ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଉତ୍ତେଜନା, ନବଜାତ ଶିଶୁ ପୁତ୍ରର ମୃତ୍ୟୁ
Advertisement
Article Detail0/zeeodisha/odisha1215129

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଉତ୍ତେଜନା, ନବଜାତ ଶିଶୁ ପୁତ୍ରର ମୃତ୍ୟୁ

Medical Negligence Tension Erupts:-(Baleswar,ପ୍ରସଂଜିତ ଆଶ ) ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ର ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ରେ ନବଜାତ ଶିଶୁପୁତ୍ର ମୃତ୍ୟୁ କୁ ନେଇ ହୋହୋଲ୍ଲା ଓ ଉତ୍ତେଜନା। ବାଲେଶ୍ବର ସୋର ଅଞ୍ଚଳର ଦିବ୍ୟଜ୍ୟୋତି ଓଝା ତାଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ହେବାରୁ ମେଡିକାଲ ରେ ଭର୍ତ୍ତି ହୋଇଥିଲେ।ବିଳମ୍ବିତ ରାତିରେ ଯନ୍ତ୍ରଣା ହେବାରୁ ଡାକ୍ତର ଙ୍କୁ ପରିବାର ଲୋକେ କତ୍ତୃପକ୍ଷଙ୍କୁ ଆସିବା ଅନୁରୋଧ କରିଥିଲେ, ହେଲେ ଡାକ୍ତର ନ ଆସି ନର୍ସ ମାନେ ଜୋର ଜବରଦସ୍ତ ଟାଣି ଉଟାରି ଡେଲିଭରି କରାଇ ଦେଇଥିଲେ। ଯାହା ଫଳରେ କିଛି ସମୟପରେ ନବଜାତ ଶିଶୁ ର ମୃତ୍ୟୁ ହୋଇଥିଲା।

 

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ଉତ୍ତେଜନା, ନବଜାତ ଶିଶୁ ପୁତ୍ରର ମୃତ୍ୟୁ

ଏନେଇ ପରିବାର ପକ୍ଷରୁ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି।ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ମୃତ୍ୟୁ କୁ ଆଜି ନେଇ ଉତ୍ତେଜନା ସହ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଥିଲା । ଫଳରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଟାଉନ ଥାନା ପୋଲିସ ମେଡିକାଲ ଫାଣ୍ଡି ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହିତ ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇଛି । ଗତକାଲି ବାଲେଶ୍ବର ସୋର ଅଞ୍ଚଳରୁ ଦିବ୍ୟଜ୍ୟୋତି ଓଝା  ତାଙ୍କ ସ୍ତ୍ରୀ ଗର୍ଭ ଯନ୍ତ୍ରଣା ପାଇବାରୁ ତାଙ୍କୁ ନେଇ ଜିଲା ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ ।  ଆଉ ଗୋଟିଏ ଶିଶୁପୁତ୍ର ଜନ୍ମ ନେଇଥିଲା ହେଲେ ତାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଛି ବୋଲି ଶୁଣିବାରୁ, ପରିବାର ଲୋକେ ଡାକ୍ତରଙ୍କ ସଠିକ ଚିକିତ୍ସା ନହେବାରୁ ନବଜାତ ଶିଶୁଟିର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ । 

ସେହିପରି ନବଜାତ ଶିଶୁର ବେକରେ ଆଘାତ ଲାଗି କଳା ପଡ଼ିଥିବାରୁ ତାକୁ ଡାକ୍ତର ନର୍ସ ମାନେ ପ୍ରସବ ସମୟରେ ଠିକ୍ ଭାବେ ପ୍ରସବ ନ କରାଇ ଟାଣି ଓଟାରି ପ୍ରସବ କରିଥିବା ଅଭିଯୋଗ ହୋଇଛି \। ତେବବ ଉତ୍ତେଜନା ଦେଖି ସ୍ଥାନୀୟ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଥିଲା।ବାଲେଶ୍ବର ହସ୍ପିଟାଲରୁ ଏବେ ଫକୀରମୋହନ ମେଡିକାଲ ନାମରେ  ହସ୍ପିଟାଲ ନାମିତ ହୋଇଛି। ହେଲେ ମୁଖ୍ୟ ଚିକିତ୍ସାଳୟ ଏବେବି ଅନେକ ଅସୁବିଧାରେ ରୋଗୀମାନେ ସମ୍ମୁଖୀନ ହେଉଛନ୍ତି ।କେତେବେଳେ ଏଠି ଡାକ୍ତର ଙ୍କ ଅବହେଳା ରୁ ନବଜାତ ଶିଶୁ ମୃତ୍ୟୁ ବରଣ କରୁଛନ୍ତି ତ କେତେବେଳେ ଚିକିତ୍ସିତ ଅବସ୍ଥାରେ ଏଠି ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଏଥି ସହିତ  କେତେବେଳେ ବେଡ,ଷ୍ଟାଫ ସମସ୍ୟା ସହିତ, ଚିକିତ୍ସା ପାଇଁ କର୍ମଚାରୀ ଟଙ୍କା ଦାବି କରୁଛନ୍ତି।

ଏସବୁ ବଡ ବଡ ସମସ୍ୟା ଡାକ୍ତରଖାନାରେ ଏବେବି ଲାଗି ରହିଛି।ହେଲେ ଏନେଇ ମେଡିକାଲ ଆଡମିନ ରେଜିଷ୍ଟର ମନୋରମା ଭୂୟାଁ କହିଛନ୍ତି ଯେ , ଏ କେସ ଟି ସୋରରୁ ବାଲେଶ୍ବର ରେଫର ହୋଇଥିଲା।ସେମାନେ ଥାନାରେ ଅଭିଯୋଗ କରିଛନ୍ତି, ମେଡିକାଲ ପହଞ୍ଚି ଲା ବେଳକୁ ବିଳମ୍ବ ହେବା ସହିତ ବେବି ର ପଛ ଭାଗ ବାହାରି ଆସିଥିଲା, ରାତି ଡ୍ୟୁଟି ଥିବା ଡକ୍ଟର ଓ ଆଟେଣ୍ଡଣ୍ଟ ଏହା କହିଛନ୍ତି ବୋଲି ସେ କହିଛନ୍ତି। ତେବେ ପୋଲିସ ଏବଂ ମୁଁ ଘଟଣା ସ୍ଥଳ ପରିଦର୍ଶନ କରିଛୁ,ଏନେଇ ବର୍ତ୍ତମାନ ସମୟରେ ତଦନ୍ତ ଚାଲିଛି,ତଦନ୍ତ ପରେ କାଯ୍ୟାନୁଷ୍ଠାନ ନିଆଯିବ।