୟା ହେଲେ ମଶା ଘର ଭିତରକୁ ଆସୁଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଗାଡ଼ିଆଟି ଗାଁ ମଝାମଝି ରହିଥିବା କାରଣରୁ ଅନେକ ଲୋକ ଏହି ଅସନା ପରିବେଶର ଶିକାର ହେଉଛନ୍ତି। 

Also Read: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି

ଅନାବନା ଗଛ ବୁଦା ଯୋଗୁଁ ସରୀସୃପ ମଧ୍ୟ ଘର ମଧ୍ୟ କୁ ପଶି ଆସୁଥିବା କାରଣରୁ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବାର କହିଛନ୍ତି ଗ୍ରାମବାସୀ। ପାଣି ଉପରେ ଗଛର ପତ୍ର ପଡିବା ସହ ଅନ୍ୟାନ୍ୟ ଅସନା ଜିନିଷ ପଡ଼ୁଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ପରିବେଶ ମଧ୍ୟ ଦୂଷିତ ହେଉଛି। ସେଥିପାଇଁ ଏହି ଅସନା ଗଡ଼ିଆକୁ ପୋତି ଦେଇ ଏହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ କୁଦୋପାଲିବାସୀ ଅନୁରୋଧ କରିଛନ୍ତି। 

ସୂଚନାଯୋଗ୍ୟ, ଐତିହାସିକ କୁଦୋପାଲି ଗାଁ କୁଦୋପାଲିରେ ସହୀଦ ଛବିଲ ସାଏ  ଇଂରେଜମାନଙ୍କ ସହ ଲଢ଼ି ନିଜ ଜୀବନର ବଳିଦାନ ଦେଇଥିଲେ। ତାଙ୍କ ସହ ଆହୁରି ୫୨ ଜଣ ବୀର ସହୀଦ ହୋଇଥିଲେ।