Ruchika Mohanty Suicide Case: ଏନେଇ ପ୍ରତିକ୍ରିୟା ରଖି ନବନିର୍ମାଣ କୃଷର ସଙ୍ଗଠନ ସଂଯୋଜକ ଅକ୍ଷୟ କୁମାର ଏହି ବିକ୍ଷୋଭରେ ଯୋଗ ଦେବା ଲାଗି ରାଜନୈତିକ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି।
Trending Photos
Ruchika Mohanty Suicide Case: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ଆସନ୍ତାକାଲି (ଜୁଲାଇ ୧୯) ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷର ସଙ୍ଗଠନର ଛାତ୍ର ଶାଖା ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ। ମୃତକ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ବନ୍ଦ ଡାକରା।
ଏନେଇ ପ୍ରତିକ୍ରିୟା ରଖି ନବନିର୍ମାଣ କୃଷର ସଙ୍ଗଠନ ସଂଯୋଜକ ଅକ୍ଷୟ କୁମାର ଏହି ବିକ୍ଷୋଭରେ ଯୋଗ ଦେବା ଲାଗି ରାଜନୈତିକ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି। କୃଷକ ନେତା ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ହେବାର ଅନେକ ଦିନ ପରେ ମଧ୍ୟ ପୋଲିସ ଏହି ଘଟଣାରେ କୌଣସି ପ୍ରମାଣ ପାଇନାହିଁ। ରାଗିଂ କାରଣରୁ ରୁଚିକା ଆତ୍ମହତ୍ୟା କରିଥିବା ପୋଲିସ କହୁଛି ଯାହାକୁ ମୃତକ ଛାତ୍ରୀ ଆତ୍ମହତ୍ୟା ନୋଟରେ ଉଲ୍ଲେଖ କରିଛନ୍ତି। ମୃତକ ଛାତ୍ରୀଙ୍କ ମାଆ ଧାରଣାରେ ବସିଥିବା ବେଳେ ପୋଲିସ ତାଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ। ହଷ୍ଟେଲ ୱାର୍ଡେନ ଏବଂ ସୁପରିଟେଣ୍ଡଣ୍ଟ ନୈତିକତା ଆଧାରରେ ଇସ୍ତଫା ଦେବା ଉଚିତ ବୋଲି ସଂଯୋଜକ ଅକ୍ଷୟ କୁମାର କହିଛନ୍ତି।
ଗତ ଜୁଲାଇ ୨ ତାରିଖରେ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ବେକରେ ଦଉଡି ବନ୍ଧା ହୋଇରହିଥିବା ଅବସ୍ଥାରେ କଲେଜର ହଷ୍ଟେଲ ରୁମ ଭିତରେ ଥିବା ଏକ ଶେଯରୁ ମିଳିଥିଲା। ସେଠାରୁ ଏକ ନୋଟ୍ ମିଳିଥିଲା ଯାହାକୁ ମୃତକ ଛାତ୍ରୀ ରୁଚିକା ଲେଖିଥିବା ସନ୍ଦେହ କରାଯାଉଛି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ତାଙ୍କର ୩ ଜଣ ସିନିଅରଙ୍କ ଦ୍ୱାରା ତାଙ୍କୁ କ୍ରମାଗତ ଭାବେ ରାଗିଂ ଓ ନିର୍ଯାତନା ଦିଆଯିବା ପରେ ସେ ଅବସାଦଗ୍ରସ୍ତ ଥିଲେ। ଏହି ନୋଟରେ ମୃତ୍ୟୁ ପାଇଁ ସେହି ୩ ଜଣଙ୍କୁ ଦାୟୀ କରାଯାଇଛି। ମାତ୍ର ସେମାନଙ୍କ ପରିଚୟ ବାବଦରେ ମୃତକ ଛାତ୍ରୀଙ୍କ କୌଣସି ଉଲ୍ଲେଖ କରିନାହାଁନ୍ତି।
ପୂର୍ବରୁ ଧାରଣା ଦେବା ବେଳେ ମୃତକ ଛାତ୍ରୀ ରୁଚିକା ମହାନ୍ତିଙ୍କ ମାଆଙ୍କୁ ପୋଲିସ ଉଠାଇ ନେଇଥିଲା। ଗତ ସୋମବାର ସକାଳେ କଲେଜ ଆଗରୁ ପୋଲିସ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଉଠାଇ ନେଇଥିଲା। ସେ ଦିନ କଲେଜ ସାମ୍ନାରେ ଝିଅର ଦଶାହ ପାଳିବେ ବୋଲି ରୁଚିକାଙ୍କ ମାଆ କହିଥିଲେ। ଛାତ୍ରୀ ନିବାସରେ ଝିଅର ଆତ୍ମହତ୍ୟା ପର ଠାରୁ ସେ ଧାରଣାରେ ବସି ନ୍ୟାୟ ଦାବି କରୁଛନ୍ତି। ଏହି ଘଟଣାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଅନ୍ୟ ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଗତ ସୋମବାର ମୃତ ରୁଚିକାଙ୍କ ଦଶାହ କର୍ମ ଥିଲା। ତେଣୁ ତାଙ୍କ ମାଆ କଲେଜ ଆଗରେ ଝିଅର ଦଶାହ କର୍ମ କରିବେ ବୋଲି କହିଥିଲେ। ହେଲେ ସେ ଦିନ ସକାଳେ ପୋଲିସ ମାଆଙ୍କୁ ପୋଲିସ ତାଙ୍କ ମାଆକୁ ଉଠାଇ ନେଇଥିଲା। ମାଆଙ୍କ ସମେତ କିଛି ଛାତ୍ର ନେତାଙ୍କୁ ମଧ୍ୟ ଉଠାଇ ନେଇଥିଲା ପୋଲିସ। ସକାଳେ ପୋଲିସ ଧାରଣା ସ୍ଥଳରେ ଟେଣ୍ଟ୍ ଭାଙ୍ଗି ଦେଇଥିଲା ବୋଲି ଅଭିଯୋଗ ହୋଇଥିଲା।