କାର ଧକ୍କାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଆଜି ଏକ କାର ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ପୂଜାରୀଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ ଭାରସାମ୍ୟ ହରାଇ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

କାର ଧକ୍କାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
ଫାଇଲ ଫଟୋ

ମାଲକାନଗିରି: ବଢ଼ି ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରାୟ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ ଆଜି(ମଙ୍ଗଳବାର) ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ଫଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ କରିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ମାଲକାନଗିରି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଆଜି ଏକ କାର ମାଲକାନଗିରି ଅଭିମୁଖେ ଆସୁଥିବା ବେଳେ ପୂଜାରୀଗୁଡା ନିକଟରେ ଜଣେ ବ୍ୟକ୍ତିଙ୍କ ଉପରେ ଭାରସାମ୍ୟ ହରାଇ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାଁ ଲୋକନାଥ ଖରା  ଓ ସେ ପାଣ୍ଡିରିପାଣି ଗ୍ରାମର ବୋଲି ଜଣାପଡ଼ିଛି । ଲୋକନାଥ ଖରା ଚାଷ କରି ଚାଲି ଚାଲି ଫେରୁଥିବା ଏହି ଘଟଣାଟି ଘଟିଛି । ତେବେ ଲୋକନାଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ କ୍ଷତି ପୂରଣ ଦାବି କରି ସ୍ଥାନୀୟ ଲୋକେ ସମୃକ୍ତ ଗାଡି ଚାଳକଙ୍କୁ ଅଟକ ରଖିବା ସହ ରାସ୍ତା ଅବରୋଧ କରିଛନ୍ତି ।