୪ ଯୁବକ ମିଶି ଦଳିତ ନାବାଳିକାଙ୍କ ସହ କଲେ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ
Advertisement

୪ ଯୁବକ ମିଶି ଦଳିତ ନାବାଳିକାଙ୍କ ସହ କଲେ ଗଣଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ଏହି ଘଟଣା ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି । ଯେଉଁଠାରେ ନବମ ଶ୍ରେଣୀର ଜଣେ ଦଳିତ ଛାତ୍ରଙ୍କ ସହ ଗଣଦୁଷ୍କର୍ମ (Gang Rape) ର ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଉଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜିକାଲି ବିହାରରେ ମହିଳାଙ୍କ ସହ ଅପରାଧିକ ଘଟଣା (Crime In Bihar) ଥମିବାର ନାଁ ନେଉନାହିଁ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଗଣଦୁଷ୍କର୍ମ (Gang Rape) ର ଘଟଣା ସାମ୍ନାକୁ ଆସୁଛି । ରାଜଧାନୀ ପାଟନା, ମୁଜାଫରପୁର ଏବଂ ସିୱାନ ପରେ ଆରାରୁ ଏକ ଏପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି । ବାସ୍ତବରେ ଆରା (ARA) ରେ ଦଳିତ ଛାତ୍ରଙ୍କ ସହ ଗଣଦୁଷ୍କର୍ମ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ (Social Media) ରେ ଭାଇରାଲ ହେବାରେ ଲାଗିଛି । ପୀଡିତା ନାବାଳିକା ଥାନାରେ ୪ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି । ଭୋଜପୁର ପୋଲିସ (Bhojpur Police) ର ଟିମ୍ ସେହି ଅପରାଧୀଙ୍କ ତଲାସୀ କରୁଛି ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପାଇଁ ରଣନୀତି ବଦଳାଇଲା ବିଜେପି, ସିନ୍ଧିଆଙ୍କୁ ଛାଡ଼ି ଏହି କେନ୍ଦ୍ର ମନ୍ତ୍ରୀ ସମ୍ଭାଳିଲେ ମୋର୍ଚ୍ଚା

ଏହି ଘଟଣା ଆରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି । ଯେଉଁଠାରେ ନବମ ଶ୍ରେଣୀର ଜଣେ ଦଳିତ ଛାତ୍ରଙ୍କ ସହ ଗଣଦୁଷ୍କର୍ମର ମାମଲା ସାମ୍ନାକୁ ଆସିଛି । ପୀଡିତାଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଉଛି । ଏସସି ଏସଟି ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫଆଇଆର ଅନୁଯାୟୀ, ନାବାଳିକା ଜଣକ ନିଜ ମାଉସୀଙ୍କ ପାଖକୁ ବହି ଆଣିବାକୁ ଯାଇଥିଲେ । ସେ ମାଉସୀ ଘରୁ ବହି ନେଇ ଫେରିବା ସମୟରେ ତାଙ୍କୁ ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳର କୌଂରା ପାୱାରଗ୍ରିଡ ନିକଟରେ ୪ ଜଣ ଯୁବତ ଧରିଥିଲେ । ତା’ପରେ ଜବରଦସ୍ତି ଛାତ୍ରୀଙ୍କୁ ନିକଟସ୍ଥ ବୁଦାକୁ ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !

ଦଳିତ ଛାତ୍ରଙ୍କ ସହ ଗଣଦୁଷ୍କର୍ମର ଏହି ଘୃଣ୍ୟ ଘଟଣା ସମାଜକୁ ଲଜ୍ଜିତ ହେବାକୁ ବାଧ୍ୟ କରିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ସାମ୍ନାକୁ ଆସିଛି । ଯାହା ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ୪ ଜଣ ଦୁଷ୍କର୍ମକାରୀଙ୍କ ଚେହେରା ମଧ୍ୟ କଏଦ ଅଛି । ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଧମକ ଦେଇଥିଲା ଯେ ଯଦି ସେ ଏହା ବିଷୟରେ କାହାକୁ କୁହନ୍ତି ତେବେ ସେମାନେ ଭିଡିଓ ଭାଇରାଲ କରିବେ । ଶେଷରେ ସେମାନେ ତାହା ହିଁ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଛାତ୍ରଙ୍କୁ ମିଳିଲା ରାହୁଲଙ୍କ ସାଥ୍, ଜାଣନ୍ତୁ ସଂପୂର୍ଣ୍ଣ ମାମଲା...

ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯାଉଛି ବୋଲି ଭୋଜପୁର ଏସପି ହର କିଶୋର ରାୟ କହିଛନ୍ତି । ପୀଡିତାଙ୍କ ପକ୍ଷରୁ ଏକ ମାମଲା ଦାୟର କରାଯାଇଛି । ଭାଇରାଲ ଭିଡିଓ ଆଧାରରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଘଟଣାକୁ ଗୁରୁତର ସହ ନେଇ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ୧୯ ଅଗଷ୍ଟର କୁହାଯାଉଛି । ସମସ୍ତ ଅଭିଯୁକ୍ତ କୌଂରା ଗାଁର ବାସିନ୍ଦା ବୋଲି କୁହାଯାଉଛି । ଯେଉଁମାନେ ଅଜ୍ଞାତ ଅଟନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।