Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର
Advertisement

Pari Murder Case : SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର

ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଅଭିଯୁକ୍ତକୁ ନେଇ ନୟାଗଡ଼ ଯାଇଛି । ସେଠାରେ କ୍ରାଇମସିନ ରିକ୍ରିଏନସ କରିଛି ଏସଆଇଟି । ତେବେ ଏସଆଇଟି ଏହି ତଦନ୍ତ ଜାରି ରଖିଥିବା ବେଳେ ପରିବାର ସଦସ୍ୟ ଟିମକୁ ଘୋର ବିରୋଧ କରିଥିଲେ । 

SIT ଉପରେ ବର୍ଷିଲେ ଅଭିଯୁକ୍ତଙ୍କ ପରିବାର

ନୟାଗଡ଼: ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଅଭିଯୁକ୍ତକୁ ନେଇ ନୟାଗଡ଼ ଯାଇଛି । ସେଠାରେ କ୍ରାଇମସିନ ରିକ୍ରିଏନସ କରିଛି ଏସଆଇଟି । ତେବେ ଏସଆଇଟି ଏହି ତଦନ୍ତ ଜାରି ରଖିଥିବା ବେଳେ ପରିବାର ସଦସ୍ୟ ଟିମକୁ ଘୋର ବିରୋଧ କରିଥିଲେ । ସେପଟେ ଗତକାଲି ସରୋଜ ଘରୁ ଏସଆଇଟି ଜବତ କରିଥିବା ଗାମୁଛାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟ ଏକ ମନଗଢା କାହାଣୀର ଏକ ଅଂଶ ବୋଲି ଚର୍ଚ୍ଚା ଜୋର ଧରିଛି ।

Pari Murder Case ଅଭିଯୁକ୍ତର ସରୋଜର ପରିବାରର ସଦସ୍ୟ କହିଛନ୍ତି, କ୍ରାଇମ ସିନ୍ ରିକ୍ରିଏସନ୍ ସମୟରେ କାହିଁକି ଆମକୁ ଗୋଟିଏ ଘରେ ବନ୍ଦୀ ରଖାଗଲା ତାହାର ଉତ୍ତର ଦେବାକୁ ଟିମ ବାଧ୍ୟ । ସରୋଜର ଭାଇ (ସମ୍ପର୍କୀୟ) କହିଛନ୍ତି କି, ଆମକୁ ଗୋଟିଏ ଘରେ ବନ୍ଦୀ ରଖାଗଲା । ଆମେ କେମିତି ବିଶ୍ୱାସ କରିବୁ ଯେ ସରୋଜ ସତ କହିଛି । ତାକୁ ଏଭଳି କରିବାକୁ ବାଧ୍ୟ କରାଯାଇଛି । ସେ ପୋଲିସ ଚାପରେ ଏଭଳି କରୁଛି ବୋଲି ସରୋଜର ଭାଇ(ସମ୍ପର୍କୀୟ) କହିଛନ୍ତି ।

Also Read: ମୁଁ ଯେତିକି ଜାଣିଥିଲି, ତା'ଠାରୁ ଅଧିକ ମୋ ବିଷୟରେ ଜାଣିଛି ଅଭିଯୁକ୍ତ: ଅରୁଣ ବୋଥ୍ରା

 

ସେହିଭଳି ତାଙ୍କ ମାଆ ମଧ୍ୟ କହିଛନ୍ତି କି, ଏସଆଇଟି ତଦନ୍ତ ସବୁ ମିଛ। ମୋ ପୁଅକୁ ଅଯଥାରେ ଫସାଇ ଦିଆଯାଇଛି । ତାକୁ ଏପରି କରିବାକୁ ଚାପ ପକାଯାଉଛି ବୋଲି ସରୋଜର ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ସରୋଜର ଘରୁ ଏସଆଇଟି ଟିମ ଗାମୁଛା ଜବତ କରିଥିଲା । ଏହା ପୂର୍ବରୁ ଅର୍ଥାତ ମଙ୍ଗଳବାର ରାତିରେ SIT ମୁଖ୍ୟ ଅରୁଣ ବୋଥ୍ରା (Arun Bothra) ଙ୍କ ନିର୍ଦ୍ଦେଶ କ୍ରମେ ଗାଁ ପୋଖରୀକୁ ଶୁଖାଯାଇ ସେଥିରୁ ଏକ ଲେଗିଙ୍ଗସକୁ ଜବତ କରାଯାଇଛି।