Advertisement
Photo Details/zeeodisha/odisha2539362
photoDetails0hindi

2025 Data Plan: ନୂଆବର୍ଷରେ କେଉଁ ଟେଲିକମ କମ୍ପାନୀର ରିଚାର୍ଜ ପ୍ଲାନ ରହିବ ସବୁଠୁ ଶସ୍ତା, ଜାଣନ୍ତୁ ଡିଟେଲ୍ସ

2025 Data Plan: ବର୍ତ୍ତମାନ ସମୟରେ ବଜାରରେ ଅନେକ ଟେଲିକମ୍ କମ୍ପାନୀ ଅଛନ୍ତି ଏବଂ ପ୍ରତ୍ୟେକ କମ୍ପାନୀ ନିଜ ନିଜ ପ୍ଲାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ପରିସ୍ଥିତିରେ ସଠିକ୍ ଯୋଜନା ବାଛିବା ଅତ୍ୟନ୍ତ କଷ୍ଟକର ହୋଇପାରେ। ନିକଟରେ ଜିଓ, ଏୟାରଟେଲ, ଭିଆଇ ଏବଂ ବିଏସଏନଏଲ ନିଜର ନୂଆ ମାସିକ ପ୍ଲାନ ଆଣିଛନ୍ତି । ଯଦି ଆପଣ ମଧ୍ୟ ସବୁଠାରୁ ଶସ୍ତା ଏବଂ ଉତ୍ତମ ପ୍ଲାନ୍ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଆର୍ଟିକିଲ୍ ଟି ପ୍ରଯୁଜ୍ୟ । ଆସନ୍ତୁ ଜାଣିବା କେଉଁ ପ୍ଲାନ୍ ଆପଣଙ୍କ ପାଇଁ ଭଲ ରହିବ।

 

1/4

ବିଏସ୍ ଏନ୍ ଏଲ୍ ର ୧୯୯ ଟଙ୍କିଆ ପ୍ଲାନ୍ : ବିଏସ୍ ଏନ୍ ଏଲ୍ ୧୯୯ ଟଙ୍କା ମୂଲ୍ୟରେ ଏକ ନୂଆ ପ୍ଲାନ୍ ଲଞ୍ଚ୍ କରିଛି। ଏହି ପ୍ଲାନର ବୈଧତା ୩୦ ଦିନ ରହିଛି । ଏଥିରେ ଆପଣଙ୍କୁ ସମୁଦାୟ ୬୦ ଜିବି ଡାଟା ଅର୍ଥାତ୍ ପ୍ରତିଦିନ ୨ ଜିବି ଡାଟା ମିଳୁଛି । ଏହା ସହିତ ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ଦିଆଯାଉଛି । ଅଧିକ ଡାଟା ଆବଶ୍ୟକ କରୁଥିବା ଗ୍ରାହକଙ୍କ ପାଇଁ ଏହି ପ୍ଲାନ ଲାଭଦାୟକ ଅଟେ ।

Also Read: Shukra Gochar 2024: ଶୁକ୍ରଙ୍କ ଚଳନ ଆଣୁଛି ଶୁଭଯୋଗ, ଏହିଦିନରୁ ୩ରାଶିଙ୍କ ଫିଟିବ ଭାଗ୍ୟ

Also Read: Weekly Financial Horoscope: ଆକସ୍ମିକ ଧନଲାଭର ଯୋଗ, ୨ରୁ ୮ ଡିସେମ୍ବର ଚମକିବ ଏହିସବୁ ରାଶିର ଭାଗ୍ୟ

2/4

ଏୟାରଟେଲର ୨୯୯ ଟଙ୍କିଆ ପ୍ଲାନ: ଏୟାରଟେଲର ୨୯୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ ୨୮ ଦିନର ବୈଧତା ମିଳିବ । ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ଅର୍ଥାତ୍ ମୋଟ ୨୮ ଜିବି ଡାଟା ମିଳୁଛି । ଏହା ବ୍ୟତୀତ ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ଦିଆଯାଉଛି । କମ୍ ଡାଟା ଆବଶ୍ୟକତା ଥିବା ଉପଭୋକ୍ତାଙ୍କ ପାଇଁ ଏହି ପ୍ଲାନ ଉପଯୁକ୍ତ ଅଟେ ।

 

3/4

ଭିଆଇର ୨୯୯ ଟଙ୍କିଆ ପ୍ଲାନ: ଭିଆଇର ୨୯୯ ଟଙ୍କିଆ ପ୍ଲାନର ବୈଧତା ମଧ୍ୟ ୨୮ ଦିନ ରହିଛି । ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ଦିଆଯାଇଥାଏ, ଯେଉଁଥିରେ ସାରା ମାସରେ ମୋଟ ୨୮ ଜିବି ଡାଟା ମିଳିଥାଏ । ଏହାସହ ୟୁଜର୍ସଙ୍କୁ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ପ୍ରତିଦିନ ୧୦୦ ଟି ଏସ୍ ଏମ୍ ଏସ୍ ମଧ୍ୟ ମିଳୁଛି। ଏହି ପ୍ଲାନ୍ ଏୟାରଟେଲର ପ୍ଲାନ୍ ଭଳି।

 

4/4

ଜିଓର ୨୯୯ ଟଙ୍କିଆ ପ୍ଲାନ: ଜିଓ ୨୯୯ ଟଙ୍କା ମୂଲ୍ୟରେ ୨୮ ଦିନିଆ ପ୍ଲାନ ଆଣିଛି । ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି, ଯାହା କି ସାରା ମାସରେ ମୋଟ ୪୨ ଜିବି ଡାଟା ଦେଇପାରିବ । ଏହା ସହିତ ଅନଲିମିଟେଡ୍ କଲିଂ ଏବଂ ପ୍ରତିଦିନ ୧୦୦ ଟି ଏସଏମଏସ ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ହେଉଛି ସର୍ବୋତ୍ତମ ବିକଳ୍ପ ।