ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
Advertisement
Article Detail0/zeeodisha/odisha839525

ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ହିଣ୍ଡାଲକୋ କାରଖାନା (Hindalco) ପରିସରରେ ଠିଆ ହୋଇଥିବା ଏକ ଟ୍ରକରେ ହଠାତ ନିଆଁ (Truck Burn) ଲାଗିଯାଇଥିଲା।

ହିଣ୍ଡାଲକୋରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅଜୟ ନାଥ, ସମ୍ବଲପୁର: ହୀରାକୁଦ ଥାନା ଅନ୍ତର୍ଗତ ହିଣ୍ଡାଲକୋ କାରଖାନା ପରିସରରେ ଅଘଟଣ। ରବିବାର ସନ୍ଧ୍ୟାରେ ଜଳିଗଲା ଏକ ସ୍କ୍ରବ ବୋଝେଇ ଟ୍ରକ୍। ଆଉ ଡ୍ରାଇଭର ଓ କର୍ମଚାରୀ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଗତକାଲି ସନ୍ଧ୍ୟାରେ ହିଣ୍ଡାଲକୋ କାରଖାନା (Hindalco) ପରିସରରେ ଠିଆ ହୋଇଥିବା ଏକ ଟ୍ରକରେ ହଠାତ ନିଆଁ (Truck Burn) ଲାଗିଯାଇଥିଲା। ଟ୍ରକର ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ କେହି ମଧ୍ୟ ହତାହତ ହୋଇନାହାନ୍ତି। ନିକଟରେ ଥିବା କାରଖାନାର କର୍ମଚାରୀମାନେ ବର୍ତ୍ତିଯାଇଥିଲେ ସୁଦ୍ଧା ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।

Also Read: ସମଲେଶ୍ବରୀ ମନ୍ଦିରରୁ ଆରମ୍ଭ ହେଲା OTDC ଟୁରିଷ୍ଟ ବସ ସେବା

ନିଆଁ ଲାଗିବାର ଖବର ପାଇ ତୁରନ୍ତ କମ୍ପାନୀର ଅଗ୍ନିଶମ ବିଭାଗ (Fire service) ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ ହୀରାକୁଦ ପୋଲିସ (Hirakud Police) ଘଟଣାର ତଦନ୍ତ ଜାରି ରଖିଛି। ଟ୍ରକଟିରେ ସ୍କ୍ରପ ବୋଝେଇ ହୋଇ ରହିଥିବା ଜଣାପଡିଛି। ତେବେ ଟ୍ରକରେ ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। 

fallback