ଦୁଷ୍କର୍ମ ଅଭିଯୁକ୍ତଠାରୁ ୩୫ ଲକ୍ଷ ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ ହେଲେ ମହିଳା ଏସଆଇ
Advertisement

ଦୁଷ୍କର୍ମ ଅଭିଯୁକ୍ତଠାରୁ ୩୫ ଲକ୍ଷ ଲାଞ୍ଚ ନେଇଥିବା ଅଭିଯୋଗ, ଗିରଫ ହେଲେ ମହିଳା ଏସଆଇ

ମହିଳା ସବ-ଇନ୍ସପେକ୍ଟରଙ୍କ କଳା କାରନାମା ! ଦୁଷ୍କର୍ମ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ! ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ମହିଳା ସବ-ଇନ୍ସପେକ୍ଟରଙ୍କ କଳା କାରନାମା ! ଦୁଷ୍କର୍ମ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ ! ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ । ଶେଷରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଲେ ଅହମ୍ମଦାବାଦର ମହିଳା ଏସଆଇ ଶ୍ୱେତା ଜଡ଼େଜା । ତାଙ୍କୁ ୩ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । 

ଯାହା କୁହାଯାଉଛି, ପୁରା ଘଟଣା ଥିଲା କିଛି ଏପରି । ଅହମ୍ମଦାବାଦର ଏକ ଘରୋଇ କମ୍ପାନୀର ଦୁଇ ମହିଳା କର୍ମଚାରୀ ଉକ୍ତ କମ୍ପାନୀର ପ୍ରବନ୍ଧ ନିର୍ଦ୍ଦେଶକ କେନଲ ଶାହଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । କମ୍ପାନୀର ସୁରକ୍ଷା ଅଧିକାରୀ ମଧ୍ୟ ଅହମ୍ମଦାବାଦର ସେଟଲାଇଟ ଥାନାରେ ଏନେଇ ଅଭିଯୋଗ କରିଥିଲେ । 

ତେବେ ଏହି ମାମଲାର ତଦନ୍ତ ସମୟରେ ମହିଳା ଥାନାର ଇନଚାର୍ଜ ଶ୍ୱେତା ଜଡ଼େଜା ଅଭିଯୁକ୍ତଙ୍କ ଠାରୁ କୁଆଡ଼େ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବି ବୋଲି ଧମକ ମଧ୍ୟ ଦେଇଥିଲେ ! ଏପରିକି ଟଙ୍କା ଦେଲେ ମାମଲାର ରଫାଦଫା କରିଦେବାକୁ କହିଥିଲେ !

ଏସଆଇ ଶ୍ୱେତା ଜଡ଼େଜା ଦୁଷ୍କର୍ମ ଅଭିଯୁକ୍ତ କେନଲ ଶାହର ଭାଇ ଭାବେଶକୁ ଡାକି ଲାଞ୍ଚ ମାଗିଥିଲେ ! ତେବେ ୨୦ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା । ଜଣେ ପରିଚିତ ଲୋକଙ୍କ ହାତରେ ଟଙ୍କା ହସ୍ତାନ୍ତର କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଦୁଷ୍କର୍ମ ଅଭିଯୁକ୍ତ କେନଲ ଶାହ ନାଁରେ ଅନ୍ୟ ଏକ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଆଉ ସେହି ମାମଲାର ମଧ୍ୟ ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ମହିଳା ଏସଆଇ ଶ୍ୱେତା ! ୧୫ ଲକ୍ଷ ଟଙ୍କାରେ ଏହି କଥା ଛିଣ୍ଡିଥିବା ବେଳେ ମହିଳା ଏସଆଇଙ୍କୁ ଟଙ୍କା ହସ୍ତାନ୍ତର କରାଯାଇଥିଲା । 

 ତେବେ କ୍ରାଇମବ୍ରାଞ୍ଚର ଯୁଗ୍ମ ପୋଲିସ କମିଶନର କହିଛନ୍ତି, ଏ ପୁରା ଘଟଣାର ତଦନ୍ତ କରାଯାଇଛି । ଆଉ ତଦନ୍ତୁରୁ ଏହି ଅଭିଯୋଗର କିଛି ସତ୍ୟତା ଥିବା ଜଣାପଡ଼ିଛି । ତେଣୁ ଅଭିଯୁକ୍ତ ମହିଳା ଏସଆଇ ଶ୍ୱେତା ଜଡ଼େଜାଙ୍କ ବିରୋଧରେ ଏତଲା ଦିଆଯାଇଛି । ପୁରା ଘଟଣାର ତଦନ୍ତ କରିବାକୁ ସ୍ପେଶାଲ ପ୍ରୋଟେକସନ ଗ୍ରୁପର ଏସପି ବିସି ସୋଲଙ୍କିଙ୍କୁ ଦିଆଯାଇଛି । ମହିଳା ଏସଆଇଙ୍କ ବୟାନ ରେକର୍ଡ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚର ଯୁଗ୍ମ ପୋଲିସ କମିଶନର ।