Sundargarh: ଛେଳି ପାଇଁ ବାପାକୁ ପିଟି ପିଟି ମାରିଦେଲା ପୁଅ
Advertisement
Article Detail0/zeeodisha/odisha1410445

Sundargarh: ଛେଳି ପାଇଁ ବାପାକୁ ପିଟି ପିଟି ମାରିଦେଲା ପୁଅ

Son kill Father in Sundargarh: ଛେଳି ହଜେଇ ବାପାକୁ ମାରିଦେଲା ପୁଅ। ସୁନ୍ଦରଗଡରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୁକ୍ତ ପୁଅକୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି।

 Sundargarh: ଛେଳି ପାଇଁ ବାପାକୁ ପିଟି ପିଟି ମାରିଦେଲା ପୁଅ

Son kill Father, ସୁନ୍ଦରଗଡ: ଜିଲ୍ଲାର ଲହୁଣୀପଡା ଥାନାର ଗଣିଘସା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ହଜି ଯିବାକୁ ନେଇ ବାପାକୁ ପୁଅ ପିଟି ପିଟି ହତ୍ୟା କରିଛି। ମୃତକଙ୍କ ନାମ ଭୁବନ ମୁଣ୍ଡା। ପୋଲିସ ବାପାର ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗରିଫ କରିଛି।

ଗଣିଘସା ଗ୍ରାମର ଭୁବନ ମୁଣ୍ଡାଙ୍କ ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା। ପରେ ଛେଳିକୁ ଧରି ଘରକୁ ଫେରିଥିବା ବେଳେ ଗୋଟିଏ ଛେଳି ହଜି ଯାଇଥିଲା। ହଜି ଯାଇଥିବା ଛେଳିକୁ ନେଇ ଉଭୟ ବାପା ଓ ପୁଅ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ପୁଅ ଆକାଶ ଏକ ବାଡ଼ି ଆଣି ବାପାକୁ ପିଟି ପିଟି ମାରିଥିଲା। ଗୁରୁତ ଭୁବନଙ୍କୁ ଲହୁଣୀପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Also Read: ଦୀପାବଳିରେ କିଏ ଲିଭାଇଲା ଜୀବନ ଦୀପ? ନବବଧୂଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ଖବର ପାଇ ଲହୁଣୀପଡା ପୋଲିସ ହସ୍ପିଟାଲ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରିଛି। ପୋଲିସ ଅଭିଯୁକ୍ତ ପୁଅ ଆକାଶ ମୁଣ୍ଡାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।