Advertisement
Article Detail0/zeeodisha/odisha768253
Zee OdishaZee Odisha Crimeଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଥୁନଙ୍କ ପୁଅ ଅଟକ

ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଥୁନଙ୍କ ପୁଅ ଅଟକ

ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ପରେ ବଲିଉଡ ସୁପରଷ୍ଟାର ମିଥୁନ ତକ୍ରବର୍ତ୍ତୀଙ୍କ ପୁଅକୁ ପୋଲିସ ଅଟକ ରଖିଛି। ବିବାହ ପ୍ରଲୋଭନ ଦେଖାଇ ୩ ବର୍ଷ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମିଥୁନଙ୍କ ପୁଅ ଅଟକ

ନୂଆଦିଲ୍ଲୀ: ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାର ଉପରେ ଲାଗିଲା କଳଙ୍କ! ପୁଅ ମହାଅକ୍ଷୟ ଓ ସ୍ତ୍ରୀ ଯୋଗୀତା ବାଲିଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଦୀର୍ଘ ୩ ବର୍ଷକାଳ ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିବା ନେଇ ମାମଲା ରୁଜୁ ହୋଇଛି। ଏଥିରେ ଉଭୟ ମାଆ ଓ ପୁଅର ନାଁ ଉଲ୍ଲେଖ ଅଛି।  

ପୋଲିସର କହିବାନୁସାରେ, ୨୦୧୫ ମେରେ ପୀଡିତାଙ୍କୁ ମହାଅକ୍ଷୟ ତାଙ୍କ ଘରକୁ ଡାକିଥିଲେ। ପରେ ମହିଳାଙ୍କୁ କୋଲ୍ଡ ଡ୍ରିଙ୍କ୍ସରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ସେତେବେଳେ ପୀଡିତା କିଛି ନ କହି ମିଥୁନଙ୍କ ଘରୁ ଚାଲି ଯାଇଥିଲେ। କିନ୍ତୁ ଏହା ପରେ ବିବାହର ପ୍ରଲୋଭନ ଦେଖାଇ ପୀଡିତାଙ୍କୁ ଲଗାତାର ୩ ବର୍ଷ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

କେବଳ ଏତିକି ନୁହେଁ, ଦୁଷ୍କର୍ମର ଶିକାର ମହିଳା ଗର୍ଭବତୀ ମଧ୍ୟ ହୋଇଥିଲେ। କିନ୍ତୁ ମହାଅକ୍ଷୟ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଇଥିଲେ। ଆଉ ୨୦୧୮ରେ ମହାଅକ୍ଷୟ ମାଦାଲସା ଶର୍ମା ନାମକ ଅଭିନେତ୍ରୀଙ୍କୁ ବିବାହ କରିଥିଲେ। ତେବେ ସମ୍ପୂର୍ଣ୍ଣ ଘଟଣା ମିଥୁନଙ୍କ ପତ୍ନୀ ଯୋଗୀତାଙ୍କ ଜାଣତରେ ହୋଇଛି। ସେ ପୁଅର ସମସ୍ତ ଯୋଜନାରେ ସାମିଲ ଥିଲେ ବୋଲି ଏତଲାରେ ଲେଖା ହୋଇଛି।  

Add Zee News as a Preferred Source

ସେପଟେ ପୋଲିସ କହିଛି ଯେ, ପୀଡିତା ଦିଲ୍ଲୀ ଫେରି ୨୦୧୮ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେହି ମାସରେ ହିଁ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଘଟଣାଟି ମୁମ୍ବାଇରେ ଘଟିଥିବାରୁ ଏହାର ତଦନ୍ତ ସେଠାରେ ହେଉ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।