ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ନିର୍ଘାତ ମାଡରେ ଦରମରା ଡ୍ରାଇଭର ନିଖୋଜ, ଦୁଇ ମୃତ
Advertisement

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ନିର୍ଘାତ ମାଡରେ ଦରମରା ଡ୍ରାଇଭର ନିଖୋଜ, ଦୁଇ ମୃତ

ଲୋକଙ୍କ ଆକ୍ରମଣରେ କେନ୍ଦୁଝର ଆନ୍ଦପୁର ତେନ୍ତୁଳିପଦି ଗ୍ରାମର ସତ୍ୟନାରାୟଣ ନନ୍ଦ (୪୫) ଓ ଉତ୍ତର ପ୍ରଦେଶରୁ ଆସିଥିବା ଅନ୍ୟ ଜଣେ ଅଫିସର ଫୁଲଚାନ୍ଦ ଶର୍ମା (୪୬) ଗୁରୁତର ହୋଇଥିଲେ।

ଡିଜାଇନ୍ ଫଟୋ

ମୟୂରଭଞ୍ଜ: ଜିଲ୍ଲାର ବିରିଙ୍ଗିପୋଷି ଥାନା ଅନ୍ତର୍ଗତ କତରା ନିକଟରେ ଭିଡହିଂସା ଘଟିଛି! ମଙ୍ଗଳବାର ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସର୍ଭେ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ପୋଲିସ ମାମଲାର ଛାନଭିନ କରୁଛି।

ସୂଚନାନୁସାରେ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କତରା ନିକଟରେ ଏକ ସ୍କର୍ପିଓ ଧକ୍କାରେ ସ୍ଥାନୀୟ ଗୋଷାଣୀପାଳ ଗ୍ରାମର ହରିହର ସେଠୀ (୬୭) ଙ୍କ ମୃତ୍ୟୁ ହୋଇଥିଲା। ଦିନ ପ୍ରାୟ ୧୨ଟା ସମୟରେ ଦୂର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ଜନସାଧାରଣ ସ୍କର୍ପିଓରେ ବସିଥିବା ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟ କରୁଥିବା ଅଫିସର ଓ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରିଥିଲେ।

Also Read: ପର୍ଣ୍ଣ ନେଲା ପ୍ରାଣ! ପିଲାଙ୍କ ଆଗରେ ସ୍ତ୍ରୀକୁ ଛୁରୀ ଭୁସି ମାରିଦେଲା ଅଟୋ ଡ୍ରାଇଭର

ଲୋକଙ୍କ ଆକ୍ରମଣରେ କେନ୍ଦୁଝର ଆନ୍ଦପୁର ତେନ୍ତୁଳିପଦି ଗ୍ରାମର ସତ୍ୟନାରାୟଣ ନନ୍ଦ (୪୫) ଓ ଉତ୍ତର ପ୍ରଦେଶରୁ ଆସିଥିବା ଅନ୍ୟ ଜଣେ ଅଫିସର ଫୁଲଚାନ୍ଦ ଶର୍ମା (୪୬) ଗୁରୁତର ହୋଇଥିଲେ। ଗାଡିରେ ଡ୍ରାଇଭରଙ୍କୁ ବି ଉତ୍ୟକ୍ତ ଜନତା ନିସ୍ତୁକ ପିଟିଥିଲେ। ଏହା ସହିତ କ୍ଷତିପୂରଣ ଦାବିରେ ସେମାନେ ଏନଏଚ୍ ୪୯ ବାଙ୍ଗିରିପୋଷି- ଝାରପୋଖରିଆ ରାସ୍ତା ବନ୍ଦ କରିଥିଲେ। 

ଘଟଣାର ଖବର ପାଇଁ ବାରିଙ୍ଗିପୋଷି ପୋଲିସ ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ସହ ଗୁରୁତର ସତ୍ୟନାରାୟଣ ନନ୍ଦ ଓ ଫୁଲଚାନ୍ଦ ଶର୍ମାଙ୍କୁ ବାରିପଦା ପଠାଇଥିଲା। ତେବେ ଚିକିତ୍ସା ଅବସ୍ଥାରେ ସତ୍ୟନାରାୟଣ ନନ୍ଦଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ଲୋକଙ୍କ ଆକ୍ରମଣ ପରଠାରୁ ଗୁରୁତର ସ୍କୋର୍ପିଓ ଡ୍ରାଇଭର ନିଖୋଜ ଅଛନ୍ତି। ଏସପି ଋଷିକେଶ ଦ୍ୟାନଦେଓଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢଉ ଜାରି ରଖିଛି। ସଦର ଏସଡିପିଓ କେକେ ହରିପ୍ରସାଦ ମାମଲାର ତଦନ୍ତ ନେତୃତ୍ୱ ନେଇଛନ୍ତି।