କେୟାରଟେକରଙ୍କ ଦାନ୍ତ ଭାଙ୍ଗି ଦେଲେ ଦୁଇ ଯୁବତୀ
Advertisement
Article Detail0/zeeodisha/odisha940592

କେୟାରଟେକରଙ୍କ ଦାନ୍ତ ଭାଙ୍ଗି ଦେଲେ ଦୁଇ ଯୁବତୀ

ପୀଡିତା ମହିଳା କହିଛନ୍ତି ଯେ, ଡି-ଆଡିକସନ୍ କେନ୍ଦ୍ରରେ ଦୁଇ ଜଣ ଯୁବତୀ ପରସ୍ପରକୁ ଚୁମ୍ବନ ଦେଉଥିଲେ। ତା’ପରେ ସେ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କଲେ।

ପ୍ରତିକାତ୍ମକ ଫଟୋ

ପୁଣେ: ମହାରାଷ୍ଟର ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ବୟସ୍କ କେୟାରଟେକରଙ୍କୁ ଦୁଇ ଜଣ ଯବତୀ ନିସ୍ତୁକ ମାଡ ମାରିବା ସହ ଦାନ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କୁ ଚୁମ୍ବନ ଦେବାକୁ ବାରଣ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। 

ପୁଣେରେ ଅବସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଏହି ଘଟଣା ଘଟିଛି। ମିଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୬୪ ବର୍ଷିୟା ବୃଦ୍ଧ ମହିଳାଙ୍କୁ ଆକ୍ରମଣର ଏହି ଘଟଣା ପ୍ରାୟ ଚାରିମାସ ପୂର୍ବେ କ୍ରିପା ଫାଉଣ୍ଡେସନ ଡି-ଆଡିକ୍ସନ୍ ସେଣ୍ଟରରେ ଘଟିଥିଲା। ଅଭିଯୋଗକାରୀ ଡି-ଆଡିକସନ୍ କେନ୍ଦ୍ରର କେୟାରଟେକର୍ ଥିଲେ।

Also Read: ଯୋଗୀଙ୍କ ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦର ଆପତ୍ତିଯୋଗୀଙ୍କ ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦର ଆପତ୍ତି

ପୀଡିତା ମହିଳା କହିଛନ୍ତି ଯେ, ଡି- ଆଡିକସନ୍ କେନ୍ଦ୍ରରେ ଦୁଇ ଜଣ ଯୁବତୀ ପରସ୍ପରକୁ ଚୁମ୍ବନ ଦେଉଥିଲେ। ତା’ପରେ ସେ ସେଠାରେ ପହଞ୍ଚି ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କଲେ। ଏହା ଉପରେ ଉଭୟ ଯୁବତୀ କ୍ରୋଧିତ ହେଲେ ଏବଂ ଅନ୍ୟ ଦୁଇ ଯୁବତୀଙ୍କ ସହ ମିଶି ବୃଦ୍ଧ ତଙ୍କୁ ମାଡ଼ ମାରିଥିଲେ। ସେ ତାଙ୍କ ଦାନ୍ତ ମଧ୍ୟ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫେବୃଆରୀ ୧୯ରେ ପୁଣେର ଡି-ଆଡିକ୍ସନ୍ ସେଣ୍ଟରରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ବୃଦ୍ଧ ମହିଳା ମୁମ୍ବାଇ ଯାଇ ସେଠାରେ ତାଙ୍କର ଚିକିତ୍ସା କରିଥିଲେ। ଶନିବାର ପୀଡିତା ପୁନର୍ବାର ପୁଣେକୁ ଫେରି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,ବୃଦ୍ଧାଙ୍କ ଅଭିଯୋଗ ଆଧାରରେ IPCର ଧାରା ୩୨୩, ୩୨୪, ୫୦୪, ୫୦୬ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ଯଥାଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ।