ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଟାଙ୍ଗି ଦେଇଥିବା ଅଭିଯୋଗ
Advertisement
Article Detail0/zeeodisha/odisha972304

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଟାଙ୍ଗି ଦେଇଥିବା ଅଭିଯୋଗ

ମଙ୍ଗଳବାର ପ୍ରକାଶ ସକାଳୁ ଘରୁ ବାହାରି ଅପରାହ୍ଣ ୨ଟା ଯାଏଁ ଘରକୁ ନଫେରିବାରୁ ଭାଇ ବିକାଶ ଫୋନ କରିଥିଲେ। ସେହି ସମୟରେ ପ୍ରକାଶଙ୍କ ଫୋନକୁ ଅନ୍ୟ ଜଣେ ଯୁବକ ଉଠାଇ କହିଥିଲେ, ତୁମେ ଯାହାକୁ ଖୋଜୁଛ ସେ ମଡର ହୋଇଯାଇଛି।

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମାରି ଟାଙ୍ଗି ଦେଇଥିବା ଅଭିଯୋଗ

ଢେଙ୍କାନାଳ: ଜିଲ୍ଲାର କଙ୍କଡାହାଡ଼ ଥାନା ବାଲିକୁମା ଗାଁ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ କଙ୍କଡାହାଡ଼ ଥାନା ବାଲିକୁମା ପଞ୍ଚାୟତ ଧୂଳିଗୋଠ ଗ୍ରାମର ପ୍ରକାଶ ସୋରେନ। 

ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ପ୍ରକାଶ ସକାଳୁ ଘରୁ ବାହାରି ଅପରାହ୍ଣ ୨ଟା ଯାଏଁ ଘରକୁ ନଫେରିବାରୁ ଭାଇ ବିକାଶ ଫୋନ କରିଥିଲେ। ସେହି ସମୟରେ ପ୍ରକାଶଙ୍କ ଫୋନକୁ ଅନ୍ୟ ଜଣେ ଯୁବକ ଉଠାଇ କହିଥିଲେ, ତୁମେ ଯାହାକୁ ଖୋଜୁଛ ସେ ମଡର ହୋଇଯାଇଛି। ଏହା ପରେ ଭାଇ ବିକାଶ ପରିବାର ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀଙ୍କ ସହାୟତାରେ ବହୁ ଖୋଜାଖୋଜି କରିବା ପରେ ଗ୍ରାମ ନିକଟସ୍ଥ ମାରାଡି ଜଙ୍ଗଲରୁ ଏକ ଓଢଣିରେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

Also Read: ଭଡାଟିଆ ସହ ବୋହୂର ଥିଲା ଅନୈତିକ ସମ୍ପର୍କ! ଶ୍ୱଶୁର କରିଦେଲେ ଏପରି କାଣ୍ଡ, ଟାଙ୍କୁରି ଉଠିଲା ସମସ୍ତ

ମୃତଦେହ ଠାରୁ କିଛି ଦୂରରେ ପ୍ରକାଶଙ୍କ ସାଆକେଲ ଓ ଚପଲ ପଡିଥିବାର ଦେଖି୍ବାକୁ ମିଳିଛି। ଏହା ପରେ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଯେ ତାଙ୍କ ପୁଅକୁ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିବା ପରେ ଏଠାକୁ ଆଣି ଝୁଲାଇ ଦିଆଯାଇଛି। ଯଦିଓ ପ୍ରକୃତ କାରଣ ଜଣା ପଡୁନାହିଁ, ଗ୍ରାମର ଜଣେ ଝିଅକୁ ଭଲ ପାଇବାକୁ ନେଇ ଝିଅ ଘର ଲୋକେ ଏଭଳିଆ କରି ଥାଇପାରନ୍ତି ବୋଲି ପରିବାର ଲୋକ ସିଧାସଳଖ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ,ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।