• ରାଜ୍ୟରେ ସଂକ୍ରମଣ ହାର କମୁଛି, ଆଗକୁ ଆହୁରି କମିବ: DMET ସିବିକେ ମହାନ୍ତି
  • ରେଡ୍‌ ଜୋନ୍‌ରେ ରାଜ୍ୟର ୭ଟି ଜିଲ୍ଲା
  • କେନ୍ଦୁଝର: ତୁରୁମୁଙ୍ଗା HP ପେଟ୍ରୋଲ ପମ୍ପ ନିକଟରେ ଟ୍ରକ୍‌-ବୋଲେରୋ ଧକ୍କା, ୨ ଡ୍ରାଇଭର ମୃତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୯୨୧ ଜୀବନ
  • ଦେଶରେ ଦିନକରେ ୭୦ ହଜାର ୪୨୧ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୪୪ ଜୀବନ ନେଲା ମହାମାରୀ କୋରୋନା
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୩୩୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶୁଭେଚ୍ଛା
  • ‘ରଜ ପର୍ବ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
  • ଆସନ୍ତା ୨୧ ତାରିଖରୁ ପିଲାମାନଙ୍କୁ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ା, ମାର୍ଗଦର୍ଶିକା ଜାରି

କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ

ନିୟମ ଅନୁଯାୟୀ ଡାଇଂ ଷ୍ଟେଟମେଂଟ ଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି କହିଛନ୍ତି ସମ୍ବଲପୁର ବାର ଏସୋସିଏସନର ସଭାପତି ପ୍ରମୋଦ ରଥ କହିଛନ୍ତି।

କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ
କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ

ସମ୍ବଲପୁର: ବଡ଼ ବଡ଼ିଆ ଲୋକଙ୍କୁ ସାତ ଖୁନ୍ ମାଫ! ଆଇନକୁ ମାତ ଦେବେ କି ପ୍ରତିପତ୍ତିଶାଳୀ ବ୍ୟକ୍ତି ! ଏଭଳି ନ୍ୟାୟ ବ୍ୟବସ୍ଥା ଦେଖିବାକୁ ମିଳିଛି ସମ୍ବଲପୁର ୟୁନିଭରସିଟିର କୁଳପତି ଏବଂ ଆଉ ଦୁଇ ଜଣ ଷ୍ଟାଫଙ୍କ କ୍ଷେତ୍ରରେ। ୟୁନିଭରସିଟି ପରିସରରେ ଆତ୍ମଦାହ କରିଥିବା ଦୀନବନ୍ଧୁ ମିଶ୍ରଙ୍କ ଡାଇଂ ଷ୍ଟେଟମେଂଟ ଥିବା ସତ୍ୱେ ଆଜକୁ ୧୩ ଦିନ ବିତି ଯାଇଛି। ପୋଲିସ ତଦନ୍ତ ଆଳ ଦେଖାଉଥିବା ବେଳେ  କୁଳପତି ସିଣ୍ଡିକେଟ ମିଟିଂ ମଧ୍ୟ ପରିଚାଳନା କରୁଛନ୍ତି। ଅନେକ ଦିନ ହେବ କର୍ମଚାରୀ ମାନେ ପ୍ରଶାସନିକ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରତ ରହିଥିଲେ ସୁଦ୍ଧା ଫଳ ଶୂନ ରହିଛି।

ମୂଖ୍ୟତଃ ଦୀନବନ୍ଧୁଙ୍କୁ ନ୍ୟାୟ ଏବଂ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ପ୍ରଦାନ ଓ ପରିବାରର ପୁଅକୁ ସ୍ଥାୟୀ ଚାକିରି ଦାବି କରିଛନ୍ତି କର୍ମଚାରୀ ସଂଘ। ତା'ସହ  ସଙ୍ଘ କୁଳପତିଙ୍କ ବହିଷ୍କାର ଦାବି ସହ ଗିରଫ ଏବଂ ସମାନ କାମକୁ ସମାନ ଦରମା ଦାବି କରିଛି। ତେବେ ଅନସନ ଓ ଆନ୍ଦୋଳନରେ ବସିଥିବା କର୍ମଚାରୀ ଏବେବି ଆଶା ରଖିଛନ୍ତି ଦୀନବନ୍ଧୁ ସେମାନଙ୍କ ପାଇଁ କୃପାସିନ୍ଧୁ ସାଜିବେ। କୋଭିଡ ପାଇଁ ସେମାନେ ଆସନ୍ତା ୫ ତାରିଖରୁ ଅନସନ ବନ୍ଦ ରଖିବେ। କୋଭିଡ କଟକଣା ଉଠିଲେ ପୁଣି VC ହଟାଓ ଅଭିଯାନ ଆରମ୍ଭ ହେବ ବୋଲି କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ସତ୍ୟ ନାରାୟଣ କର କହିଛନ୍ତି ।

Also Read: 'ଅନ୍ଧା କାନୁନ'

ଗତ ମାସ ୨୦ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) ପ୍ରଶାସନିକ ବିଲଡିଂ ଭିତରେ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା (Suicide) କରିଥିଲେ କାର୍ଯ୍ୟରତ ଚୁକ୍ତିଭିତିକ କର୍ମଚାରୀ ଦୀନବନ୍ଧୁ ମିଶ୍ର। ସୁଇସାଇଡ଼ ନୋଟ ଓ ମୃତ୍ୟୁକାଳୀନ ଜମାନବନ୍ଦୀରେ ଦୀନବନ୍ଧୁ ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲଙ୍କ ନାଁ ନେଇଥିଲେ। ବୁର୍ଲା ଥାନାରେ IPC ଧାରା 306ରେ କେଶ ରୁଜ୍ଜୁ ହେଲା। ସବୁଦଳର ନେତା, ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘ ଗୋଟିଏ ମଞ୍ଚରେ କୁଳପତିଙ୍କ ବହିଷ୍କାର ସହ ଗିରଫ ଦାବି କଲେ। 

ସେପଟେ କେସର ଗୁରୁତ୍ୱ ବୁଝି କୁଳପତି ଓ ଅନ୍ୟ ତିନି ଅଧିକାରୀ ଆଗୁଆ ଜାମିନ ପାଇଁ କୋର୍ଟ ପହଂଚିଗଲେଣି। ଉତ୍ତରାଞ୍ଚଳ IG ନରସିଂହ ଭୋଳ କହିଛନ୍ତି,  'ଆମେ ନଜର ରଖିଛୁ କିନ୍ତୁ ଦୀନବନ୍ଧୁ ମୃତ୍ୟୁ ପାଇଁ ଗିରଫ କଲାଭଳି କୌଣସି ସଠିକ ସାକ୍ଷ୍ୟ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଜମାନବନ୍ଦୀ ଓ ସୁଇସାଇଡ଼ ନୋଟ ଆଧାରରେ କୁଳପତିଙ୍କୁ ବର୍ତ୍ତମାନ ଗିରଫ କରାଯାଇ ପାରିବ ନାହିଁ।' ଦୀନବନ୍ଧୁଙ୍କୁ ମାରିବାର ଷଡଯନ୍ତ୍ର ନା ବିଭାଗୀୟ ଅବହେଳା ତା ଉପରେ ପୋଲିସ ଫୋକସ କରୁଛି, ଯାହା ରିପୋର୍ଟ ଆସିବ ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି IG ସ୍ପଷ୍ଟ କରିଛନ୍ତି। 

Also Read: ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଆତ୍ମାହୂତି ଘଟଣାରେ ପଶିଲା ରାଜନୀତି

 

ଅନ୍ୟପଟେ କିନ୍ତୁ ନିୟମ ଅନୁଯାୟୀ ଡାଇଂ ଷ୍ଟେଟମେଂଟ ଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି କହିଛନ୍ତି ସମ୍ବଲପୁର ବାର ଏସୋସିଏସନର ସଭାପତି ପ୍ରମୋଦ ରଥ କହିଛନ୍ତି। ଯଦି ଜଣେ ସାଧାରଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଭଳି ଡାଇଂ ଷ୍ଟେଟମେଂଟ ଥାଆନ୍ତା ତା ହେଲେ ପୋଲିସ କଣ ଚୁପ ରହିଥାଆନ୍ତ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଦେଖାଯାଉ ଏ କ୍ଷେତ୍ରରେ ବଆଇନର ବିଜୟ ହେଉଛି ନା ପ୍ରତିପତ୍ତିଶାଳୀ ବ୍ୟକ୍ତିତ୍ବଙ୍କ ବିଜୟ ତାହା ତ ସମୟ କହିବ।