Advertisement
Article Detail0/zeeodisha/odisha860490

ସରକାରୀ ଅର୍ଥ ହଡ଼ପ କରିଥିବା ୨ ଶିକ୍ଷକଙ୍କୁ ୪ ବର୍ଷ ଜେଲ୍

ଫୁଲବାଣୀ ସ୍ୱତନ୍ତ୍ର ଭିଜଲାନ୍ସ କୋର୍ଟ ଶୁକ୍ରବାର ଦୁଇଜଣ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଶିକ୍ଷକ ଦ୍ବୟ ହେଲେ ସୀମାଞ୍ଚଳ ନାୟକ ଓ ଉମେଶ ଚନ୍ଦ୍ର ପ୍ରଧାନ। 

 

ଡିଜାଇନ ଫଟୋ
ଡିଜାଇନ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ସରକାରୀ ଅର୍ଥ ହଡ଼ପ ପାଇଁ ଶିକ୍ଷକ ଭୋଗିବେ ଜେଲଦଣ୍ଡ। ଫୁଲବାଣୀ ସ୍ୱତନ୍ତ୍ର ଭିଜଲାନ୍ସ କୋର୍ଟ ଶୁକ୍ରବାର ଦୁଇଜଣ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଶିକ୍ଷକ ଦ୍ବୟ ହେଲେ ସୀମାଞ୍ଚଳ ନାୟକ ଓ ଉମେଶ ଚନ୍ଦ୍ର ପ୍ରଧାନ। 

ସୂଚନା ମୁତାବକ ୨୦୧୪ରେ ଦାରିଙ୍ଗବାଡି ଶିକ୍ଷା ବିଭାଗ (Daringibadi Education Dept) ଅଧିନସ୍ଥ ଗୁମୀକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୀମାଞ୍ଚଳ ନାୟକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରକାରୀ ଅନୁଦାନ (Govt Found) ଖର୍ଚ୍ଚ ନ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଆଉ ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜଲାନ୍ସ  (Berhampur Vigilance) ଥାନାରେ କେଶ ନଂ ୪୯/୨୦୧୪ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। 

Also Read: ବିଦାୟୀ ବେଳେ ଅଘଟଣ: ଶାଶୂଘର ବଦଳରେ ଶ୍ମସାନରେ ପହଞ୍ଚିଲେ କନ୍ୟା

Add Zee News as a Preferred Source

ତଦନ୍ତରେ ସୀମାଞ୍ଚଳ ଅର୍ଥ ହଡ଼ପ କରିଥିବା ନେଇ ସ୍ପଷ୍ଟ ହେବା ପରେ ଏନେଇ ତାଙ୍କ ବିରୋଧରେ ଫୁଲବାଣୀ ସ୍ୱତନ୍ତ୍ର ଭିଜଲାନ୍ସ କୋର୍ଟ (Special Vigilance Court) ରେ ମାମଲା ଚାଲିଥିଲା। ଶୁକ୍ରବାର ସେହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜର୍ଜ ସତ୍ୟପିର ମିଶ୍ର ଅଭିଯୁକ୍ତ ସୀମାଞ୍ଚଳଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୬ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଳେଖ ରହିଛି।  

ସେହିଭଳି ଅନ୍ୟ ଏକ ମାମଲାରେ ଆଉ ଜଣେ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅଦାଲତ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ୫୫ ହଜାର ଟଙ୍କାର ଜୋରିମାନା ଆଦେଶ ଶୁଣାଇଛନ୍ତି। ଉମେଶ ଜି ଉଦୟଗିରି (G.Udaygiri) ଶିକ୍ଷା ବିଭାଗର ଦଡ଼ପଡ଼ା ସେବାଶ୍ରମରେ ଶିକ୍ଷକ ଥିବା ବେଳେ ସେ ଏକ ଲକ୍ଷ ୫୫ ହଜାର ଟଙ୍କାର ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମଧ୍ୟ ବ୍ରହ୍ମପୁର ଭିଜଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଉଭୟ ମାମଲାକୁ ସରକାରୀ ଅଧିବକ୍ତା ପ୍ରଦୀପ କୁମାର ଦୋରା ପରିଚାଳନା କରୁଥିଲେ।

 

 

About the Author