ଆତ୍ମହତ୍ୟାର ଦିନକ ପରେ ମିଳିଲା ଯୁବତୀଙ୍କ ସୁଇସାଇଡ୍ ନୋଟ୍
Advertisement

ଆତ୍ମହତ୍ୟାର ଦିନକ ପରେ ମିଳିଲା ଯୁବତୀଙ୍କ ସୁଇସାଇଡ୍ ନୋଟ୍

ଆତ୍ମହତ୍ୟା କରିବା ଦିନ ଅର୍ଥାତ ରବିବାର ସେ ଅପରାହ୍ନ ୪ଟା ସମୟରେ ନିଜ ଭଉଣୀଙ୍କ ସହ ଶେଷ କଥାବାର୍ତ୍ତା କରିଥିଲେ। ପରିବାର ଲୋକେ କୌଣସି ନିଖୋଜ ମାମଲା ରୁଜ୍ଜୁ କରିନାହାନ୍ତି। ସେପଟେ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି।

 ଆତ୍ମହତ୍ୟାର ଦିନକ ପରେ ମିଳିଲା ଯୁବତୀଙ୍କ ସୁଇସାଇଡ୍ ନୋଟ୍

ଅଜୟ ନାଥ, ସମ୍ବଲପୁର: ଗତ ୩ ତାରିଖ ରବିବାର ଦିନ ସମ୍ବଲପୁର ବୁର୍ଲା ମହାନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିବା ମୄତ ଯୁବତୀଙ୍କ ପରିଚୟ ମିଳିଛି। ମୄତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ଥାନା ଅନ୍ତର୍ଗତ ଗଣ୍ଡାପାଲି ଗାଁର ସରତ ସାହୁଙ୍କ ଝିଅ ରିଙ୍କି ସାହୁ ବୋଲି ଚିହ୍ନଟ କରାଯାଇଛି। ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଯୁବତୀ ଜଣକ ମହାନଦୀ ବ୍ରିଜରୁ ଡେଇଁ  ଗତ ରବିବାର ଦିନ ଆତ୍ମହତ୍ୟା କରିଥିଲେ। 

ରବିବାର ଦିନ ମହାନଦୀ ବ୍ରିଜ (Mahanadi bridge) ତଳୁ ରିଙ୍କି ସାହୁଙ୍କର ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ସୋମବାର ପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ ମିଳିପାରିନଥିଲା। ମଙ୍ଗଳବାର ସକାଳୁ ମୄତ ରିଙ୍କିଙ୍କ ପରିବାର ବୁର୍ଲା ଥାନା (Burla Police) କୁ ଆସି ମୄତଦେହକୁ ଚିହ୍ନଟ କରିବା ସହ ଘରେ ଥିବା ତକିଆ ତଳୁ ଏକ ସୁସାଇଟ ନୋଟ ମିଳିଥିବା ସୁଚନା ଦେଇଛନ୍ତି। 

Also Read: ମହାନଦୀ ପୋଲରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ପୋଲିସ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ସୁଇସାଇଟ ନୋଟ (suicide note) ରେ "ମୁଝେ ଆଗେ ଜିନେ କେ ଲିୟେ ଆଚ୍ଛା ନେହି ଲଗରହାହେ" ବୋଲି ଲେଖା ହୋଇଛି। ଏମିତି ଲେଖାଥିବା ସୁସାଇଟ ନୋଟକୁ ବୁର୍ଲା ପୋଲିସ ମୄତ ଯୁବତୀଙ୍କ ବାପାଙ୍କ ଠାରୁ ଜବତ କରିଛି। ତେବେ ସୁଇସାଇଡ୍ ନୋଟ୍ ବାବଦରେ ଅଧିକ ସୂଚନା ମିଳିପାରିନାହିଁ।

ମୄତ ଯୁବତୀ ରିଙ୍କି ଜଣକ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଡିଛନ୍ତି। ଆତ୍ମହତ୍ୟା କରିବା ଦିନ ଅର୍ଥାତ ରବିବାର ସେ ଅପରାହ୍ନ ୪ଟା ସମୟରେ ନିଜ ଭଉଣୀଙ୍କ ସହ ଶେଷ କଥାବାର୍ତ୍ତା କରିଥିଲେ। ପରିବାର ଲୋକେ କୌଣସି ନିଖୋଜ ମାମଲା ରୁଜ୍ଜୁ କରିନାହାନ୍ତି। ସେପଟେ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି।