ସାଧାରଣତଃ ୪୦ ବର୍ଷ ପରେ ଶରୀରର ମାଂସପେଶୀ ଏବଂ ହାଡ ଧୀରେଧୀରେ ଦୁର୍ବଳ ହୋଇଥାଏ ।
Trending Photos
ବୟସ ବଢ଼ିବା ପରେ ଖୁବ କମ ବ୍ୟକ୍ତି ନିଜକୁ ସୁସ୍ଥ ରଖିପାରନ୍ତି । ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟ ବୟସ୍କଙ୍କୁ ବି ରୋଗମୁକ୍ତ ରଖିପାରିବ । ସାଧାରଣତଃ ୪୦ ବର୍ଷ ପୂରଣ ପରେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୁଅନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଖାଦ୍ୟରେ ଅସନ୍ତୁଳନ ଏବଂ ଚାପଗ୍ରସ୍ତ ରୁଟିନ୍ ଯୋଗୁଁ ବୟସ ବଢିବା ସାଙ୍ଗକୁ ଶରୀର ଉପରେ ପ୍ରଭାବ ଏବଂ ଏହା ସମ୍ବନ୍ଧୀୟ ସମସ୍ୟାର ଲକ୍ଷଣ ଧୀରେଧୀରେ ଦୃଶ୍ୟମାନ ହୁଏ । ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଏସବୁ ସମସ୍ୟା ଦେଖା ଦେଇଥାଏ ।
ବର୍ତ୍ତମାନ ସମୟରେ ହାଇ ଫ୍ୟାଟ୍ ଓ ହାଇ ସୁଗାର ଯୁକ୍ତ ଖାଦ୍ୟ ପ୍ରଭାବରେ ଲୋକମାନେ ସାଧାରଣତଃ ନିଦ୍ରା ହୀନତା, ମେଦ ବହୁଳତା, ପରିସ୍ରା ସମୟରେ ଯନ୍ତ୍ରଣା, ମଳ କଣ୍ଟକ, ଗଣ୍ଠି ଯନ୍ତ୍ରଣା, ଦୁର୍ବଳତା, ନିୟମିତ ମୁଣ୍ଡବିନ୍ଧା, ମେରୁଦଣ୍ଡ ଯନ୍ତ୍ରଣା ପରି ରୋଗର ଶିକାର ହୋଇଥାନ୍ତି । କିନ୍ତୁ ଯେକୌଣସି ବ୍ୟକ୍ତି ଚାହିଁଲେ ଏହି ବାର୍ଦ୍ଧକ୍ୟ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । କିଛି ଦିନର ସୁଅଭ୍ୟାସ ଆପଣଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବେ । ସାଇକୋ ସାଇବରନେଟିକ୍ସ ସୁସ୍ତକର ପ୍ରସିଦ୍ଧ ଲେଖକ ଡାକ୍ତର ମାକ୍ସ ୱେଲ ମାଜ୍ ମତ ଅନୁସାରେ ମାତ୍ର ୨୧ ଦିନର ନିୟମିତ ଅଭ୍ୟାସ ଯେକୌଣସି ମଣିଷଙ୍କ ଜୀବନଶୈଳୀ ପରିବର୍ତ୍ତନ କରିପାରିବ । ସୁଷମ ଖାଦ୍ୟ ଗ୍ରହଣଠାରୁ ଆରମ୍ଭ କରି ନିୟମିତ ଯୋଗାଭ୍ୟାସକୁ ମାତ୍ର ୨୧ ଦିନରେ ଆୟତ କରାଯାଇପାରିବ । ୨୧ ଦିନର ଏହି ଅଭ୍ୟାସ ପରେ ଜୀବନଶୈଳୀରେ ପରିବର୍ତ୍ତନ ହୋଇଯିବ । ଏପରିକି ମାତ୍ର ୨୧ ଦିନର ସୁଅଭ୍ୟାସ ପରେ ମଣିଷ ନିଜର ପୁରୁଣା ଦିନକୁ ମଧ୍ୟ ଭୁଲିଯାଇପାରିବ ।
ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନଶୈଳୀରେ ସନ୍ତୁଳନ ରହୁନଥିବା ଦେଖିବାକୁ ମିଳୁଛି । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ । ଅଧିକାଂଶ ଲୋକ ଆଦୌ ବ୍ୟାୟାମ କରନ୍ତି ନାହିଁ । ଶରୀର ପାଇଁ ଆବଶ୍ୟକ ପରିମାଣରେ ପାଣି ମଧ୍ୟ ପିଅନ୍ତି ନାହିଁ । ଯାହା ଆମ ଶରୀରର ଜୈବିକ ପ୍ରଣାଳୀ ଉପରେ କୁପ୍ରଭାବ ପକାଇଥାଏ । ଫଳସ୍ୱରୂପ ଲୋକେ ମଧୁମେହ, ହୃଦରୋଗ, ରକ୍ତଚାପ ସମସ୍ୟା, ମେଟାବୋଲିକ୍ ପରି ବ୍ୟାଡ ଲାଇଫ ଷ୍ଟାଇଲ ଡିଜିଜର ଶିକାର ହୋଇଥାନ୍ତି ।
ସାଧାରଣତଃ ୪୦ ବର୍ଷ ପରେ ଶରୀରର ମାଂସପେଶୀ ଏବଂ ହାଡ ଧୀରେଧୀରେ ଦୁର୍ବଳ ହୋଇଥାଏ । ବୟସ ବୃଦ୍ଧି ପରେ, ଜଣେ ବ୍ୟକ୍ତି ଶରୀରର ଅନେକ ପ୍ରଣାଳୀର କାର୍ଯ୍ୟର ଗତି ମନ୍ଥର ହୋଇଯାଏ । ଯେଉଁ କାରଣରୁ ଶରୀର ଖାଦ୍ୟରୁ ପୂର୍ଣ୍ଣ ପୁଷ୍ଟିକର ଦ୍ରବ୍ୟ ଗ୍ରହଣ କରିବାରେ ସକ୍ଷମ ହୋଇପାରେ ନାହିଁ । ଏଥିପାଇଁ ଶରୀରରେ କ୍ୟାଲସିୟମ ଏବଂ ଭିଟାମିନ୍ ଡି ସହିତ ଅନେକ ଜରୁରୀ ପୋଷକ ତତ୍ତ୍ବର ଅଭାବ ପରିଲକ୍ଷିତ ହୋଇଥାଏ । ଭୁଲ ଜୀବନଶୈଳୀ କାରଣରୁ ଏବେ ବହୁ ଲୋକଙ୍କ ମଧ୍ୟରେ ଅଷ୍ଟିଓପୋରୋସିସ୍ ସହିତ ଅନ୍ୟାନ୍ୟ ଅସ୍ଥି ସମ୍ବନ୍ଧୀୟ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି ।
ଶୃଙ୍ଖଳିତ ଜୀବନଶୈଳୀ ଅନୁସରଣ କରନ୍ତୁ, ବାର୍ଦ୍ଧକ୍ୟରେ ସୁସ୍ଥ ରୁହନ୍ତୁ
ଖାଦ୍ୟ ଗ୍ରହଣ ସମୟରେ ଖାଦ୍ୟର ସ୍ୱାଦ ଅପେକ୍ଷା ଖାଦ୍ୟର ଗୁଣବତ୍ତାକୁ ଗୁରୁତ୍ୱ ଦେଲେ ଶରୀର ରୋଗର ଶିକାର ହେବ ନାହିଁ। ଉଦାହରଣ ସ୍ୱରୂପ ପାଟିକୁ ସ୍ୱାଦ ଲାଗୁଥିବା ଆମିଷ, କଫି, ମିଠା, ଲବଣଯୁକ୍ତ ଖାଦ୍ୟ ସହିତ ମଦ୍ୟ, ଧୁମପାନରୁ ଦୂରେଇ ରହିଲେ ଅନେକ ସମସ୍ୟାକୁ ମୁକ୍ତି ମିଳିପାରିବ। ସଚେତନ ଖାଦ୍ୟ ଗ୍ରହଣ ଶରୀରକୁ ନିରୋଗ ରଖିବାସ୍ଥଳେ ମାନସିକ ସ୍ୱାସ୍ଥ୍ୟ ପାଇଁ ନିୟମିତ ଯୋଗ, ଧ୍ୟାନ, ବ୍ୟାୟାମ କଲେ ତୃପ୍ତି ମିଳିବ। ଶାରୀରିକ ପୂର୍ଣ୍ଣତା ଓ ମାନସିକ ସନ୍ତୁଷ୍ଟି ହିଁ ଶରୀରକୁ ରୋଗମୁକ୍ତ ରଖିବାର ଉପାୟ ବୋଲି ବିଶେଷଜ୍ଞ ମତ ରଖନ୍ତି।