ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲା ବର୍ତ୍ତମାନ ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ତରଫରୁ ଘଟଣାର CBI ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ଦାୟର
କରଯାଇଛି ।
Trending Photos
ପୋଲିସ ହେପାଜତରେ ରହିବା ପରେ ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତ କାଲି ଗୋବିନ୍ଦ ସାହୁ କାର ଭିତରେ ହତ୍ୟା କରିଥିବାର ସ୍ୱୀକାର କରିଥିଲେ । ଆଜି ସେ ଏହି ଲୋମହର୍ଷଣ କାରି ହତ୍ୟାକାଣ୍ଡର ବିଷଦ ବ୍ୟାଖ୍ୟା କରିଛନ୍ତି । ଗୋବିନ୍ଦଙ୍କ କହିବା ଅନୁସାରେ ସେପ୍ଟେମ୍ବର ମାସ 21 ତାରିଖରେ ସେ ମମତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସେହି ଦିନ ମମିତା ଶେଷ ଥର ପାଇଁ ହଷ୍ଟେଲକୁ ଆସିଥିଲେ । କିନ୍ତୁ ସାଙ୍ଗ ମାନଙ୍କ ସହିତ ଥିବାରୁ ତାଙ୍କୁ ହତ୍ୟା କରିବାର ଯୋଜନା ସଫଳ ହୋଇନଥିଲା । ତେଣୁ ଗୋବିନ୍ଦ ଅନ୍ୟ ଏକ ଦିନ ହତ୍ୟା କରିବା ପାଇଁ ଯୋଜନା କରିଥିଲା ।
ଅକ୍ଟୋବର ୮ ତାରିଖ (ଶୁକ୍ରବାର) ସକାଳ ୫.୪୫ ମି ରେ ଜୟ ବଜରଙ୍ଗବାଲି ବସରେ ମମିତା ଯାଉଥିବା ସମୟରେ ଗୋବିନ୍ଦ ସାହୁ ଅଧାରାସ୍ତାରେ ତାଙ୍କୁ ବସରୁ ଓହ୍ଲାଇ ନିଜ କାର (OD08K 1002) ରେ ବସାଇ ନେଇ ଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ସପିଂ କରାଇଥିଲେ । ସପିଂ କରିବା ପରେ ଗାଡ଼ି ଭିତରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଗୋବିନ୍ଦ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ଜୀବନରୁ ମାରିଦେଇଥିଲେ ।
ରାତି ଅନିଦ୍ରା ପାଠ...
ଚାଟ ବାଟେ ଚାଟ...
ମାଲିକେ ହୁଡ଼ିଲେ ବାଟ...
ବାଡ଼ ଯେବେ କ୍ଷେତ ଖାଏ...
କହିବା କାହାକୁ ଦୁଃଖ... @spbalangir #ViralVideo pic.twitter.com/6GbjlW0JNi— ZEE Odisha (@ZeeOdisha) October 20, 2021
କଥା ଏତିକିରେ ସରିନଥିଲା । ମମିତା ମାରିବା ନିଶ୍ଚିତ ହେବା ପରେ ମୃତ ଦେହକୁ ନ ଫିଙ୍ଗି ଗାଡ଼ିରେ ଘରକୁ ନେଇଯାଇଥିଲେ ଗୋବିନ୍ଦ । ଓ ଘରୁ ଷ୍ଟାଡିୟମ ଅଭିମୁଖେ ବାହାରିଥିଲେ । ଘରୁ ବାହାରିବା ପୂର୍ବରୁ ସେ ତାଙ୍କ ସହଯୋଗୀ ରାଧେ ଓ ମୁନ୍ସୀକୁ କାଠ ଯୋଗାଡ଼ କରିବାକୁ କହିଥିଲେ । ମମିତାଙ୍କ ଶରୀରକୁ ପୋଡିବା ପରେ ସେ ଗାତ ଭିତରେ ଅର୍ଦ୍ଧ ଦଗ୍ଧ ଶରୀରକୁ ପକାଇ ଦେଇଥିଲେ ବୋଲି କହିଛନ୍ତି । ଶରୀର ସହିତ ସେହି ଗାତ ଭିତରେ ମଧ୍ୟ ପୋତା ଯାଇଥିଲା ମମିତାଙ୍କ ମୋବାଇଲ ଫୋନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଧେ ଓ ମୁନ୍ସୀଙ୍କୁ କ'ଣ କାମ କରିବାକୁ ହେବ ସେ ବିଷୟରେ ସୂଚନା ଦେଇଥିଲେ ଗୋବିନ୍ଦ । କିନ୍ତୁ କେଉଁ ପରିସ୍ଥିତିରେ ଓ କାହିଁକି ମମିତାଙ୍କ ମୃତ୍ୟୁ ଘଟିଛି ସେ ବିଷୟରେ କିଛି କହି ନାହାଁନ୍ତି ।
#ବାବୁ_ପ୍ରତି_ମାସରେ_ସ୍କୁଲକୁ_ଆସନ୍ତି
-- ଗୋବିନ୍ଦ ଉବାଚ#JusticeForMamita @spbalangir pic.twitter.com/9JviDVBbR4
— ZEE Odisha (@ZeeOdisha) October 20, 2021
ଗତକାଲି 7 ଘଣ୍ଟା ମାରାଥନ ଜେରା କରିବା ପରେ ଗୋବିନ୍ଦଙ୍କୁ 5 ଦିନ ପାଇଁ କଷ୍ଟଡିକୁ ନେଇଛି ପୋଲିସ । ତେବେ ଆଜି ଗୋବିନ୍ଦଙ୍କ ସହଯୋଗୀ ରାଧେ ଓ ମୁନ୍ସୀଙ୍କୁ ପୋଲିସ ପଚରାଉଚରା କରିପାରେ । ଇତିମଧ୍ୟରେ ଘଟଣାର ସ୍ୱତ ସଂଜ୍ଞାନ ନେଇ ବିଜେଡି ନେତା ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରିଛି NCW ।
ମମିତାଙ୍କ ପରିବାର ଅକ୍ଟୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିବା ପରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ଅକ୍ଟୋବର ୧୭ ତାରିଖରେ ଛାଡ଼ି ଦେଇଥିଲା । ସ୍ଥାନୀୟ ପୋଲିସର ଅପରାଧୀକୁ ଘଣ୍ଟଘୋଡ଼ାଇବା କାର୍ଯ୍ୟ ଯୋଗୁଁ ରାଜ୍ୟବାସୀ ଓ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇବାର କୌଣସି ସମ୍ଭାବନା ନାହିଁ । ତେଣୁ ବିଜେପି ଘଟଣାର CBI ତଦନ୍ତ ଦାବି କରିଛି । ଅଭିଯୁକ୍ତମାନେ ପ୍ରଭାବଶାଳୀ ଏବଂ କ୍ଷମତାଶାଳୀ ହୋଇଥିବାରୁ ମମିତାଙ୍କୁ ମାରି ଶବ ଲୁଚାଇବା ବୋଲି ପ୍ରମାଣକୁ ମଧ୍ୟ ସେମାନେ ଲୁଚାଇଦେଇପାରନ୍ତି ବା ନଷ୍ଟ କରିଦେଇପାରନ୍ତି ।