ଗରିବ କାର୍ଡଧାରୀଙ୍କୁ ମିଳୁନି କିରୋସିନ, ବାହାରେ ଚଢା ଦରରେ ବିକ୍ରୀ
Advertisement
Article Detail0/zeeodisha/odisha1055760

ଗରିବ କାର୍ଡଧାରୀଙ୍କୁ ମିଳୁନି କିରୋସିନ, ବାହାରେ ଚଢା ଦରରେ ବିକ୍ରୀ

ଆଜି ପୁଣି କିରୋସିନି ଚୋରାଚାଲାଣ ହେଉଥିବା ଜାଣି ପିଣ୍ଡିକି ଗ୍ରାମର ଯୁବଗୋଷ୍ଠି କିରୋସିନି ଓ ଚୋରା ଚାଲାଣକାରୀଙ୍କୁ ଅଟକାଇ ପ୍ରଶାସନ କୁ ଖବର ଦେଇଥିଲେ । 

 

ଗରିବ କାର୍ଡଧାରୀଙ୍କୁ ମିଳୁନି କିରୋସିନ, ବାହାରେ ଚଢା ଦରରେ ବିକ୍ରୀ

ମୋହନା, ପ୍ରେମାନନ୍ଦ ପୂଜାରୀ: ଗରିବ ଖାଉଟିଙ୍କ ପାଇଁ ଉଦ୍ଧିଷ୍ଟ ସାଧାରଣ ବଣ୍ଟନ କିରୋସିନକୁ ଚୋରା ଚାଲାଣ ବେଳେ ପିଣ୍ଡିକି ଛକରେ ଜବତ କଲେ ଯୋଗାଣ ନିରୀକ୍ଷକ । ଗଜପତି ଜିଲ୍ଲା ମୋହନା ବ୍ଲକ କିଡାସିଙ୍ଗ ଗ୍ରାମର ପଞ୍ଚାନନ ନାୟକ ଆଜି ସକାଳୁ ପିଣ୍ଡିକି ଗ୍ରାମର କିରୋସିନ ଡିଲର ତ୍ରିନାଥ ବେହେରାଙ୍କ ପାଖକୁ ଯାଇ ବେଆଇନ ଭାବେ କିରୋସିନ ଆଣୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିଥିଲେ । 

ସମୃକ୍ତ ଡିଲର ପିଣ୍ଡିକି ପଞ୍ଚାୟତରେ ଗରିବ କାର୍ଡଧାରୀଙ୍କୁ କିରୋସିନ (Kerosene)ବଣ୍ଟନ ନକରି ବେଆଇନ ଭାବେ ବାହାରେ ଲୋକଙ୍କୁ ଚଢାଦରରେ କିରୋସିନ ବିକ୍ରୀ କରି ବାଟମାରଣା କରିଆସୁଥିବା ବେଳେ ପୂର୍ବରୁ ଏକ ଟ୍ରାକ୍ଟରରେ କିରୋସିନି ଚାଲାଣ ହେଉଥିବା କିରୋସିନି କୁ ଗ୍ରାମବାସୀ ଧରି ପ୍ରଶାସନକୁ ଜିମା ଦେଇଥିଲେ । ହେଲେ ଆଜି ପୁଣି କିରୋସିନି ଚୋରାଚାଲାଣ ହେଉଥିବା ଜାଣି ପିଣ୍ଡିକି ଗ୍ରାମର ଯୁବଗୋଷ୍ଠି କିରୋସିନି ଓ ଚୋରା ଚାଲାଣକାରୀଙ୍କୁ ଅଟକାଇ ପ୍ରଶାସନ କୁ ଖବର ଦେଇଥିଲେ । 

Also Read: Omicron କୁ ନେଇ WHOର ଚେତାବନୀ, ଭାରତର ଏହି ରାଜ୍ୟରୁ ବ୍ୟାପିବ ତୃତୀୟ ଲହର !

ପରେ ଘଟଣାସ୍ଥଳରେ ମୋହନା ଯୋଗାଣ ନିରୀକ୍ଷକ ଶୁଭେନ୍ଦୁ ପାଣିଗ୍ରାହୀ ପହଞ୍ଚି କିରୋସିନ (Kerosene) କୁ ମାପିବା ସହ ଜବତ କରିଥିଲେ । ଜବତ କିରୋସିନର ପରିମାଣ ୨୪ ଲିଟର ଥିବା ଜଣାପଡ଼ିଥିବା ବେଳେ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ନିରୀକ୍ଷକ । କିରୋସିନ ସରକାରୀ ମୂଲ୍ୟ ଲିଟର ପ୍ରତି ଦର ୫୪ ଟଙ୍କା ରହିଥିବା ବେଳେ ୬୮ ଟଙ୍କାରେ ପଞ୍ଚାନନ ଡିଲରଙ୍କ ଠାରୁ କିଣିଆଣୁଥିବା ପ୍ରକାଶ କରିଛନ୍ତି । ସେପଟେ ସବ ହୋଲସେଲର କିରୋସିନ ଦେବା ବେଳେ ବିଲ୍ ଦେଉନଥିବା ବେଳେ ବ୍ୟାରେଲ ପିଛା ୨୦ ଲିଟର କମ ଦେଉଥିବା ଯୋଗୁଁ କ୍ଷତି ସହୁଥିବା ସଫେଇ ଦେଇଛନ୍ତି ଡିଲର ତ୍ରିନାଥ ବେହେରା ।