କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନ ମୃତ
Advertisement

କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନ ମୃତ

କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନଙ୍କ ବୁଧବାର ମୃତ୍ୟୁ ଘଟିଛି | 

 କୋଭିଡ19 ଆକ୍ରାନ୍ତ ଡିଏମକେ ବିଧାୟକ ଆନବାଝାଗାନ ମୃତ

ଚେନ୍ନାଇ: ବୁଧବାର(ଜୁନ ୧୦ ତାରିଖ) କୋଭିଡ19 ଆକ୍ରାନ୍ତ ଦ୍ରାବିଡ ମୁନେତ୍ରା କାଝାଘମ(ଡିଏମକେ) ବିଧାୟକ ଆନବାଝାଗାନଙ୍କ ଚେନ୍ନାଇସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି ମୃତ୍ୟୁ | ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା | ମୃତକ ବିଧାୟକଙ୍କ ୬୨ତମ ଜନ୍ମଦିନ ବେଳେ ତାଙ୍କର ନିଧନ ହୋଇଛି | 

ଡିଏମେକ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ବେଶ ନିକଟତର ଥିଲେ ମୃତକ ବିଧାୟକ ଆନବାଝାଗାନ | ଦଳୀୟ ରଣନୀତିତକାର ଭାବେ ଜଣାଶୁଣାସ ଥିଲେ ସେ | ବର୍ଷ ୨୦୦୧ ତାମିଲନାଡୁରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ମୋଟ ୩ ଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସେ | ମଙ୍ଗଳବାର ଡିଏମକେ ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ଡ. ରୀଲା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା |  

ମୃତକ ଦଳୀୟ ବିଧାୟକ, ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଓଣ୍ଡ୍ରିନାଭମ୍ ଭା’(ଆସନ୍ତୁ ଏକାଠି ହେବା) ଅଭିଯାନରେ ସାମିଲ ହୋଇ ଲକ ଡାଉନ ବେଳେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ରିଲିଫ ସାମଗ୍ରୀ ଯୋଗାଇ ଦେଇଥିଲେ | ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ  ଆନବାଝାଗାନ | ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ପରେ ଜଣାପଡିଥିଲା |  ଜୁନ ୩  ତାରିଖ ପର୍ଯ୍ୟନ୍ତ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା| 

ତାମିଲନାଡୁର ଚେପାକ-ତ୍ରିପ୍ଲିକାନେ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ ଆନବାଝାଗାନ |