Archana Nag Arrested: ରାଜ୍ୟ ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଗିରଫ କରିଛି। ୭ ଦିନିଆ ରିମାଣ୍ଡ ସରିବା ପରେ ଅର୍ଚ୍ଚନା ନାଗଙ୍କୁ ଇଡି ଆଜି କୋର୍ଟରେ ହାଜର କରିଥିଲା। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି। ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅଧୀନରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ରହିଛି। ପିଏମଏଲଏ ଆଇନ ସେକ୍ସନ ୧୯ ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରିବାରେ ସଫଳ ହୋଇଛି ED। 


COMMERCIAL BREAK
SCROLL TO CONTINUE READING

ସେପଟେ ଅର୍ଚ୍ଚନା ନାଗ ଅଭିଯୋଗ ମାମଲାରେ ଇଡି (ED) ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କ ଘନିଷ୍ଠ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ପୂର୍ବରୁ ଗିରଫ କରିଥିଲା। କମିଶନରେଟ ପୋଲିସ  ହାତରୁ ମାମଲା ସ୍ଥାନାନ୍ତରିତ ହେଲା ପରେ ଇଡି ପ୍ରଥମ ଥର ପାଇଁ ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ କାଳରେ ବିଭାଗୀୟ ଅଧିକାରୀମାନେ ପଚରାଉଚରା କରିଥିଲେ। ତେବେ ରିମାଣ୍ଡ ସମୟରେ ଇଡିକୁ ଅର୍ଚ୍ଚନାଙ୍କ ପାଖରୁ ଅନେକ ତଥ୍ୟ ହସ୍ତଗତ ହୋଇଛି। ଗଣମାଧ୍ୟମ ସାମ୍ନାରେ ଚିତ୍କାର କରି ଅର୍ଚ୍ଚନା କହିଥିଲେ ଯେ, ଯଦି ସେ ମୁହଁ ଖୋଲିନ୍ତି ତେବେ ରାଜ୍ୟ ପରିବର୍ତ୍ତନ ହୋଇଯିବ। ହେଲେ ଏହାପର ଦିନ ଇଡି ରିମାଣ୍ଡରେ ମୁହଁ ଖୋଲିନଥିଲେ ଅର୍ଚ୍ଚନା। 


Also Read: Archana Nag case: ଆଜି ପୁଣି ବିସ୍ଫୋରକ ବୟାନ ରଖିଲେ ଅର୍ଚ୍ଚନା, ନିଜକୁ ନିର୍ଦ୍ଦୋଶ ବୋଲି କହିଲେ


ତେବେ ଇଡି ଅର୍ଚ୍ଚନା ନାଗ (Archana Nag) ଓ ତାଙ୍କର ସ୍ବାମୀ ଜଗବନ୍ଧୁଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପୁଣି ଥରେ ରିମାଣ୍ଡରେ ନେବାକୁ ଚାହୁଁଛି। ଏଥିପାଇଁ ଜଗବନ୍ଧୁଙ୍କୁ ୧୫ ଦିନ ଓ ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଇଡି ଆବେଦନ କରିଛି। ଗତ କିଛିଦିନ ତଳେ ଗଣମାଧ୍ୟମ ସାମ୍ନାରେ ବିସ୍ଫୋରକ ବୟାନ ଦେଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍। ସେ କହିଥିଲେ ମୁଁ ଟଙ୍କା ନେଇ ଯଦି ଦୋଷୀ ତେବେ ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନେ କାହିଁକି ଖୁଲମଖୁଲା ବାହାରେ ବୁଲୁଛନ୍ତି। ଅନ୍ୟପଟେ ସୋ କଲଡ ଭିକ୍ଟିମ ଶ୍ରଦ୍ଧାଞ୍ଜଳୀଙ୍କ ନାଁ ବି ଉଠାଇଥିଲେ ଅର୍ଚ୍ଚନା। 


Also Read:  Cyber Fraud: ବାରମ୍ବାର ଆସୁଥିଲା Missed Call, ସେପଟେ ବିନା OTP ରେ ଗୋଲ୍ ୫୦ ଲକ୍ଷ
ଅର୍ଚ୍ଚନା ଆହୁରି ମଧ୍ୟ କହିଛନ୍ତି ମୁଁ କଣ ଆତଙ୍କବାଦୀ (Terrorist) ମୋତେ ଏମିତି ବ୍ୟବହାର କରୁଛ। ଇଡି କେଉଁଦିନ ତଦନ୍ତ କରିବ ତାହାକୁ ଅପେକ୍ଷା କରିଥିଲି। ଯେତେବଡ ସଂସ୍ଥା ଆସୁ, ତଦନ୍ତ ପାଇଁ ପ୍ରସ୍ତୁତ ଅଛି । ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ। ମୋତେ ଫସାଇ ଦିଆଯାଇଛି, କାହାକୁ ବି ଛାଡିବିନି। ମୁଁ ଜାଣିପାରୁନି କିଏ ମୋତେ ଫଶାଇଛି। ମୋ ହାତ ଚାପି ଧରିବା ସହ ପାଟି ବନ୍ଦ କରି ରଖୁଛି ପୋଲିସ। ମୋ ୫ ବର୍ଷର ଛୁଆର ଲୁହ ପଡିଯିବ ବୋଲି ବଡ ବଡ ପାଟିରେ ଚିତ୍କାର କରି କହିଥିଲେ ଅର୍ଚ୍ଚନା। ସେପଟେ ଆଜି ଅର୍ଚ୍ଚନା ତାଙ୍କ କୁନି ପୁଅକୁ ଭେଟିଥିବା ସୂଚନା ରହିଛି।