ବର୍ବାଦ କରିବାକୁ ବଡ଼ ଷଡ଼ଯନ୍ତ୍ର! ପ୍ରେମିକ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ତିଆରି କରୁଥିଲେ ପରିବାର ଲୋକ
Advertisement

ବର୍ବାଦ କରିବାକୁ ବଡ଼ ଷଡ଼ଯନ୍ତ୍ର! ପ୍ରେମିକ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ତିଆରି କରୁଥିଲେ ପରିବାର ଲୋକ

ପୋଲିସର କହିବା ଅନୁସାରେ, ବେଙ୍ଗାଲୁରୁର ବାହାର ଅଞ୍ଚଳର ଜୈନିକ ମହିଳା ତାଙ୍କ ପ୍ରେମିକଙ୍କ ସହ ଏକ ହୋଟେଲରେ ଦୁଇ ଥର ସାକ୍ଷାତ କରିଥିଲେ। ଏହା ବିଷୟରେ ଜାଣିଥିବା ମହିଳାଙ୍କ ସଂପର୍କୀୟ ଉକ୍ତ ହୋଟେଲରେ ଗୁପ୍ତ କ୍ୟାମେରା ଲଗାଇଥିଲେ।

ପ୍ରତିକାତ୍ମକ ଫଟୋ

ବେଙ୍ଗାଲୁରୁ: ଜଣେ ମହିଳାଙ୍କ ଲଭ୍ ଲାଇଫର ଏକ ଭୟଙ୍କର କାହାଣୀ ସାମନାକୁ ଆସିଛି। ମହିଳା ଓ ତାଙ୍କ ପ୍ରେମିଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ତିଆରି କରି ବ୍ଲାକମେଲ କରୁଥିବାର ଅଭିଯୋଗ ଆସିଛି। ଘଟଣାଟି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଘଟିଥିବା ସୂଚନା ମିଳିଛି। ବ୍ଲାକମେଲ ମାମଲାରେ  ମହିଳାଙ୍କ ସମ୍ପର୍କୀୟଙ୍କୁ ପୋଲିସ ଗିରଫ କରିଛି।

ପୋଲିସର କହିବା ଅନୁସାରେ, ବେଙ୍ଗାଲୁରୁର ବାହାର ଅଞ୍ଚଳର ଜୈନିକ ମହିଳା ତାଙ୍କ ପ୍ରେମିକଙ୍କ ସହ ଏକ ହୋଟେଲରେ ଦୁଇ ଥର ସାକ୍ଷାତ କରିଥିଲେ। ଏହା ବିଷୟରେ ଜାଣିଥିବା ମହିଳାଙ୍କ ସଂପର୍କୀୟ ଉକ୍ତ ହୋଟେଲରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଆଉ ମହିଳାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରିଥିଲେ।

Also Read: 'ନା'ରୁ ନାରୀର ନାରକୀୟ କାଣ୍ଡ : Jeans ପାଇଁ ହତ୍ୟା, Reels ପାଇଁ ଆତ୍ମହତ୍ୟା

ଘଟଣାର କିଛି ଦିନ ପରେ ଅଭିଯୁକ୍ତମାନେ ଜୈନିକ ମହିଳାଙ୍କୁ ହ୍ୱାଟସଆପରେ ଭିଡିଓ ପଠାଇଥିଲେ। ପୋଲିସର କହିବା ମୁତାବକ, ଭିଡିଓ ପାଇଁ ସେମାନେ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। ଯଦି ସେ ଟଙ୍କା ନ ଦିଅନ୍ତି ତେବେ ଭିଡିଓର ସିଡି କରି ପରିବାର ଲୋକଙ୍କୁ ପଠାଇବା ସହ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣକ ବେଙ୍ଗାଲୁରୁ ପୋଲିସରେ ଅଭିଯୋଗ କରିବା ପରେ ଉଷା ଓ ସୁରେଶ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।