ବେପରୁଆ ଡ୍ରାଇଭର ନେଲା ଶିଶୁର ଜୀବନ! ମାଗିଥିଲେ ୧୫ ଲକ୍ଷ, ମିଳିଲା ୧୫ ହଜାର
Advertisement

ବେପରୁଆ ଡ୍ରାଇଭର ନେଲା ଶିଶୁର ଜୀବନ! ମାଗିଥିଲେ ୧୫ ଲକ୍ଷ, ମିଳିଲା ୧୫ ହଜାର

ସାହିଲ ସିଂ ତା ଭାଇ ଚାଲିଚାଲି ମହିଳା ଥାନା ଆଡକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଜୀପ ସେମାନଙ୍କୁ ଧକ୍କା ଦେଇଥିଲା।

ବେପରୁଆ ଡ୍ରାଇଭର ନେଲା ଶିଶୁର ଜୀବନ!

ଅଜୟ କୁମାର ନାଥ, ସମ୍ବଲପୁର: ବେପରୁଆ ଗାଡି ଚାଳନା ଯୋଗୁଁ ଗଲା ନିରୀହ ଜୀବନ। ଦ୍ରୁତଗତି ଜୀପ ଧକ୍କାରେ ଯାଇଛି ଜଣେ ୭ ବର୍ଷୀୟ ଶିଶୁର ପ୍ରାଣ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଶନିବାର ସକାଳେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ସମ୍ବଲପୁର (Sambalpur) ସାହୁ କଲୋନୀର ସାହିଲ ସିଂ ତା ଭାଇ ଚାଲିଚାଲି ମହିଳା ଥାନା ଆଡକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଜୀପ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସାହିଲରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସାହୁ କଲୋନୀ ର ସହ ସହ ଲୋକ ଟାଉନ ଥାନା ଘେରାଉ କରିଥିଲେ। 

Also Read: ଅପରାଧୀଙ୍କୁ ମୁକୁଳା ଛାଡ଼ିଛନ୍ତି ସରକାର !

ଦୁର୍ଘଟଣା (road accident) ଘଟାଇଥିବା ଜୀପ ଡ୍ରାଇଭର ଓ ମାଲିକକୁ ଗିରଫ କରିବା ସହ ମୃତ ପରିବାରକୁ ୧୫ ଲକ୍ଷ ଟଙ୍କା ଦେବାପାଇଁ ଲୋକେ ଦାବି କରିଥିଲେ। ଦୀର୍ଘ ସମୟର ଘେରାଉ ପରେ ପରିବାର ସଦସ୍ୟ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ଡ୍ରାଇଭରଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ସହ ଶବସତ୍କାର ପାଇଁ ୧୫ ହଜାର ଟଙ୍କା ଦେଇଥିଲେ। ପରେ ଆନ୍ଦୋଳନକାରୀ ଟାଉନ ଥାନା (Sambalpur police) ଛାଡିଥିଲେ। 

ଏହି ଘଟଣାରେ ପୋଲିସ ଦୁର୍ଘଟଣା ଘଟାଇଥିବା ଜୀପକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିବା ସୂଚନା ମିଳିଛି। ତେବେ କ୍ଷତିପୂରଣ ବାବଦକୁ କେତେ ଟଙ୍କା, କେବେ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ କେବଳ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ପ୍ରଶାସନ ରେଡକ୍ରସରୁ ୧୫ ହଜାର ଟଙ୍କା ଦେଇ ଥିବା କୁହାଯାଉଛି।