Jeypore Rape Case: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମିତି ସଭ୍ୟ ଗିରଫ
Advertisement
Article Detail0/zeeodisha/odisha1446791

Jeypore Rape Case: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସମିତି ସଭ୍ୟ ଗିରଫ

Jeypore Rape Case: ସୀମା ଟପିଲା ପାଶବିକତା। ଜନ ପ୍ରତିନିଧି ହୋଇବି ଭୁଲିଗଲେ ସବୁକିଛି । ଦିବ୍ୟାଙ୍ଗ ଯୁବତୀଙ୍କୁ ବି ଛାଡିଲେନି । ବୋରିଗୁମ୍ମା ବ୍ଲକର ଚମ୍ପାପଦର ପଞ୍ଚାୟତ ସମିତି ସଭ୍ୟ ଦିବାନ ହରିଜନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।

ସୌଜନ୍ୟ : ସୋସିଆଲ ମିଡିଆ

Jeypore Rape Case: ସୀମା ଟପିଲା ପାଶବିକତା। ଜନ ପ୍ରତିନିଧି ହୋଇବି ଭୁଲିଗଲେ ସବୁକିଛି । ଦିବ୍ୟାଙ୍ଗ ଯୁବତୀଙ୍କୁ ବି ଛାଡିଲେନି । ବୋରିଗୁମ୍ମା ବ୍ଲକର ଚମ୍ପାପଦର ପଞ୍ଚାୟତ ସମିତି ସଭ୍ୟ ଦିବାନ ହରିଜନଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ ।  ପଞ୍ଚାୟତ ସମିତି ସଭ୍ଯ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ । ଦିବ୍ୟାଙ୍ଗ ଯୁବତୀ ଜଣକ ଏବେ ଗର୍ଭବତୀ ଥିବା ଜଣାପଡିଛି । ଚମ୍ପାପଦର ପଞ୍ଚାୟତ ସମିତି ସଭ୍ୟ ଦିବାନ ହରିଜନ(୨୪) କୁ ଗିରଫ କରିଛି ଜୟପୁର ମହିଳା ପୋଲିସ ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚମ୍ପାପଦର ପଞ୍ଚାୟତ ସମିତି ସଭ୍ୟ ଦିବାନ ହରିଜନ(୨୪) । ନିକଟସ୍ତ ଗାଁକୁ ବାବୁ ଜଣକ କିଛି ବ୍ୟବସାୟ କରିବାକୁ  ଯାଉଥିଲେ। ହେଲେ ଏହି ସମୟରେ ଦିବାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲେ ସେହି ଗାଁର ଜଣେ ଦିବ୍ୟାଙ୍ଗଙ୍କ ଉପରେ । ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଦିବାନ । କିନ୍ତୁ ଏଥିରେ ଯୁବତୀ ରାଜି ହୋଇ ନ ଥିଲେ ଯୁବତୀ। ହେଲେ ଯୁବତୀଙ୍କୁ ମନାଇବା ପାଇଁ ଲାଗି ପଡିଥିଲେ ସମିତି ସଭ୍ୟ , ପରେ ସେ ଯୁବତୀଙ୍କ ସହ ପ୍ରମ ସମ୍ପର୍କ ରଖିଥିଲେ। ପ୍ରେମ ସମ୍ପର୍କ ବାହାନାରେ ସମିତି ସଭ୍ୟ ବାବୁ ଜଣକ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ମଧ୍ୟ ଯୁବତୀଙ୍କ ସହ ବାରମ୍ବାର ପ୍ରେମ ସମ୍ପର୍କର ଦ୍ବାହି ଦେଇ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖି ଆସୁଥିଲେ। 

ଏହାବି ପଢନ୍ତୁ : Rajasthan News: ବ୍ଲେଡରେ ପତିଙ୍କ ଗୁପ୍ତାଙ୍ଗ କାଟିଲେ ପତ୍ନୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

ଏହାବି ପଢନ୍ତୁ : Minor Molestation: ନାବାଳିକାଙ୍କୁ ଛଅ ବର୍ଷ ଧରି ଦୁଷ୍କର୍ମ କରୁଥିଲେ ବାପା, ଦାଦା, ଭାଇ ଓ ଜେଜେ! ସ୍କୁଲରେ ଖୋଲିଲା ରାଜ୍

ଏହାବି ପଢନ୍ତୁ : Cruel love story: ତିନୋଟି ବଟିକା ଖାଇ ପ୍ରେମିକା ସହ ଯୌନ ସମ୍ପର୍କ ରଖିଲାବେଳେ ଘଟିଗଲା ଅଘଟଣ

ଯୁବତୀ ଜଣକ ମୁକ ବଧିର ହୋଇଥିବାରୁ ଏହାକୁ ବିରୋଧ କରିବାକୁ ଅସମର୍ଥ ହେଉଥିଲେ। ପରେ ଯେତେବେଳେ ଯୁବତୀ ଗର୍ଭବତୀ ଥିବା ନେଇ ପରିବାର ଲୋକେ ଜାଣି ପାରିଲେ। ସେତେବେଳେ ପଦାକୁ ଆସିଥିଲା ପୁରା ଘଟଣା । ପରେ ପରିବାର ଲୋକେ ଜୟପୁର ମହିଳା ଥାନାର ଦ୍ୱାରସ୍ଥ ହୋଇ ଥିଲେ। ବୋରିଗୁମ୍ମା ବ୍ଲକର ଚମ୍ପାପଦର ପଞ୍ଚାୟତ ସମିତି ସଭ୍ୟ ଦିବାନ ହରିଜନଙ୍କ ନାଁରେ ଏତଲା ଦେଇଥିଲେ ପୀଡିତାଙ୍କ ପରିବାର ଲୋକେ । ଅଭିଯୋଗକୁ ଗୁରୁତର ସହ ନେଇ ମହିଳା ପୋଲିସ ୧୨୭/୨୨ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ପୋଲିସ କରିଛି । ସେପଟେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ମେଡିକାଲକୁ ପଠାଇଛି । ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ ।