Raj Kundra Case: ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା ପାଇଁ ଡାକିବ ପୋଲିସ
Advertisement

Raj Kundra Case: ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା ପାଇଁ ଡାକିବ ପୋଲିସ

ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ମାମଲାରେ (Raj Kundra Case) ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ରୁତ ଗତିରେ ତଦନ୍ତ ଜାରିରଖିଛି ଓ ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହିତ ବର୍ତ୍ତମାନ ଖବର ଆସୁଛି ଯେ ରାଜ କୁନ୍ଦ୍ରା (Raj Kundra) ମାମଲାରେ ପୋଲିସ ବଲିଉଡ ଅଭିନେତ୍ରୀ ତଥା ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ

(ଫାଇଲ ଫଟୋ)

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ମାମଲାରେ (Raj Kundra Case) ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ରୁତ ଗତିରେ ତଦନ୍ତ ଜାରିରଖିଛି ଓ ଏପର୍ଯ୍ୟନ୍ତ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହିତ ବର୍ତ୍ତମାନ ଖବର ଆସୁଛି ଯେ ରାଜ କୁନ୍ଦ୍ରା (Raj Kundra) ମାମଲାରେ ପୋଲିସ ବଲିଉଡ ଅଭିନେତ୍ରୀ ତଥା ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ (Shilpa Shetty) ମଧ୍ୟ ପଚରାଉଚରା ପାଇଁ ଡାକିପାରେ ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଏହି ମାମଲାରେ ପଚରାଉଚରା ପାଇଁ ଶିଳ୍ପା ଶେଟ୍ଟୀଙ୍କୁ (Shilpa Shetty) ଡକାଯିବାର ସମ୍ଭାବନା ଅଛି । ଜଣେ ଅଧିକାରୀ କହିଛନ୍ତି ଯେ ଯଦି ଆବଶ୍ୟକତା ପଡେ କିମ୍ବା ଅନୁସନ୍ଧାନରେ ଏପରି କିଛି ତଥ୍ୟ ଆସେ ତେବେ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକା ଯାଇପାରେ । ଆପଣଙ୍କୁ କହିବାକୁ ଗଲେ ରାଜ କୁନ୍ଦ୍ରା (Raj Kundra) ବର୍ତ୍ତମାନ ପୋଲିସ ହେପାଜତରେ (Police custody) ଅଛନ୍ତି । ଅଶ୍ଳୀଳ ଫିଲ୍ମ ନିର୍ମାଣ ଓ କିଛି ଆପ୍ ମାଧ୍ୟମରେ ପ୍ରକାଶ କରିଥିବାରୁ ରାଜକୁ ସୋମବାର ରାତିରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର (Mumbai Crime Branch) ପ୍ରପର୍ଟି ସେଲ୍ ଦ୍ୱାରା ଗିରଫ କରାଯାଇଥିଲା । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି ।

fallback

ଅଧିକ ପଢ଼ନ୍ତୁ: 'ଶିଳ୍ପା ଶେଟ୍ଟୀ ସବୁକିଛି ଜାଣନ୍ତି, ସେ ରାଜ କୁନ୍ଦ୍ରା କମ୍ପାନୀର ଡିରେକ୍ଟର'

ଏଥି ସହିତ ପର୍ଣ୍ଣଗ୍ରାଫି ମାମଲାରେ (Pornography case) ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ କୋର୍ଟ ୨୩ ଜୁଲାଇ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇଛି । ରିପୋର୍ଟ ଅନୁଯାୟୀ ମୁମ୍ବାଇ ପୋଲିସର ହାତରେ କିଛି ଇଲେକ୍ଟ୍ରୋନିକ ପ୍ରମାଣ ମିଳିଛି ଯାହା ଦର୍ଶାଉଛି ଯେ ରାଜ 'ଲାଇଭ୍ ସେକ୍ସୁଆଲ୍ ଆକ୍ଟ'କୁ ଏହା ଅବମାନନା କରୁଥିଲା । ରାଜ କୁନ୍ଦ୍ରା ପର୍ଣ୍ଣ ବ୍ୟବସାୟକୁ ବଲିଉଡ ଭଳି ବଡ କରିବାକୁ ଚାହୁଁଥିଲେ ।