Mumbai Rave Party Case: ହ୍ୱାଟସ ଆପ ଚାଟ୍ ଖୋଲିଲା ଆର୍ୟନ ଖାନଙ୍କ ଗୁମର; ବେଲ୍ ହେଲା ନାମଞ୍ଜୁର
Advertisement
Article Detail0/zeeodisha/odisha1011214

Mumbai Rave Party Case: ହ୍ୱାଟସ ଆପ ଚାଟ୍ ଖୋଲିଲା ଆର୍ୟନ ଖାନଙ୍କ ଗୁମର; ବେଲ୍ ହେଲା ନାମଞ୍ଜୁର

ଆର୍ୟନ ଖାନଙ୍କୁ ଜାମିନ ମିଳିନାହିଁ । ଆର୍ୟନ ଖାନଙ୍କ ସହ ମୁମୁନ୍ ଧମେଚା ଓ ଅରବାଜ୍ ମର୍ଚାଣ୍ଟଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଆର୍ୟନ ଖାନ ଅକ୍ଟୋବର 2 ରାତିରେ ମୁମ୍ବାଇର ଏକ କ୍ରୁଜରେ ନିଜ ବନ୍ଧୁମାନଙ୍କ ସହ ପାର୍ଟୀ କରୁଥିବା ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଦଳ ଦ୍ୱାରା ଧରାପଡିଥିଲେ ।

 

Mumbai Rave Party Case: ହ୍ୱାଟସ ଆପ ଚାଟ୍ ଖୋଲିଲା ଆର୍ୟନ ଖାନଙ୍କ ଗୁମର; ବେଲ୍ ହେଲା ନାମଞ୍ଜୁର

Mumbai Rave Party CaseNCB ଆର୍ୟନ ଖାନଙ୍କର ହ୍ବାଟସ ଆପ ଚାଟକୁ ତାଙ୍କ ବିରୁଧରେ ଏକ ବଳିଷ୍ଟ ଯୁକ୍ତି ଭାବରେ ମୁମ୍ବାଇ NDPS କୋର୍ଟରେ ପେଶ କରିଛି । ହ୍ବାଟସ ଆପ ଚାଟ୍ ମାଧ୍ୟମରେ ଆର୍ୟନ ଖାନ ବିଦେଶୀ ଡ୍ରଗ ପେଡ଼ଲରଙ୍କ ସହିତ ସମ୍ପର୍କରେ ଥିଲେ ଓ ସେଠାରୁ ଓ ସେ ଡ୍ରଗ୍ସ ମଗାଇ ଏକ ବର୍ଷରୁ ଅଧିକ ସମୟ ହେବ ନିୟମିତ ଭାବରେ ସେବନ କରୁଥିଲେ ବୋଲି NCB ପକ୍ଷରୁ ASG ଅନିଲ ସିଂ ଯୁକ୍ତି ବାଢ଼ିଥିଲେ । 

ମାନ୍ୟବର କୋର୍ଟ ଆର୍ୟନଙ୍କ ଓକିଲ ଅମିତ ଦେଶାଇ ଓ ASG ଅନିଲ ସିଂଙ୍କ ତର୍କ ଶୁଣିବା ପରେ ଆର୍ୟନ, ତାଙ୍କ ସାଙ୍ଗ ଅରବାଜ୍ ମର୍ଚାଣ୍ଟ ଓ ମଡ଼େଲ ମୁମୁନ୍ ଧମେଚାଙ୍କର ବେଲ ଆଗ୍ରାହ କରିଦେଇଛନ୍ତି । ଗୋଟିଏ ପକ୍ଷରେ ଆର୍ୟନଙ୍କ ଓକିଲ ଅମିତ ଦେଶାଇ ବେଲ ନାମଞ୍ଜୁରକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିବା ବେଳେ NCB ଏହାକୁ ସତ୍ୟର ବିଜୟ ବୋଲି କହିଛି । NDPS ଆକ୍ଟ 20B (କ୍ରୟ), 27 (ସେବନ), 28 (ଅପରାଧ ଉଦ୍ୟମ), 29 (ଷଡ଼ଯନ୍ତ୍ର) ଓ 35 ଅନୁସାରେ ନିଷିଦ୍ଧ ନିଶାଦ୍ରବ୍ୟକୁ ନେଇ ଆର୍ୟନଙ୍କ ଭୂମିକାକୁ ପ୍ରମାଣିତ କରିବାରେ ସଫଳ ହୋଇଛି NCB ।

ଅମିତ ଦେଶାଇଙ୍କ ଯୁକ୍ତିକୁ ଅଗ୍ରାହ କରି ASG ଅନିଲ ସିଂ କହିଛନ୍ତି ପ୍ରତିବନ୍ଧିତ ନିଶାଦ୍ରବ୍ୟ ଉଭୟ ଆର୍ୟନ ଓ ଅରବାଜଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଓ ଖାନ ଏହାକୁ କିଣିବାରେ ସିଧାସଳଖ ଭୂମିକା ଥିଲା । ଡ୍ରଗ୍ସ ବ୍ୟାଜ୍ୟାପ୍ତି ହେବା ସମୟର ପଞ୍ଚନାମା, ଖୁଲାସା ଏବଂ ସେକ୍ସନ 67 ଅନୁସାରେ ଆର୍ୟନଙ୍କର ପୋଲିସ ଆଗରେ ସ୍ୱିକାରକ୍ତିକୁ ଅନୁସାରେ ଅଭିଯୁକ୍ତଙ୍କ ନିକଟରୁ ଡ୍ରଗ୍ସ କିମ୍ବା ଟଙ୍କା ବ୍ୟାଜ୍ୟାପ୍ତି କରିବାର କୌଣସି ଆବଶ୍ୟକତା ନାହିଁ ବୋଲି NCB ସ୍ପଷ୍ଟ କରିଛି । NCB ଏକଥା ମଧ୍ୟ କହିଛି ଯେ ଆର୍ୟନ ନିଜ ପାଖରେ ଡ୍ରଗ୍ସ ରଖିବା ଏବଂ ପେଡ଼ଲରଙ୍କ ସହ ଆଲୋଚନା ବିଷୟରେ ସଚେତନ ଥିଲେ ।

 ମୁମ୍ବାଇର ସ୍ପେଶାଲ ଏନଡିପିଏସ୍ କୋର୍ଟ ଆର୍ୟନ ଖାନ୍, ଅରବାଜ୍ ମର୍ଚାଣ୍ଟ ଓ ମୁମୁନ୍ ଧମେଚାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସି ରହିଥିବା ଆର୍ୟନଙ୍କ ଜାମିନ ଆବେଦନ ଗତ କିଛି ଦିନ ପୂର୍ବେ ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଅକ୍ଟୋବର 14 ରେ,ଶେସନ କୋର୍ଟରେ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ ଭି.ଭି ପାଟିଲ ଜାମିନ ଆବେଦନ ଉପରେ ନିଜ ରାୟ ସଂରକ୍ଷିତ ରଖିଥିଲେ । ଏବଂ ଦଶହରା ଛୁଟି ପରେ ଅକ୍ଟୋବର 20 ରେ ଜାମିନ ଆବେଦନ ଉପରେ ଶୁଣାଣି କରି ରାୟ ଦେବାକୁ କୋର୍ଟ କହିଥିଲେ । ଆଜି ଏହାର ଶୁଣାଣି କରାଯାଇଛି ଓ ଆର୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ।

ଅକ୍ଟୋବର 2 ତାରିଖ ରାତିରେ ମୁମ୍ବାଇର ଏକ କ୍ରୁଜରେ ଆର୍ୟନ ଖାନ ନିଜ ସାଙ୍ଗମାନଙ୍କ ସହ ପାର୍ଟୀ କରୁଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦଳ ଦ୍ୱାରା ଧରାପଡିଥିଲେ । 12 ଘଣ୍ଟା ପଚରାଉଚରା ପରେ ଆର୍ୟନ ଖାନଙ୍କୁ ଅନ୍ୟ 7 ଜଣ ଅଭିଯୁକ୍ତଙ୍କ ସହ ଗିରଫ କରାଯାଇଥିଲା । ସେହି ଦିନ ଅର୍ଥାତ୍ ଅକ୍ଟୋବର 3 ରେ ଆର୍ୟନ ଖାନଙ୍କୁ ମୁମ୍ବାଇର ମୁଖ୍ୟ ମହାନଗର ନିଗମ ସମ୍ମୁଖରେ କିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ଏହି କୋର୍ଟ ଆର୍ୟନଙ୍କୁ ଅକ୍ଟୋବର 4 ପର୍ଯ୍ୟନ୍ତ NCB ହେପାଜତକୁ ପଠାଇ ଦେଇଥିଲେ । 4 ଅକ୍ଟୋବରରେ, ଆର୍ୟନଙ୍କୁ ପୁନର୍ବାର କିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ଯେଉଁଠାରେ କୋର୍ଟ ଆର୍ୟନ ଓ ଅନ୍ୟମାନଙ୍କୁ 7 ଅକ୍ଟୋବର ପର୍ଯ୍ୟନ୍ତ ଏନସିବି ହେପାଜତକୁ ପୁର୍ନବାର ପଠାଇଥିଲେ ।

ଏହା ବି ପଢ଼ନ୍ତୁ: ପରବର୍ତ୍ତୀ IPL ରେ CSK ପାଇଁ ଖେଳିବେ କି ଧୋନି? ଫ୍ରାଞ୍ଚାଇଜ୍ ନିଜେ ଦେଲା ଏହାର ଜବାବ

ବର୍ତ୍ତମାନ ଆର୍ଥର୍ ରୋଡ୍ ଜେଲରେ ରହିବେ ଆର୍ୟନ
ଏହା ପରେ, ଅକ୍ଟୋବର 7 ରେ, ଆର୍ୟନଙ୍କୁ ତୃତୀୟ ଥର ପାଇଁ କୋର୍ଟରେ ହାଜର କରାଯାଇ ଥିଲା । ଯେଉଁଠାରେ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା, ଏହା ପରେ ଅକ୍ଟୋବର 8 ରେ ଆର୍ୟନଙ୍କୁ ଏନସିବି ଦ୍ୱାରା ମେଡିକାଲ ଟେଷ୍ଟ କରାଯିବା ପରେ ଆର୍ଥର ରୋଡ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଆର୍ୟନ ଖାନ୍ 8 ରୁ 13 ଅକ୍ଟୋବର ପର୍ଯ୍ୟନ୍ତ ଆର୍ଥର୍ ରୋଡ୍ ଜେଲର କ୍ୱାରାଣ୍ଟିନ୍ ବ୍ୟାରେକରେ ରହିଥିଲେ । ଅକ୍ଟୋବର 14 ରେ, ଆର୍ଯ୍ୟନ ଖାନଙ୍କ କୋଭିଡ ରିପୋର୍ଟ ନକାରାତ୍ମକ ଆସିବା ପରେ ତାଙ୍କୁ ସାଧାରଣ ବ୍ୟାରେକକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ମଧ୍ୟ ସ୍ପେଶାଲ କୋର୍ଟରୁ ଜାମିନ ପାଇବାରେ ସକ୍ଷମ ହୋଇ ନାହାଁନ୍ତି ଆର୍ୟନ ଖାନ ।