Cyber Fraud: ବାରମ୍ବାର ଆସୁଥିଲା Missed Call, ସେପଟେ ବିନା OTP ରେ ଗୋଲ୍ ୫୦ ଲକ୍ଷ
Advertisement
Article Detail0/zeeodisha/odisha1482893

Cyber Fraud: ବାରମ୍ବାର ଆସୁଥିଲା Missed Call, ସେପଟେ ବିନା OTP ରେ ଗୋଲ୍ ୫୦ ଲକ୍ଷ

Cyber Fraud In Delhi: ସାବଧାନ ମାତିଛନ୍ତି ସାଇବର ଠକ । କେବଳ ଯେ ଓଟିପି ସେୟାର କଲେ ଟଙ୍କା ଗୋଲ୍ ହୋଇଯିବ ତା ନୁହେଁ ବରଂ ଫୋନ ଉଠାଇଲେ ବି ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି ହ୍ୟାକର୍ସ। ଜଣେ ଅଧିକାରୀ କହିଛନ୍ତି ଯେ, ଏହିପରି ଠକାମୀ ମୋବାଇଲ ଫୋନ ବ୍ୟବହାର କରୁଥିବା ଲୋକଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି। 

Cyber Fraud: ବାରମ୍ବାର ଆସୁଥିଲା Missed Call, ସେପଟେ ବିନା OTP ରେ ଗୋଲ୍ ୫୦ ଲକ୍ଷ

Cyber Fraud: ଆଜିକାଲି ଦୁନିଆରେ ଟେକ୍ନୋଲୋଜି କାମକୁ ଯେତେ ସହଜ କରୁଛି ସେହିପରି ସମସ୍ୟାରେ ମଧ୍ୟ ପକେଇଦେଇ ପାରେ। ସେହିପରି କେବେ କେବେ ଏମିତି ଖବର ମଧ୍ୟ ସାମ୍ନାକୁ ଆସିଛି ଯେ, ପାସୱାର୍ଡ ସେୟାର କରିବା ପରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଏ। ମାତ୍ର ଦିଲ୍ଲୀରେ ଏମିତି ଏକ ଘଟଣା ସାମ୍ନାକୁ ଯାହା ଜାଣିଲେ ଆପଣ ଆ
ଶ୍ଚର୍ଯ୍ୟ ହେବେ ନିଶ୍ଚିତ। ପ୍ରକୃତରେ ଦିଲ୍ଲୀରେ ସିକ୍ୟୁରିଟି ଏଜେନ୍ସି ଚଲାଉଥିବା  ଜଣେ ବ୍ୟକ୍ତି ସାଇବର ଠକାମିରେ ଶିକାର ହୋଇଛନ୍ତି। ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି ଯେ, କେବଳ ମିସ କଲ ପାଇଁ ହ୍ୟାକର୍ସ ମାନେ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ୫୦ ଲକ୍ଷ ଟଙ୍କା ଉଡାଇନେଇଛନ୍ତି। 

ଠକାମୀର ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା କଥା, ୧୩ ନଭେମ୍ବରରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଯାହାକୁ ଉଠାଇବା ପରେ ସେପଟୁ କୌଣସି ଉତ୍ତର ଆସିନଥିଲା। ଏହାପରେ ତାଙ୍କୁ ଲଗାତାର ମିସ କଲଡ୍ (Missed Call) ଆସିଥିଲା। ପୀଡିତଙ୍କ କହିବାକଥା ସେ ୩ ରୁ ୪ ଥର ଫୋନ ଉଠାଇଛନ୍ତି ହେଲେ ସେପଟୁ କାହାର ବି ଶବ୍ଦ ଶୁଣିବାକୁ ମିଳିଲା ନାହିଁ। ଆଉ ଏହି କାଣ୍ଡ ପ୍ରାୟ ଏକ ଘଣ୍ଟା ଧରି ଚାଲିଲା। ଆଉ ଏହାର କିଛି ସମୟ ପରେ ଏକ ମେସେଜ ଆସିଲା। ଆଉ ମେସେଜ ପଢିବା ପରେ ଜଣାପଡ଼ିଲା ଯେ, ଆକାଉଣ୍ଟରେ ଥିବା ୫୦ ଲକ୍ଷ ଡେବିଟ୍ ହୋଇସାରିଛି।

Also Read: UP News: ମୃତ ମହିଳାଙ୍କୁ ଜୀବିତ ଅବସ୍ଥାରେ ପାଇଲେ ସ୍ବାମୀ, ଜାଣନ୍ତୁ ପୁରା ଘଟଣାକ୍ରମ

ଠକାମିର ଶିକାର ହୋଇଥିବା ବ୍ୟକ୍ତିଙ୍କ କହିବା କଥା,  ସେ କାହା ସହ ବି ନିଜର ଓଟିପି ସେୟାର (OTP Share) କରିନାହାଁନ୍ତି। ସେହିପରି ଏମିତି ଏକ ଅଜବ ଘଟଣା ଉପରେ DCP ସାଇବର ସେଲ ଙ୍କ କହିବା କଥା ହେଲା ପୀଡିତଙ୍କ ଫୋନରେ ଓଟିପି ଆସିଥିଲା। ମାତ୍ର ଫୋନ ହ୍ୟାକ୍ ହେବା ଦ୍ୱାରା ତାଙ୍କୁ ଜଣାପଡିଲା ନାହିଁ ଏବଂ ହ୍ୟାକର ତାଙ୍କ ସବୁ ଟଙ୍କାକୁ ଚଳୁ କରିଦେଲା। 

Also Read: Nude Video Call: ୨୬ ଲକ୍ଷ ସହ ବ୍ୟାଙ୍କ ଅଫିସରଙ୍କ ଜୀବନ ନେଲା ନ୍ୟୁଡକଲ୍

ଜଣେ ଅଧିକାରୀ କହିଛନ୍ତି ଯେ, ଏହିପରି ଠକାମୀ ମୋବାଇଲ ଫୋନ (Mobile Phone) ବ୍ୟବହାର କରୁଥିବା ଲୋକଙ୍କ କ୍ଷେତ୍ରରେ ଅଧିକ ଦେଖାଯାଉଛି। ପ୍ରଥମେ ହ୍ୟାକର୍ସ ସେହି ବ୍ୟକ୍ତିଙ୍କୁ କଣ୍ଟାକ୍ଟ କରିଥାନ୍ତି ପରେ ତାଙ୍କୁ ସିମ କାର୍ଡ ଆକ୍ଟିଭ କରିବାକୁ କହିଥାନ୍ତି। ଥରେ ଏମିତି ହେବା ପରେ ହ୍ୟାକର ମାନେ ଫୋନକୁ କଣ୍ଟ୍ରୋଲ କରିବାରେ ସକ୍ଷମ ହୋଇଥାନ୍ତି। ଯାହାଫଳରେ ସେମାନେ ଅତି ସହଜରେ ଫୋନକୁ ହ୍ୟାକ୍ କରି ଟଙ୍କା ଉଠାଇବାରେ ସକ୍ଷମ ହୋଇଥାନ୍ତି। ଥାନାରେ ମାମଲା ପହଞ୍ଚିବା ପରେ ପୋଲିସ ଅଧିକାରୀ ସାଇବର ସେଲ (Cyber Cell) ସହ ମିଳିତ ଭାବେ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି।