ଗତ ୧୯ ତାରିଖ ଦିନ ଏହି ବ୍ରିଜରୁ ଡେଇଁ ୨ ଜଣ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଉ ଆଜି ସେହି ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
Trending Photos
ସମ୍ବଲପୁର: ସୁଇସାଇଡ୍ ସାଇଟ୍ ପାଲଟିଲାଣି ସମ୍ବଲପରୁ ବୁର୍ଲା ମହାନଦୀ ବ୍ରିଜ୍। ପ୍ରାୟତ ସମୟରେ ଏହି ବ୍ରିଜ ତଳୁ କାହାର ନା କାହାର ମୃତଦେହ ଉଦ୍ଧାର ହେଉଛି। କିଛି ଆତ୍ମହତ୍ୟା କରିବାକୁ ଆସିଥିବା ଲୋକଙ୍କୁ ମଧ୍ୟ ଠାବ କରାଯାଉଛି। ଗତ ୧୯ ତାରିଖ ଦିନ ଏହି ବ୍ରିଜରୁ ଡେଇଁ ୨ ଜଣ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆଉ ଆଜି ସେହି ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ବୁର୍ଲା (Burla) ମହାନଦୀ ବ୍ରିଜ (Mahanadi Bridge) ତଳୁ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ (Unknown body) ଠାବ କରାଯାଇଛି। ଯୁବକଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ। ତାଙ୍କ ବୟସ ୨୫ ରୁ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ ଯୁବକ ଜଣକ ଆତ୍ମହତ୍ୟା କରିଛି ନା ତାହାକୁ କିଏ ହତ୍ୟା କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରାହିଁଛି।
Also Read: ସମ୍ବଲପୁରରେ ଲଭ୍ ଜିହାଦ୍ ! ଯୁବତୀଙ୍କ ଶରୀର ଓ ଜୀବନ ସହ ଚାଲିଥିଲା ଖେଳ
ଯୁବକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ହୋଇ ରକ୍ତ ସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ବୁର୍ଲା ପୋଲିସ (Burla Police) ଘଟଣାସ୍ଥଳକୁ ପହଞ୍ଚି ମୃତଦହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏବେ ମୃତକଙ୍କ ପରିଚୟ ଖୋଜିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି।